Unknown

 

 

 

 

 

 

 

 

 

 

 

ଝରା ଶେଫାଳୀ

ଗୌରାଙ୍ଗ ଚରଣ ମହାନ୍ତି

 

କୃତଜ୍ଞତା

ତା ୩୦–୮–୭୨

ମୋର ପରମ ପୂଜ୍ୟପାଦ,

ଚିର ଆରାଧ୍ୟ–ଚିରନମସ୍ୟ–କୁଜଙ୍ଗ ବ୍ଲକର ଭୂତପୂର୍ବ ବି.ଡ଼ି.ଓ. ଅଚ୍ୟୁତାନନ୍ଦ ବେହେରା ମୋର ପିତୃଠାରୁ ଅଧିକ । ତାଙ୍କର ସ୍ନେହ ସହାନୁଭୂତି, ଆଦର୍ଶ ପ୍ରେରଣା ସସ୍ନେହ ଆଶୀର୍ବାଦରେ ମୁଁ ଦୁନିଆ ଦରବାରରେ ଅଣ୍ଟାଭିଡ଼ି ଛିଡ଼ା ହେବାକୁ ଚେଷ୍ଟା କରିଛି ।

ତାଙ୍କରି ଅଦମ୍ୟ ଉତ୍ସାହରେ ମୁଁ ଅନୁପ୍ରାଣିତ ହୋଇଛି । ତାଙ୍କରି ନିର୍ଦ୍ଦେଶ ମାନିବାକୁ ମୁଁ ପ୍ରାଣପଣେ ଚେଷ୍ଟା କରୁଛି । ମୋର ଜନ୍ମଦାତା ଜନକଠାରୁ ସେ ମତେ ପ୍ରାଣଠାରୁ ଅଧିକ ଭଲପାଇ ମୋର ସେ ଯାହା ଉପକାର କରିଛନ୍ତି, ଜନ୍ମଜନ୍ମାନ୍ତରେ ତାଙ୍କଠାରେ ଚିରଋଣୀ ମୁଁ ।

ମୁଁ ଆଜି ମର୍ତ୍ତ୍ୟର ମରୁଭୂମିରେ ଅସହାୟଃ ପିତା ତୁମେ ଆଜି ସରଗପୁରୀର ଅମରାବତୀରେ, ସେଇ ଅଦୃଶ୍ୟ ରାଇଜରୁ ମତେ ଆଶୀର୍ବାଦ କର ମୁଁ ଯେପରି ମୋ ଚଲାପଥରେ ଆଗେଇ ଯାଏ ।

ଆଜି ଶାରଦୀୟ ଉତ୍ସବରେ ଆପଣଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ମୋର ଏହି କ୍ଷୁଦ୍ର ପରିକଳ୍ପନା–ଝରା ଶେଫାଳୀ ଇତି ।

ଆପଣଙ୍କର

ଅମାନିଆ ଗଉର

Image

 

ଉତ୍ସର୍ଗ

 

ମୋର ପୂଜ୍ୟପାଦ ଦାଦା–

 

ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଶ୍ରୀ ଗୋପାଳ ଛୋଟରାୟଙ୍କ ସ୍ନେହ ଓ ଶୁଭେଚ୍ଛା ମୋ’ ପ୍ରୟାସ ଅଭିଳାଷକୁ ଉଚ୍ଛ୍ୱସିତ କରିଛି । ତାଙ୍କ କର୍ମମୟ ଜୀବନର ବହୁମୂଲ୍ୟ ସମୟ ଦେଇ ମୋ କଳ୍ପନା ଗୁଚ୍ଛର ଚିନ୍ତାଧାରା ଓ ପ୍ରକାଶ ଭଙ୍ଗିର ଛନ୍ଦକୁ ବିଶ୍ଳେଷଣ କରି ଅଭିମତ ବାଢ଼ିଦେଇ ଯେଉଁ ପ୍ରେରଣା ଦେଇଛନ୍ତି, ତାହା ମୋ କଳ୍ପନାକୁ ଅଧିକ ସକ୍ରିୟ ଏବଂ ମୂର୍ତ୍ତିମନ୍ତ କରିଛି । ଚିରଦିନ ପାଇଁ ତାଙ୍କଠାରେ ମୁଁ ଋଣୀ ହୋଇ ରହିଲି । ମୋ ପ୍ରତି ତାଙ୍କ ସ୍ନେହ ଆଶୀର୍ବାଦ... ଏହିପରି ଥାଉ । ତାଙ୍କରି ପ୍ରେରଣାରେ ମୋ କଲମର ଜୟ ହେଉ । ଇତି ।

 

ଲେଖକ

Image

 

 

ଯିଏ ମୋର ଲେଖନୀ ମୁନରେ ଫୁଲ ବର୍ଷଣ କରିଛି, ଯିଏ ମୋର ଭୋକିଲା ପ୍ରାଣରେ ମୃତସଞ୍ଜୀବନୀ ଦେଇ ପ୍ରାଣରେ ଆଣିଛି ଆଲୋକତା ! ବ୍ୟର୍ଥତାରେ ନିର୍ଯ୍ୟାସ ତଳେ ଶତଶତ ନିଆଁ ହୁଳାକୁ ଯିଏ ପୂଜାର ଜୟମାଲ୍ୟ ସ୍ୱରୂପ ବରଣକରି ଏ’ ଲେଖନୀ ମୁନରେ ବୋଳି ଦେଇଛି ମମତାର ଚନ୍ଦନ.....ଯିଏ ମୋର ସ୍ମୃତିର ତାଜମହଲ..... ସ୍ମୃତିର ପାରିଜାତ । ଆଜି ତା’ର ଫୁଲପରି ନରମ ହାତରେ ଥୋଇଦେଲି ମୋ କଳ୍ପନାର ସମ୍ବଳ ।

 

ତୁମର ଚିର ସାଥି

Image

 

ପୂଜ୍ୟାଷ୍ପଦ ଭାଇ.....

 

ପ୍ରଣାମ ନେବେ । ତୁମରି ସ୍ନେହ ମମତା ଆଜି ମତେ ଜୀବନ୍ତ କରି ତୋଳିଛି–ଦୁନିଆ ଆଜି ମୋର ପରିଚୟ ପାଇଛି । ବ୍ୟର୍ଥତାର ନିର୍ଯ୍ୟାସ ତଳେ ଜଳିପୋଡ଼ି ଲେଖନୀ ମୂନରେ ରୂପ ଦେଇଥିବା ଏ’ଇ ମୋର ‘ଝରାଶେଫାଳୀ’ ବହିଟି ସାଦରେ ତୋଳି ନେବେ । ମୋ ପଛରେ ରହିଥାଉ ଆପଣଙ୍କର ସ୍ନେହ, ଆଶୀର୍ବାଦ– ।

 

ଆପଣଙ୍କର ଅବୁଝା

ଗୌରାଙ୍ଗ

Image

 

 

 

 

ମୋରପ୍ରୀୟ ବନ୍ଧୁ ନବୀନଚନ୍ଦ୍ର ବହିଦାର ସୁନ୍ଦରଗଡ଼–ଚିରଦିନ ପାଇଁ ସେ ଆଜି ମତେ ଭୁଲି ଯାଇଛନ୍ତି । ତାଙ୍କୁ ମନେ ପକେଇବାକୁ ଥୋଇଦେଲି ଦୁନିଆ ଦାଣ୍ଡରେ । ଏଇମୋର “ଝରା ଶେଫାଳୀ” ।

 

ଲେଖକ

Image

 

ଅଭିମତ

 

GOPAL CHHOTRAY

All India Radio

PLAYWRIGHT

Cuttack

 

3–8–72

 

ଶ୍ରୀମାନ ଗୌରାଙ୍ଗ, ଜଣେ ତରୁଣ ଉପନ୍ୟାସ ଲେଖକ ଭାବରେ ବେଶ ସୁନାମ ଅର୍ଜ୍ଜନ କରି ପାରିଛନ୍ତି । କିନ୍ତୁ ମୋ ନିକଟରେ ତାଙ୍କ ପରିଚୟର ଏକ ଭିନ୍ନରୂପ ରହିଚି । ତା ହେଉଚି–ଲେଖାପ୍ରତି ତାଙ୍କର ଅସୀମ ଉତ୍ସାହ ଓ ଏକାଗ୍ରତା । ମୋର ଦୃଢ଼ ବିଶ୍ୱାସ ତାଙ୍କର ଏଇ ଉତ୍ସାହ ଓ ଏକାଗ୍ରତା ତାଙ୍କୁ ଦିନେ ତାଙ୍କର ପ୍ରଗାଢ଼ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେଇ ପାରିବ ।

 

ତାଙ୍କର ନୂତନ ରଚନା “ଝରାଶେଫାଳୀ” ଏକ ସୁପାଠ୍ୟ ଉପନ୍ୟାସ ହୋଇ ପାରିବ ବୋଲି କାମନା କରୁଚି ।

 

ଗୋପାଳ ଛୋଟରାୟ

Image

 

ଶ୍ରୀ ଯୁଗଳ କିଶୋର ଶତପଥୀ

ଏମ. ଏ. (ବନାରସ) ଓ. ଏ. ଏସ୍.

ଡେପୁଟୀ କଲେକ୍ଟର

 

ଗୌରାଙ୍ଗ ବାବୁଙ୍କ ଝରାଶେଫାଳୀ ଉପନ୍ୟାସଟି ପଠକରି ମୁଁ ଅତ୍ୟନ୍ତ ଆନନ୍ଦ ଉପଲବ୍‌ଧି କଲି, ତରୁଣ ଲେଖକଙ୍କର ଅମୃତସ୍ୟନ୍ଦୀ ଲେଖନୀ ଚରିତ୍ର ମୀନା ଓ ଗୀତା ଉଭୟଙ୍କର ଜୀବନର ଅରୁଣ, ତରୁଣ ତଥା କରୁଣ ଚିତ୍ରକୁ ସର୍ବାଙ୍ଗ ରୂପାୟିତ କରିବାରେ ସିଦ୍ଧିଲାଭ କରି ପାରିଛି-। ଚରିତ୍ର ଗୀତାର ସମାଜରେ ବଞ୍ଚିବା ପାଇଁ ଯେଉଁ ଆବେଗ, ଆଶା ଆକାଙ୍‌କ୍ଷା ଓ ଅଭିଳାଷ ରହିଛି ତାହା ଆମେ ଲକ୍ଷ୍ୟ କରିବାର କଥା । ବୋଧହୁଏ ଗୀତା ଭାବୁଛି–ଜୀବନର ଲକ୍ଷ ହେଉଛି ଜୀବନକୁ ଉପଭୋଗ କରିବା କିନ୍ତୁ ଜୀବନଠାରୁ ଦୂରେଇଯିବା ନୁହେଁ । ସେ ଜୀବନକାଳ ମଧ୍ୟରେ ଅସହ୍ୟ ଝଡ଼ଝଞ୍ଜା, ଓ ମାନ ଅପମାନକୁ ଓ ସାମାଜିକ ତଥା ନୈତିକ ସ୍ଥିତିକୁ ଭ୍ରୂକ୍ଷେପ ନ କରି ଦେଖିଛି ଏକ ସୁନେଲୀ ସ୍ଵପ୍ନ ! ସ୍ଵପ୍ନ ପରେ ଚେତନା । କିନ୍ତୁ ଚେତନା ପରେ.... ! ଆଶା ଶ୍ରୀଯୁକ୍ତ ଗୌରାଙ୍ଗ ବାବୁଙ୍କ ଲେଖନୀ ଶେଫାଳୀର ରସ, ରୂପ ଓ ଗନ୍ଧ ପାଇ ଚିର ଉଜ୍ୱିବୀତ ହୋଇ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବ । ଲେଖକ ସତ୍ୟ, ଶିବ ତଥା ସୁନ୍ଦରର ପୂଜାରୀରୂପେ ନିଜକୁ ସମାଜ ତଥା ସାହିତ୍ୟ ରାଜ୍ୟରେ ପ୍ରତିଷ୍ଠିତ କରି ପାରିବେ, ଏହାହିଁ ମୋର କାମନା–

 

ଯୁଗଳ କିଶୋର ଶତପଥୀ

ତା ୫–୧୦–୭୨

Image

 

ତରୁଣ ଲେଖକ ଶ୍ରୀ ଗୌରାଙ୍ଗ ଚରଣ ମହାନ୍ତିଙ୍କ ଲେଖନୀ ସ୍ରୋତ ଆଜି ଖୁବ୍ ଦୂରରେ ପହଞ୍ଚି ପାରିଚି । ତାଙ୍କରି କଲମ ମୂନରେ ରୂପ ଦେଇଥିବା “ଝରା ଶେଫାଳୀ” ଏକ ସୁପାଠ୍ୟ ଉପନ୍ୟାସ ହୋଇପାରିବ ବୋଲି ମୁଁ ଆଶା କରୁଚି । ଦୁନିଆ ଦୁଆରେ ଆଜି ଏ’ଇ ରୋମାଣ୍ଟିକ୍‌ ଉପନ୍ୟାସଟି କେତେଦୂର ସ୍ଥାନ ପାଇବ ସେହି ଅଦୃଶ୍ୟ ନାରାୟଣ ତା’ର ଏକମାତ୍ର ସାକ୍ଷୀ । ମୁଁ ଆଜି ତାଙ୍କୁ ଉତ୍ସାହ ଦେଉଛି, ଆଶୀର୍ବାଦ କରୁଚି, ଲେଖନୀ ମୂନରେ ସୁରଭି ଛୁଟିବ,–ଏ’ଇ ମୋର ପୂର୍ଣ୍ଣ ବିଶ୍ଵାସ ।

 

ବ୍ରଜେନ୍ଦ୍ର ଦାସ

ସବ୍ ଡେପୁଟୀ କଲେକ୍ଟର

ଏବଂ

ଫାଷ୍ଟକ୍ଲାସ ମାଜିଷ୍ଟ୍ରେଟ, କଟକ

Image

 

ଫୁଲ ସଞ୍ଜ–ବେଳରେ ମୀନା ପିଣ୍ଡାରେ ବସି ଏଣୁ ତେଣୁ କେତେ କଥା ଭାବୁଛି । ତେଣେ କାନ୍ଧରେ ଗାମୁଛା ଖଣ୍ଡେ ପକାଇ ପ୍ରବୀର ବାବୁ ତୋଟା ଆଡ଼ୁ ଆସୁଛନ୍ତି । କେତେଥର ତ ଆସନ୍ତି । ତାଙ୍କୁ ଦେଖିଲେ କେଡ଼େ ଖୁସି ଲାଗେ, କିନ୍ତୁ ସେଦିନ କାହିଁକି କିପରି ଖରାପ ଲାଗିଲା । ଛାତି ଭିତରେ କେତେ କୋହ ଉଠିଲା !!

 

ସେ ପାଖେଇ ଆସି ମୋ ହାତକୁ ଚିଠିଟି ବଢ଼ାଇ ଦେଲେ । କ’ଣ କରିବି, କେମିତି କ’ଣ କହିବି, ମୋତେ ବୁଦ୍ଧି ଦିଶିଲା ନାହିଁ । ସେ ଯେତିକି ପାଖେଇ ଆସୁଥାନ୍ତି, ମତେ କାହିଁକି ସେତିକି ଲାଜ ମାଡ଼ୁଥାଏ । ସେ କେଡ଼େ ଧନୀ, ଆମେ କେଡ଼େ ଗରୀବ । ଯେଉଁ ସମାଜରେ ଗରୀବର ସ୍ଥାନ କେତେ ପଛରେ, ସେତେବେଳେ ତାଙ୍କ ପିଛା ଧରି କି ଲାଭ । ଅପନ୍ତରାର ଫୁଲ କ’ଣ ତାଙ୍କରି ପୂଜାର ପ୍ରାପ୍ୟ ହୋଇ ପାରିବ ? ଏଇ କୋଚଟା ମଇଳା ସାତ ଗଇଣ୍ଠା ଦରବା ଯାହାର ପିନ୍ଧିବା ସମ୍ବଳ–ପର ଘରେ ମୂଲଲାଗି ଖାଇବା ଯାହାର ନିତିଦିନିଆ କାମ–ଛିଣ୍ଡା କନାକୁ ଯାହାର ଆଶା–ସେ ପୁଣି ହେବ ପ୍ରବୀର ବାବୁଙ୍କ ମନ କାନନର ମଲ୍ଲିକା ! ଛି...ଛି, ସେ ଭାଗ୍ୟ ତା’ର କାହିଁ ? ଭାବିବା କେବଳ ଆକାଶ କୁସୁମ । ତେବେ କାହିଁକି ସେ ତା ପିଛା ଧରିଛନ୍ତି ! ଏ ଭଲ ପାଇବା ନାଁ ଛଳନା ?

 

ଚିଠି ଖଣ୍ଡିକ ଧରି ଲାଜ ଲାଜ ହୋଇ ଘରକୁ ଉଠି ଆସିଲି । ପ୍ରବୀର ବାବୁ ଏକ ଆଖିରେ ଦାଣ୍ଡରେ ଛିଡ଼ା ହୋଇ ଚାହିଁ ରହିଛନ୍ତି ମତେ । ଡାକି ପାରିଲିନି ତାଙ୍କୁ । ଶୋଇବା ଘରକୁ ଯାଇ ଚିଠି ଖଣ୍ଡିକ ପଢ଼ି ବସିଲି । ଓଃ.......କି ସୁନ୍ଦର ସେ ଚିଠି ! ଥରେ ନୁହେଁ, ଅନେକ ଥର ପଢ଼ିଲି, ତଥାପି କାହିଁକି ତୃପ୍ତି ପାଇଲି ନାହିଁ । ଯେତିକି ପଢ଼ୁଥାଏ, ସେତିକି ନୂଆ ନୂଆ ଲାଗୁଥାଏ । ସତେ ସେ କେତେ ଭଲପା’ନ୍ତି !

 

ଚିଠିରେ ଲେଖିଛନ୍ତି–ତୁମର ସ୍ମୃତି ଆଜି ପ୍ରବୀରର ମାନସରୋବରରେ ହଂସ ଭଳି ଖେଳୁଛି । ଆହା ! ତାକୁ ଯଦି ସେ ନ ପା’ନ୍ତି, ତେବେ ତ ଝୁରି ଝୁରି ମରିଯିବେ । ଏଇତ ତାଙ୍କ ଜୀବନର ସଂକଳ୍ପ । ସତେ କ’ଣ ମମତାର ପାରିଜାତ ସେ ପାଇ ପାରିବ । ତା’ର କେଉଁ ଅଜ୍ଞାତ ମୁହୂର୍ତ୍ତରେ–ସେହି ପ୍ରଥମ ସାକ୍ଷାତ । ନଈର ପ୍ରଖର ସ୍ରୋତରେ ସେ ଯଦି ଅସହାୟ କରି ମୀନାକୁ ଗୋଡ଼ରେ ଠେଲି ଦିଅନ୍ତି ତେବେ ମୀନା ଚାଲିଯିବ କେଉଁ ଅଦୃଶ୍ୟ ରାଇଜକୁ । ସେଇଥି ରହି କରିବ ସେ ସାଧନା; ସେଇଠି ଉଦ୍‍ଯାପନ ହେବ କୁମାରୀ ଜୀବନର ବ୍ରତ । ଥରେ ଏ ନାରୀ ପ୍ରାଣରେ ଯେଉଁ ପ୍ରୀତିର ସୁମନ ମୁକୁଳିତ ହୋଇଛି, ସେ କେବେ ଏତେ ଶ୍ରୀଘ୍ର ମଉଳି ଯାଇ ପାରେନା ? ଆସିବ ସେହି ସହକାର କୁଞ୍ଜକୁ । ଆସିବ, ଆସିବ କହି ଏତେ ଠକୁଚ କାହିଁକି ତମେ । କାଲି ରାତିରେ ତମକୁ ଏତେ ନିକଟରେ ପାଇଥିଲି । କେତେ ନିକଟରେ କହିଲ ? ହଁ, ବୁଝି ପାରୁଥିବ ତମେ । ମୁଁ ତମକୁ ନିକଟରେ କେମିତି ପାଇଲି ଜାଣ ? ଗୋଟାଏ ସପନ ଦେଖିଲି, ଭାରୀ ସୁନ୍ଦର ସେ ସପନ । ସପନଟା କ’ଣ କହିବି । କି ଭଳି କହିବି ? ସେ ସବୁ କ’ଣ କଥାରେ କହିହୁଏ ? ସତେ ! ତେବେ ମୁଁ ଯେତିକି ପାରିଲି କହୁଚି.... । ନିଘଞ୍ଚ କାନନରେ ସେ ଛୋଟ ଝରଣାରେ ସେ ସବୁଜ ତଟ । ଗୋଟିଏ ଫୁଲ ତୋଳିବାକୁ ଆସି ମୁଁ ଶୋଇ ପଡ଼ିଚି । ସେହି କୁରୁବକ କୁସୁମ କୁଞ୍ଜରେ, ସେଇ ସବୁଜ ଶଯ୍ୟାରେ । ଆସିଛ ପୋଷାକ ପିନ୍ଧି ଶୀତଳ ସମୀର ସେବାରେ ।

 

ଦିନ ପରେ ଦିନ ଚାଲିଯାଇଛି । ପ୍ରବୀର ବାଡ଼ି ଗଡ଼ିଆର ଗାଧୁଆ ତୁଠରେ ବସି କେତେ କ’ଣ ଭାବୁଛି । ଏହି ସମୟରେ ସେହି ଗାଁର ଛୋଟ ଝିଅ ପ୍ରତିମା ଆସି ପ୍ରବୀର ବାବୁଙ୍କ ପାଖରେ ବସିଗଲା । ଗେହ୍ଲେଇ ହୋଇ କେତେ ମଜାଗପ କହିଲା । ପୁଣି ଉଠି ଘରକୁ ବାହାରିଲା । ଗଲାବେଳେ ମୁଦା ଚିଠିଟାଏ ପ୍ରବୀର ହାତକୁ ବଢ଼ାଇ ଦେଇ ଦୌଡ଼ିଦୌଡ଼ି ଘର ଆଡ଼କୁ ଚାଲିଗଲା-

 

ଚିଠିଟି ଓଲଟପାଲଟ କରି ପ୍ରବୀର ଦେଖିଲା, କାହିଁ କିଛିତ ଚିଠି ଉପରେ ନାହିଁ । ଭିତର ଖୋଲିଲା, ଚିଠିଟା ମୂଳରୁ ଥରେ ଭଲକରି ପଢ଼ିଗଲା–ପୁଣି ମନ କ’ଣ ହେଲା ଆଉଥରେ ପଢ଼ିଲା ଏବେ ତାର ବୁଝିବାକୁ ବାକି ରହିଲା ନାହିଁ ଯେ–କି ସୁନ୍ଦର ସେ ଲାବଣ୍ୟକାନ୍ତି–ସେ ମୋହନ ଭଙ୍ଗିମା–ସେ କୁଞ୍ଜର ଗତି । ସେଇଠି ପହଞ୍ଚି ସେଇ ଗଛ ତଳକୁ ତମେ ବସିବାକୁ ଆସୁଚ, ଏତିକିବେଳେ ମୁଁ ଚାହିଁଲି, ଆଉ ତମେ ଚାହିଁଲ ମତେ । ଦୁହେଁ ଦୁହିଁଙ୍କୁ କିଣିନେଲେ ସେହି ଚାହାଁଣିର ମୂଲ୍ୟରେ । ତାହାପରେ ହାତ ଧରାଧରି ହୋଇ ସେହି କୋମଳ ସବୁଜ ତୃଣ ଶଯ୍ୟାରେ ବୁଲୁଚେ । ତମେ ଚାହିଁଚ ମତେ ମୁଁ ଚାହିଁଛି ତମକୁ । ତାପରେ ତୁମର ସେହି କୋମଳ ସ୍ପର୍ଶ–ତାପରେ–ତାପରେ ଆଉ କେତେ କ’ଣ–

 

ଲେଖାଟା ତାର ସେଦିନର ପରିଚିତା ମୀନା କୁମାରୀ–

 

ହେ’ ମୋର ପୂଜାର ଆରାଧ୍ୟ !

 

ତମକୁ ଚିଠି ଦେଲାଭଳି ଯୋଗ୍ୟତା ମୋର ନାହିଁ । ତମେ ମତେ ଆଣିଛ ପୁଷ୍ପିତ ଦୁନିଆକୁ । ତମକୁ ଥରୁଟିଏ ଚାହିଁ ଦେଲେ ମୁଁ ଯେ କେଡ଼େ ଖୁସି ହୁଏ, ତାହା ଚିଠିରେ ରୂପଦେବା କଳ୍ପନା ବାହାରେ । ମୋର ଏ ନିରିମାଖୀ ଲୁହବୋଳା ସଂସାର ଭିତରେ ତମେ ମୋର ବାଟ ଦେଖାଇବାର ଆଲୋକ–ତମେ ମୋର ସମ୍ବଳ । ତମେ ମୋର ହସକାନ୍ଦ । ଚନ୍ଦ୍ରର ଚକୋର ତୁମ ବ୍ୟତୀତ ଏ ଅଭାଗିନୀର ଦୁନିଆରେ କିଏ ଅଛି କହିଲ । ତମରି କୋମଳ ସବୁଜ ଶଯ୍ୟାରେ–ତମରି ସ୍ମୃତିର ଛାଇତଳେ ମୁଁ ହସିହସି ମରିଯାଏ । ମନ ହୁଏ ସାରାଜୀବନ ତମରି କଅଁଳ ଶେଯରେ... ନା, ନା ଲଜ୍ଜାର ଅରୁଣିମାରେ ଲେଖନୀ ମୋର ଚାଲୁନି । ରହିଲି ତମରି ପ୍ରତୀକ୍ଷାରେ । ରାଗିବନି ମୋ ରାଣ... ।

 

ତୁମର ଅଭାଗିନୀ ମୀନା

 

ପବୀର ବାବୁ ଆଙ୍କିଦେବେ ତୂଳୀ ମୂନେ ସୂକ୍ଷ୍ମ ପରଶ ଦେଇ ମଥାରେ ସିନ୍ଦୂରର ଟୋପା-। ଏ ଦେହ, ଭରା ଯୌବନ ଆଉ ପ୍ରାଣ ଭରା ପ୍ରଣୟର ଫୁଲ ତାଙ୍କରି ଚରଣ ତଳେ ଅଜାଡ଼ି ଦେବ ସେ । କେତେ କ’ଣ ସବୁଜ ଭାବନା ତା’ ମନ ତଳେ ଗୁନ୍ଥି ହୋଇଯାଏ । ତା’ର ଗୋଲାପୀ ତନୁଲତା ଉପରେ ଅଭିଲକ୍ଷିତ ଇପ୍‍ସିତ ଆକାଙ୍‍କ୍ଷା ଦେହରେ ଆଣେ ନୂଆ ଚମକ, ନୂଆ ଅନୁଭୂତି-। ମନ ହୁଏ ଉଠି ଧାଇଁଯିବି ତାଙ୍କ ପାଖକୁ । କିନ୍ତୁ ଲଜ୍ଜାର ଆଭରଣ ତଳେ ଲୁଚିଯାଏ ତା’ର ଖିଆଲୀ ମନ ।

 

ସେ ବର୍ଷ ଭାରି ଶୀତ ପଡ଼ିଥାଏ । ବେଳ ଦି’ ଘଡ଼ି ହୋଇ ଗଲାଣି । ମା ସକାଳୁ ଉଠି ରାଜ ସାଆନ୍ତ ଘର ଅମାର ଲିପିବାକୁ ଚାଲିଗଲା । କୂଅରୁ ଦି’ମାଠିଆ ପାଣି ଆସିଲେ ରୋଷେଇ ହେବ ।

 

ମୀନା ମାଠିଆ ଦି’ଟା ଧରି ମହାନ୍ତି ଘର ତୋଟା କୂଅ ପାଖକୁ ଧିରେ ଧିରେ ଚାଲିଲା । ଶୀତରେ ଦେହ ଥରୁଥାଏ । ପିନ୍ଧିଥାଏ ଖଣ୍ଡେ ମଇଳା ଲୁଗା । ମା’କୁ କେତେଥର କହିଲିଣି, କିନ୍ତୁ ସେ’ବା କରିବ କ’ଣ ? ଘରୁ ନ ବାହାରିଲେ ତ ହେବ ନାହିଁ । କାମ କରିବାକୁ ହିଁ ହେବ । ମା’ କହିଥାଏ–ମୀନାଲୋ, ମାଟ୍ରିକ୍ ପାସ୍ କଲୁ । ଏଡ଼େଟିଏ ହେଲୁ । ଆଉ ପାଠ କ’ଣ ଆମର ସରଗ ନେବ । ଆମେ ଗରିବ । ଏମିତି ଅଭେଖା ହୋଇ ତୁ କୁଆଡ଼େ ଯିବୁ ? ଘରେ ରହ । ଚାକିରି ଆମର ଲୋଡ଼ା ନାହିଁ । ମା’ର କଥାରେ ମୋ ଚାକିରି କରିବା ସରାଗ ଭାଙ୍ଗିଗଲା ।

 

ପ୍ରବୀର ବାବୁଙ୍କୁ ଦେଖିବାକୁ ମନ ତାର ବ୍ୟାକୁଳ ହୋଇଉଠେ । ପାଣିଆଣିବା ବାହାନାରେ ତୋଟାକୁ ଯାଏ । ଘାସ ଉପରେ ପଡ଼ିଥିବା କାକର ଗୋଡ଼ରେ ଲାଗି ଦେହ ଶିତେଇ ଉଠୁଥାଏ । କୂଅ ପାଖରେ ପହଞ୍ଚି ମାଠିଆ ଦି’ଟା ତଳେ ରଖି ଫନ୍ଦ ଉପରେ ବସି ଲୁଗାପଟା ସଜାଡ଼େ । ଚାରିଆଡ଼ ତ ଚିରା । ଅର୍ଦ୍ଧଲଗ୍ନ ଅବସ୍ଥାରେ ଛିଡ଼ାହୋଇ ଭାବେ–ପ୍ରବୀର ବାବୁଙ୍କ ସ୍ମୃତି–କାହାର ଛାଇ ପଡ଼ିଲା ତା’ ଉପରେ । ଚମକି ଚାହିଁଲି ଗଛକୁ । ହଠାତ୍ ଦୃଷ୍ଟି ପଡ଼ିଲା ପ୍ରବୀର ବାବୁଙ୍କ ଉପରେ । ବ୍ୟସ୍ତ ହୋଇ ଠିଆ ହେଲା ସେ ।

 

ସେ ଅତି ପାଖକୁ ଆସି ପଚାରିଲେ । ମୀନା ! ଡର ମାଡ଼ୁଛି କି, ମୁଁ ବାଘ ଭାଲୁ ନୁହେଁ, ମଣିଷ, ଡରୁଛ କାହିଁକି ? ତାଙ୍କରି ଅମୃତ ଡାକରେ ତା’ ଦେହସାରା ଖେଳିଗଲା ଅଜଣା ଚମକ । ଲଜ୍ଜା ଓ ସଂକୋଚର ଆଚରଣ ତଳେ ଝାଉଳି ପଡ଼ିଲା ସେ । ପ୍ରବୀର ବାବୁଙ୍କ ଉଜ୍ଜଳ ମୁଖକୁ ଚାହିଁବାର ସାହସ ତାର ନ ଥିଲା ।

 

ସେ କେତେବେଳ ଯାଏ ତା’ ଆଡ଼କୁ ଚାହିଁଲେ । କ’ଣ ଭାବିଲେ କେଜାଣି । ପଚାରିଲେ, ମୋ ଚିଠି ପାଇଛ ? ବଡ଼ ଅଡ଼ୁଆରେ ପଡ଼ିଲା ମୀନା । କ’ଣ କହିବ ସତେ । ଲଜ୍ଜାର ଅରୁଣିମାର ତାଙ୍କୁ ଚାହିଁ ଟିକିଏ ହସିଦେଲି । ସେ ମଧ୍ୟ ହସିଲେ । ତାପରେ.... ।

 

ଦିନକର ମଧୁର ସଂଧ୍ୟା–ଘର ପଛପଟେ ଫୁଲବଗିଚାରେ ପ୍ରବୀର ବାବୁ ଓ ମୁଁ ଦୁହେଁ ବସିଛୁ ଘାସର ଲୋଭନୀୟ ଚଟାଣ ଉପରେ । ସେ ଖୁବ୍ ଜୋରରେ ମୋ ଓଠଟିକୁ ଧରି ହଲାଇ ଦେଲେ । ...ଛି... ଲଜ୍ଜାରେ ତାଙ୍କର ଉଜ୍ଜ୍ୱଳ ମୁଖମଣ୍ଡଳକୁ ମୁଁ ଚାହିଁ ପାରିଲିନି । ତାପରେ ସେ ମୋର କଅଁଳ ହାତଟିକୁ ଧରି କହିଲେ–ମୀନା ତୁମ ଚିଠିର ପ୍ରତ୍ୟେକ ଧାଡ଼ି ଓ ଅକ୍ଷରରେ ଯୁଗ ଯୁଗର ମମତା ସାଇତା ହୋଇ ରହିଛି । ତମେ କ’ଣ ଭାବିଛ..... ତମରି ବୁକୁଭରା ସ୍ନେହ, ସୋହାଗକୁ ବଙ୍ଗୋପସଗରରେ ଭସାଇ ଦେବି । ତମେ ମୋର... ଜନ୍ମ ଜନ୍ମାନ୍ତର ପାଇଁ ମୋ ହୃଦୟ ଆକାଶରେ ତାରା ହୋଇ ଦେଖାଦେବ । ତମରି ପାଖରେ ମୁଁ ବସିଥିବି ଯୁଗଯୁଗ ଧରି..... । ନୁହେଁ, ତାଙ୍କରି ଅମୃତ କଥାରେ ମୋ ମନ ତଳେ ଲୁଚି ରହିଥିବା ଲଜ୍ଜାର ପାହାଡ଼ ଭାଙ୍ଗି ଚୁରମାର ହୋଇଗଲା । ମୁଁ ହସିଲି । ତାପରେ ସେ ତାଙ୍କର ହୃଦୟ ମନ୍ଦିରରେ ମତେ ଲୁଚାଇ ରଖିଲେ କହିଲେ–ଏଇ ଦେଖିଲ ମୀନା ? ଖୋଲା ଜହ୍ନ ଆଲୁଅ । ଏ ନିର୍ଜ୍ଜନ ରାତ୍ରିରେ ତୁମରି ଗୋଲାପୀ ତନୁଲତା ଉପରେ ଅଭିଳଷିତ ଯୁବକ ଦେହର ଚାପ ତମେ କିଛି ଅନୁଭବ କରି ପାରୁଛ ମୀନା ।

 

ମୁଁ ତୁନି ରହିଲି ।

 

ଏଇ ଦେଖିଲ ମୀନା ! ଖୋଲା ଜହ୍ନ ଆଲୁଅ । ପ୍ରକୃତି ତା’ର ଶୋଭାର ହରିହାଟ ବସାଇ ଆମ ଦୁହିଁଙ୍କୁ ଏଇ ସବୁଜ ଘାସର ଇଙ୍ଗିତ ଦେଉଛି ବସିବାକୁ । ହଁ, ଏଇ ସବୁଜ ଘାସ ଉପରେ ବସିଲେ ତମର କିଛି ଆପତ୍ତି ଅଛି ମୀନା ? ମୀନା ନିରୁତ୍ତର ରହିଲା । ....ପ୍ରବୀର ମୀନାର ଅତି ନିକଟକୁ ଯାଇ ତା’ରି କଅଁଳ ହାତଟିକୁ ଧରି କହିଲା–ଏ ନିର୍ଜ୍ଜନ ରାତ୍ରିରେ ତୁମରି ଗୋଲାପୀ ତନୁଲତା ଉପରେ.... ଛି, ପ୍ରବୀରବାବୁ ତମେ ଭାରି ଦୁଷ୍ଟ । ମୁଁ ହସିଲି । ସେ କହିଲେ–ଏଥିରେ ଲଜ୍ଜା କରିବାର କ’ଣ ଅଛି ମୀନା ? ପ୍ରବୀର ମନ ମନ୍ଦିରରେ ତମେ ଫୁଟିବ ଗୋଲାପ ହୋଇ । ମୁଁ ତୁନି ରହିଲି । ସେ କେତେବେଳେ ଯାଏ ମୋ ଆଡ଼କୁ ଚାହିଁ ରହିଲେ । ତାଙ୍କରି ଭାବଭରା ଉଜ୍ଜ୍ୱଳ ଚାହାଁଣି,–ଅମୃତ କଥା କେଇ ପଦରେ ମୋ ଭରା ଯୌବନ ଉନ୍ମାଦିନୀ ହୋଇ ଉଠିଥିଲା । ଓଃ ସତେ ସେ ମତେ କେତେ ଭଲ ପାଆନ୍ତି । ମନ ହୁଏ ସାରା ଜୀବନ ତାଙ୍କରି ହୃଦୟ ତଟରେ ବନ୍ଦୀ ହୋଇ ବାନ୍ଧି ରଖିବ ତା’ର ପଣତକାନିରେ ପ୍ରବୀର ବାବୁଙ୍କୁ...... ତାଙ୍କରି ଫୁଲପରି କୋମଳ ଶଯ୍ୟାରେ ନିତିଦିନ ଫୁଲ ହୋଇ ସେ ଫୁଟିବ । ଓଃ..... କି ସୁନ୍ଦର । କି ପ୍ରାଣ ପ୍ରାଚୁର୍ଯ୍ୟ ତା’ର ପରିକଳ୍ପନା...... ସେ କେତେବେଳ ଯାଏ ମୋ ଆଡ଼କୁ ଚାହିଁ ରହିଲେ । ତାଙ୍କରି ଭାବଧାରା ଅମୃତ କଥା କେଇ ପଦରେ ମୁଁ ଉନ୍ମାଦିନୀ ହୋଇ ଉଠିଥିଲି ।

 

ଓଃ... ମନେହୁଏ ନିତିଦିନ ତାଙ୍କରି ଚରଣ ତଳେ ଫୁଲ ହୋଇ ବିଞ୍ଚିହୋଇ ପଡ଼ିବି । ସତେ କଣ କଳ୍ପନା ରାଇଜରେ ପ୍ରୀତିର ପୂଜାରିଣୀ ସେ ହୋଇ ପାରିବ । ହସି ଉଠିବ ତା’ କୁମାରୀ ଜୀବନର ସୁନାର ଭବିଷ୍ୟତ ।

 

ମା’ କାମକୁ ଗଲା । ମନରେ ବିରାଟ ଆଶାଧରି ମୁଁ ତୋଟାକୁ ଆସିଲି । ଅପେକ୍ଷା କରି କରି ଖରାବେଳ କଟିଲା । ସେ ଆସିଲେ ନାହିଁ । ମନର ସରାଗ ଭାଙ୍ଗିଗଲା । ଛାଇ ନେଉଟିଲା । ହାତାଶ ହୋଇ ଫେରି ଆସିବାକୁ ବସିଛି, ଦେଖିଲି, ପ୍ରବୀର ବାବୁ ଆସୁଛନ୍ତି ପୁଣି ମୋର ନିଭିଲା ଆଶା ଜଳି ଉଠିଲା । ମୁଁ ଆଗ୍ରହରେ ତାଙ୍କରି ଆଡ଼କୁ ଚାହିଁ ରହିଲି ।

 

ପ୍ରବୀର ବାବୁ ପାଖକୁ ଆସି ତାଙ୍କର କଅଁଳ ହାତରେ ବଢ଼ାଇ ଦେଲେ ଗୋଟିଏ ଦାମିକା ଶାଢ଼ୀ, ମୁହଁ ଶୁଖାଇ କହିଲି–ଏ ଶାଢ଼ୀ ମୋର କ’ଣ ହେବ ପ୍ରବୀର ବାବୁ ? ତମେ ଆଜି ଯେଉଁ ବିରାଟ ଆଶାର ବୋଝ ଧରି ଛାଇ ପରି ମୋ ପିଛା ଧରିଛ । ତମେ କ’ଣ ସୁଖୀ ହୋଇ ପାରିବ ପ୍ରବୀର ବାବୁ । କ୍ଷଣିକ ମୋହର ଝଲକରେ ଆତ୍ମହରା ହୋଇ ଏ’ଇ ଗୋଲାପଟିକୁ ସଢ଼ାପଚା ନର୍ଦ୍ଦମାରେ ଫିଙ୍ଗିଦେଇ ତମେ ଯଦି ଚାଲିଯାଅ ନୂଆ ଦୁନିଆଁର ଆଲୋକ ପଥରେ...... ତେବେ ମୁଁ ଆଉ କାହାର ହେବି ? କାହା ଆଗରେ ଛିଡ଼ାହେବି ଏ କଳଙ୍କର ବୋଝ ଧରି । ଥରେ ଭାବି ଦେଖିଲ ମୋର ଅବସ୍ଥା କ’ଣ ହେବ । ଶେଷରେ ଏଇ ରେଲ ଲାଇନ ହେବ ମୋ ଜୀବନର ଶେଷ ସାଥି । ନାରୀ ପ୍ରାଣରେ ପ୍ରଥମ ହୋଇ ଯେଉଁ ପ୍ରଣୟର ଫୁଲ ଫୁଟେ, ସେହି ଫୁଲ ଦେବାର୍ଚ୍ଚନାରେ ଲାଗେ ଥରେମାତ୍ର–ଦିଥର ନୁହେଁ ? ଦିନ ଆସିବ ଦୁନିଆ ତାକୁ ଛି ଛି କରିବ । ଏଇ ଗାଁରେ ମୁଣ୍ଡ ଟେକି ଚାଲି ପାରିବନି ସେ । ତାର ଏ ଦୁର୍ଦ୍ଦଶା ଦେଖିବାକୁ ସେତେବେଳେ ହୁଏତ ସେ କେହି ନଥିବେ । ଥିବ କେବଳ ଏଇ ସମାଜ । ଏଇ ସମାଜର ହିଂସ୍ରଳ ଚାବୁକ ମାଡ଼ରେ କାନ୍ଦଣାରେ ଆକାଶ ତିନ୍ତାଇ ହଜିଯିବ ସେ ସମୁଦ୍ରର ଅତଳ ଗର୍ଭରେ ।

 

ହସହସ ମୁହଁରେ ସେ ତାର ଅତି ନିକଟକୁ ଘୁଞ୍ଚି ଆସିଲେ । ତା’ ଦେହସାରା ବିଜୁଳି ଖେଳିଗଲା । ସେ କହିଲେ, ଆଜି ମୁଁ ବିରାଟ ଆଶାଧରି ଆସିଛି ମୀନା, ମତେ ଅସହାୟ କରି ଗୋଡ଼ରେ ଆଡ଼େଇ ଦିଅନା । ଏ ଦେହଟା ତମର । ଏ ମନଟା ତମର । ୟା’ ଉପରେ କାହାର ଅଧିକାର ନାହିଁ । ଲଜ୍ଜାରେ ମୁଁ ଅଭିମାନ କରି ମୁହଁ ବୁଲାଇ ଛିଡ଼ା ହେଲି । ମାନିଲେନି ସେ । ମୋ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଆରମ୍ଭ କଲେ । ଶେଷରେ ଖୁବ୍ ସାହସର ସହିତ କହିଲି, ପ୍ରବୀର ବାବୁ ମୁଁ ତୁମକୁ ଖୁବ୍ ଭଲପାଏ, ତା ବୋଲି ମୋ ଦେହ ଉପରେ......ଚିତ୍କାର କରି ଉଠିଲି । ନା ନା ମତେ ଛାଡ଼ି ଦିଅ ପ୍ରବୀର ବାବୁ । ଫେରାଇ ନିଅ ତୁମର ଆଦର୍ଶର ଉପହାର । ସେହି ଚକଚକିଆ ଟେରେଲିନ୍ ଶାଢ଼ୀ ତଳେ ଛପି ରହିଛି, ନରକର ଆବର୍ଜନା, ହଳାହଳ ବିଷ ? ସେ ଆମର କଣ ହେବ ପ୍ରବୀର ବାବୁ ଏଇ ଛିଣ୍ଡା ସାତ ଗଇଣ୍ଠା ଦରବା ଯାର ସମ୍ବଳ । ଗୋଟାଏ ମରୀଚିକା ପଛରେ ଧାଇଁ ତୁମର ବିରାଟ ଭବିଷ୍ୟତକୁ ଛାରଖାର କରି ଦିଅନା ପ୍ରବୀର ବାବୁ ।

 

ଏଇ ଝାଟିମାଟି କୁଡ଼ିଆ ତଳେ ତୁମରି ପାଦପଦ୍ମ ତଳେ ଏ’ ଜୀବନଟା ଅବସାନ ହୋଇଯାଉ ପ୍ରବୀର ବାବୁ । ସତେ କ’ଣ ତୁମରି ଆଲୋକରେ ମୋ ମନର ଅନ୍ଧାର ଘୁଞ୍ଚିବ । ତମେ ହେବ ମୋର ଶୟନ କକ୍ଷର ରାଜକୁମାର । ଆଉ ମୁଁ ହେବି ତୁମର... । ଦିନ ଆସିବ ଯେତେବେଳେ ତୁମରି ଅମୃତକୋଳରୁ ଶେଷ ବିଦାୟ ନେଇ ଏଇ ସ୍ମୃତିହଜା ବାରୁଦ ନିଆଁରେ ମୀନା ଯଦ୍ୟପି ଜଳିଯାଏ......ତମେ କ’ଣ କାନ୍ଦିବ–ଢାଳି ପାରିବ ତା ସମାଧି ପୀଠରେ କେଇଧାର ଲୁହ । ତମେ କାନ୍ଦି ପାରିଲେ ସେଇ ହେବ ମୋର ସୁନାର କଳ୍ପନା; ଭଲ ପାଇବାର ଆଦର୍ଶ ।

 

ତା’ରି ଲୁହବୋଳା କଅଁଳ କଥାରେ ପ୍ରବୀର ବାବୁଙ୍କ ଆଖି ଛଳଛଳ ହୋଇ ଉଠିଥିଲା । ପିଆସୀ ମୀନାର କୁସୁମ ହାତଟିକୁ ଧରି ପ୍ରବୀର କହିଲା–ତମେ ମୋର ମନ ମନ୍ଦିରରେ ଏକଇ ରକ୍ତ ଗୋଲାପ । ପ୍ରବୀର ଦାସର କଳ୍ପନା କୁଞ୍ଜରେ ଫୁଲ ହୋଇ ତମେ ଫୁଟିବ । ତୁମରି ସ୍ମୃତିକୁ ଝୁରିଝୁରି ଶେଷ ଆହୂତି ଦେବି । ଯଦି ତୁମକୁ ମୁଁ ନ ପାଏ । ଗୋଟିଏ ହୃଦୟ ଯଦି ଅନ୍ୟ ଏକ ହୃଦୟ ସହିତ ଡୁବିଯାଏ, ଗୋଟିଏ ମନ ଯଦି ଅନ୍ୟ ଏକ ମନର ଲଗାମ ସହିତ ଗୁନ୍ଥି ହୋଇଯାଏ, ଗୋଟିଏ ଆତ୍ମା ଯଦି ଜୀବନ ମରଣର ପଣଧରି କଳ୍ପନା ମନ୍ଦିରରେ ଅନ୍ୟ ଏକ ସ୍ମୃତିର ସପନ ଦେଖେ–କୁହ, କୁହ ମୀନା ତାକୁ କ’ଣ ଭୁଲି ହେବ କେବେ ।

 

ପ୍ରବୀରର କେଇପଦ ଦରଦୀ କଥାରେ ତାର ଜମାଟବନ୍ଧା ମାନ ଅଭିମାନ ବନ୍ଧ ଭାଙ୍ଗି ଚୂରମାର ହୋଇଗଲା । ତା’ ଆଖି ଛଳଛଳ ହୋଇ ଉଠିଲା । ତାଙ୍କ ପ୍ରତି ତା’ର କାହିଁକି ଭାରି ଦୟା ହେଲା ।

 

ତାଙ୍କରି ପୁରୁଷ ଦର୍ପିତ ମନ ପାଖରେ ସେ ହାରିଗଲା । ଢଳିପଡ଼ିଲା ସେ ତାଙ୍କରି ଛାତି ଉପରେ । ଆଖି ଲୁହରେ ଛାତି ଭିଜାଇଲି । କହିଲି–ଏଇମିତି କେତେ ବ୍ୟର୍ଥ ଜୀବନ, କେତେ ବ୍ୟର୍ଥ ରାଗିଣୀ, କେତେ ହସ, କେତେ କାନ୍ଦର ଝରଣା ବହିଯିବ ତୁମରି ପାଦତଳେ । ହ...ତମେ ଯଦି ମୋର ପୂଜାଡାଲାକୁ ଦରିଆ ସେପାରିରେ ପିଙ୍ଗି ଦେବ, ତେବେ, ତେବେ ମୁଁ କାହାର ହେବି ? କାହା ଆଗରେ ଛିଡ଼ା ହେବି ଏ କଳଙ୍କର ବୋଝଧରି । ମୋର ଭଲ ପାଇବାର ଶେଷ କେଉଁଠି ? ମୋର କଅଁଳ କଥାରେ ସେ କାନ୍ଦି ଉଠିଲେ । ମୁଁ ମଧ୍ୟ କାନ୍ଦିଲି । ତାପରେ... ।

 

ମହାକାଳ ଅନ୍ଧାର ମାଡ଼ି ଆସୁଛି । ମୁଁ ଘରକୁ ଫେରିଲି । ମା’କୁ କିଛି କହିଲି ନାହିଁ । କେମିତି ଲାଜ ମାଡ଼ିଲା, ଡର ବି ମାଡ଼ିଲା । କାଳେ ମୋର ଦୁର୍ବଳତା ଧରାପଡ଼ି ଯିବ । ଓଃ.....କେଡ଼େ ସୋହାଗରେ ସେ ମୋତେ ଛାତି ଉପରକୁ ଆଉଜାଇ ନେଲେ । ମନେ ହେଲା, ଯେପରି ତାଙ୍କର ସେହି ସୋହାଗର ଦାଗ ମୋ ଛାତି ଭିତରେ ଆଙ୍କି ହୋଇଯାଇଛି । ସେ ଦିନର ଦୃଶ୍ୟଟିର କଥା ଯେତିକି ଭାବିଲି ଗୋଟାଏ ଅଜଣା ପୁଲକରେ ମୋର ମନ ପୂରି ଉଠିଲା । ସଙ୍ଗେ ସଙ୍ଗେ କିପରି ଗୋଟାଏ ଲାଜ ଓ ଭୟ ମୋର କେବେ ଭାବନାକୁ ଘୋଡ଼ାଇ ରଖିଲା । ଇଚ୍ଛାହୁଏ ଧାଇଁ ଯିବି ସାର ଜୀବନ ତାଙ୍କର ଉଜ୍ଜ୍ୱଳ ଭାବଭରା ଆଖିର ଆଲୁଅରେ ମୋର ମନର ଅନ୍ଧାର ଘୁଞ୍ଚାଇବି ।

 

ସେଦିନର ହୃଦୟ ସ୍ପର୍ଶ ଅମୃତ ଆଲିଙ୍ଗନ ମୋ ହୃଦୟରେ ଚିର ଆରାଧ୍ୟା ହୋଇ ରହିଲା-। ମୁଁ ଜଣେ ସେ ମୋତେ ପ୍ରାଣଠାରୁ ବଳି ଭଲ ପାଆନ୍ତି । ମୋତେ ଭଲ ପାଇଲେ କାହିଁକି ? ମୁଁ କାହିଁକି ମୋ ମନର ସବୁ ପ୍ରେମ ତାଙ୍କରି ଚାରଣ ତଳେ ଶେଷ କରି ଢାଳି ଦେଲି ? ଏ କଥା ଅନେକ ଥର ଚିନ୍ତା କରିଛି । ନିଜ ଆସନରେ ରହିବାକୁ ବହୁତ ଚେଷ୍ଟା କରିଛି । ଶେଷରେ ହାରିଗଲି । ତାଙ୍କରି ରୁକ୍ଷ ପୌରୁଷ ପାଖରେ । ଯୁବକ ଯୁବତୀ ମନ ତଳେ ପ୍ରଥମ ହୋଇ ଯେଉଁ ପ୍ରେମର ନିଶା, ଭଲ ପାଇବାର ଆଲୋଡ଼ନ, ମନରେ ପଶିଲେ ଅତୀତ ବା ଭବିଷ୍ୟତ ଦେଖାଯାଏ ନାହିଁ ।

 

ପ୍ରାଣର ଅସ୍ଥିର ହୁଏ । ଯନ୍ତ୍ରଣା ସହିପାରେ ନାହିଁ । ଭୁଲ୍ କରିଛି । ଆଉ ଭୁଲ୍ କରିବି ନାହିଁ । ଲାଜ କଣ ? ଭୟ କାହିଁକି ? ମୁଁ ତାଙ୍କୁ ଭଲପାଏ । ସମସ୍ତେ ମୋତେ ଘୃଣା କରନ୍ତି । ସେତ ଘୃଣା କରିବେ ନାହିଁ ।

 

ମା ଡାକେ, ଥାଳି ଖଣ୍ଡକ କେତେବେଳେ ଯାଏ ମାଜୁଥିବୁ ଲୋ ? ତୋରାଣି ମନ୍ଦାଏ ବାଢ଼ିଆଣ । ଆଉ କେଇଟା ଦିନ । ମୋ ବେଳକାଳ ସରି ଆସିଲା । ବଞ୍ଚି ଥାଉଁ ଥାଉଁ ହାତକୁ ଦି ହାତ ନ କଲେ– ।

 

ବାଧା ଦେଇ କହେ, ତୋର ସନ୍ଧ୍ୟାବେଳକେ ସେଇ ଚିନ୍ତା । କେମିତି ମୋତେ ପାଖରୁ ତଡ଼ିବୁ । ଆଖିରୁ ଲୁହପୋଛେ !

 

ମା ପଚାରେ ତୁ କାନ୍ଦୁଛୁ ମୀନା ?

 

କହେ, ନାଇଁ ତ ।

 

ମା କହେ, ଆ–ଏଥିକି କାନ୍ଦୁଛୁ କାହିଁକି ? ସେ କଣ ମଣିଷ ହାତର କଥା ।

 

ସୂର୍ଯ୍ୟ ବୁଡ଼ି ଆସୁଛନ୍ତି । ଛାଞ୍ଚୁଣି ମୁଠାଏ ଧରି ଘର ଓଳା ଆରମ୍ଭ କରିଛି । ପଦାରୁ କିଏ ଡାକିଲେ, ମୀନା, ମୀନା । ଯେ ଡାକିଲେ ମୁଁ ଜାଣେ ।

 

ଥିରି ଥିରି ତାଙ୍କ ପାଖକୁ ଯାଇ କୁନି ପିଲାଟି ପରି ଠିଆ ହେଲି । ମୋତେ ଦେଖି କହିଲେ, ମୁହଁଟା ତୁମର ଶୁଖିଲା ଦିଶୁଛି କାହିଁକି ମୀନା ? ମା କଣ କହିଛନ୍ତି କି, ନା ଦେହ କଣ ଖରାପ ଅଛିକି । ଲଜ୍ଜା ଓ ଭୟରେ ତାଙ୍କୁ କିଛି କହି ପାରିଲିନି । କାନ୍ଦି ପକାଇଲି ।

 

ମୀନା ତମେ ମୋ ଉପରେ ରାଗିଚ ନୁହେଁ ? ଆଜି ତୋଟା ଆଡ଼େ କାହିଁକି ଯାଇନ । କଣ ଉତ୍ତର ଦେବି ଭାବି କିଛି ଠିକ୍ କରି ପାରିଲିନି । ମୋ ମନ ତଳୁ କେତେ ସବୁଜ ଭାବନା ଉଙ୍କିମାରି ବୁଢ଼ିଆଣି ସୁତା ପରି ଛିନ୍ନ ବିଛିନ୍ନ ହୋଇଯାଉଛି । ପ୍ରବୀର ବାବୁ ମତେ କାହିଁକି ଭଲ ପା’ନ୍ତି । ସେ ଭଲ ପାଇବା ଭିତରେ ମମତା ଅଛି–କି ଆନ୍ତରିକତା ଲୁଚି ରହିଛି । କେବଳ ସେ’ଇ ଜାଣନ୍ତି ।

 

ସେ ଆଜି ପ୍ରବୀର ବାବୁଙ୍କ ମମତା ପରିଧି ଭିତରେ ନିଜକୁ ହଜାଇ ଦେଇଛି । ଏକ ସୁଗନ୍ଧ କୋମଳ ଶଯ୍ୟାରେ..... ଭଲ ପାଇବାର ମୋହ, ଉତ୍ତେଜନା..... ଅଜସ୍ର ଗୋଲାପର ମହକ....ପଦ୍ମ ପାଖୁଡ଼ାର କୋମଳତା...... ଅନେକ ଫୁଲର ବାସନା ତା’ ଭରା ଯୌବନକୁ ବିବ୍ରତ କରୁଛି । ଫୁଲର ଆସ୍ତରଣ ଭିତରୁ ଗୁଂଜରୀ ଉଠୁଛି ତାଙ୍କରି ସ୍ମୃତିର ମହକ ।

 

ଆଖି ଲାଖି ରହେ ଦିଗ୍‍ବଳୟ ଆଡ଼େ । କେତେବେଳେ ଆଖି ଝଲସାଇ ଆସିବେ ତାର ସପନପୁରୀର ରାଜକୁମାର । ଆସିବେ ଆସିବେ କହି ଆଖି ପାଣି ଆଖିରେ ମଲା । ଦେହରେ ପ୍ରାଣ ନଥିଲା ପରି କିଛି ସମୟ ସେହି ଆମ୍ବତୋଟା ପାଖରେ ଠିଆ ହେଲି । ତାଙ୍କରି ବାଟଚାହିଁ ଘଣ୍ଟଘଣ୍ଟା ବିତିଲା ତଥାପି ସେ ଆସିଲେ ନାହିଁ । ମନର ସରାଗ ଭାଙ୍ଗିଗଲା । ଛାଇ ନେଉଟିଲା । ଭରା ଯୌବନ ତା’ର ଅସମ୍ଭାଳ ହୋଇ ଉଠିଲା । ତାଙ୍କରି ସୁନ୍ଦର ମୁହଁଟି ଭାସି ଉଠିଲା ମୋ ଆଖି ଆଗରେ । ମନେମନେ ଖୁବ୍ ହସେ । ସେ ହସର ଯେପରି ମୂଲ୍ୟ ଅନେକ । ହସ ଆପେ ଆପେ ମଣ୍ଡି ହୋଇଯାଏ ଅଧରରେ । ମନ ଉଚ୍ଛନ୍ନ ହୁଏ ତାଙ୍କରି କଅଁଳ ଗୋଲାପ ଶେଯରେ ଲୋଟି ଯିବାକୁ । ମନ କୁହାଟ ମାରେ ମୋର ଅଭାବ ତା’ହେଲେ ଏଇ ପ୍ରବୀର ବାବୁଙ୍କ ସାନ୍ନିଧ୍ୟ । ସେ ସତେ ଆସିବେ । ଏଇ ଫୁଲ ଫୁଟା ଫଗୁଣ ସଞ୍ଜରେ କେଡ଼େ ଆନନ୍ଦରେ ବାଟ ଚାହିଁ ବସିଛି । ମନେ ପଡ଼ି ଯାଉଥିଲା ତାଙ୍କରି ସ୍ନେହବୋଳା ଅମୃତ କଥା “ତୋ ଭଳି ସୁନ୍ଦରୀ ଝିଅ ମୁଁ କେଉଁଠି ଦେଖିନି । ଏଇ ଭ୍ରମର କଳା ଭ୍ରୁଲତା, ଏଇ ଢଳଢଳ ନୟନର ଚାହାଣୀ, ଏହି ବଧୁଲୀର ଅଧର । ସବୁ ଯେପରି ଅନୁପମ ।”

 

ମନ ଛଟପଟ ହୁଏ । ମୋ ମନର ଦେବତା କ’ଣ ଆସିବେନି । ମୁଁ କାନ୍ଦେ, ସେହି ମୋର ଚିର ପରିଚିତ ପ୍ରୀତିର ମନ୍ଦିର ଭିତର ଯୌବନ ଦେବତାର ପୁଷ୍ପ କୋମଳ ଚରଣ ଛୁଇଁବାକୁ ମନ ଭିତରେ ଜଳି ଉଠେ । କେତେକଣ ପୀରତିର ବହ୍ନି । ତାର ରସାଣିତ ଭରା ଯୌବନ ଭିତରେ ଫୁଟିଥିବା ସ୍ନେହ...ପ୍ରୀତିର ସହସ୍ର ପଦ୍ମଫୁଲ, ସେହି ପ୍ରିୟ ଦେବତାର ଚରଣ ତଳେ ଅଜାଡ଼ି ଦେବାକୁ ମନଟା ତା’ର କ’ଣ ହୋଇଯାଏ ।

 

ଗୋଟାଏ ଦୀର୍ଘ ନିଃଶ୍ଵାସ ଛାଡ଼ି ମନକୁ ବାଁରେଇ ଦେଲି । କାହିଁକି ଇମିତି ଭାବୁଛି ମୁଁ ।

 

ସମସ୍ତେ ବାହାର କଥା କହିବେ ସିନା । ମୋର ଭିତର କଥା କିଏ ବୁଝୁଛି । ତରୁଣୀର ଲହୁଣୀ କଅଁଳ ମନରେ ଯେଉଁ ଛବିକୁ ସେ ପ୍ରଥମେ ଆଙ୍କି ରଖିଛି, ଯେଉଁ ଛବିକୁ ସେ ସାରା ଜୀବନ ହସ ଖୁସିରେ କଟାଇବାକୁ ପଣ କରିଛି । ସେହି ଛବିକୁ ଭୁଲିଯିବା କ’ଣ ସହଜକଥା । ସେହି ଭଲପାଇବା ଯେ, ଏ ରକ୍ତ କଣିକା ସଙ୍ଗରେ ମିଶି ଯାଇଛି । ଆଉ ଧନ ଦୌଲତ ତାହା କଣ ତରୁଣୀ ପକ୍ଷରେ ବଡ଼ କଥା ।

 

ମହାନଦୀର ତଟ ପ୍ରାନ୍ତରେ ବିରାଜିତ ବିଶାଳ ବିଦ୍ୟା ସୌଧ । ସେହିଠାରୁ ଚାହିଁଦେଲେ ଅନ୍ତରୀକ୍ଷ ସ୍ପର୍ଶୀ ଏହି ଜଳାଧାର ମାନବ ମନର କଳୁଷ ସଂହାରକ ବୋଲି ମନେହୁଏ ।

 

ଶ୍ରାବଣରେ ପୂର୍ଣ୍ଣଗର୍ଭା, ବୈଶାଖରେ କ୍ଷୀଣଧାରା ବସନ୍ତରେ ଜ୍ୟୋତ୍ସ୍ନା ମଣ୍ଡିତ ଏହାର ପାଲଧରା କ୍ଷେପଣୀ, ଆଉ ସନ୍ଧ୍ୟାରେ ଅନ୍ତିମ ସୂର୍ଯ୍ୟ ସ୍ନାନର ବର୍ଣ୍ଣିଳ ମନୋରମ ଆବେଶ ଯେପରି ଦେହ ମଧ୍ୟ ଦେଇ ଆତ୍ମାକୁ ସ୍ପର୍ଶ କରାଯାଏ, ଏଇ ଅନୁଭବ ଆସେ ।

 

ମୀନା ଫୁଲ ଚାଙ୍ଗୁଡ଼ିଟିଏ ଧରି ଫୁଲ ତୋଳିବାକୁ ଚାଲି ଆସିଛି ତାର ସଯନ୍ନ ପାଳିତ ସେଇ ଛୋଟ ଉଦ୍ୟାନ ଭିତରକୁ । ସବୁ ପ୍ରଭାତରେ ସେ ନିର୍ଦ୍ଦିଷ୍ଟ ସମୟରେ ପୁଷ୍ପ ଚୟନ କରେ । ଫୁଲ ସେ ଭଲପାଏ, ଆଉ ଭଲପାଏ ତାର ଦେବତାକୁ ।

 

କାହାପାଇଁ ଏ ଆକାଶଚୁମ୍ୱୀ ସୌଧ,–କାହାପାଇଁ ଏ ବିରାଟ ଆଶାର ଅଟ୍ଟାଳିକା । ସତେ କଣ କଳ୍ପନା ତା’ର ବାସ୍ତବର ରୂପ ନେବ । ହସିଉଠିବ ତା’ର ଭଙ୍ଗା ଦୁନିଆ । ମୀନା ଏକ ବାତ୍ୟା ବିକ୍ଷୋଭିତ ଶାଖୀ ଭଳି ଥରୁଥିଲା । ଆହତ ପକ୍ଷୀଟିପରି ତା’ର ସର୍ବାଙ୍ଗ ପ୍ରକମ୍ପିତ ହେଉଥିଲା-। ଆଖିରେ ଲୁହ ନାସାଗ୍ରରେ ବିନ୍ଦୁ ବିନ୍ଦୁ ଝାଳ ।

 

ମୀନା ମନେ ମନେ ଭାବିଲା–ଆହା, କି ସୁନ୍ଦର ଚେହେରା, ମାଦକ ଭରା ଚାହାଣି, ସୁମଧୁର କଣ୍ଠ ଆଉ ଅଲୌକିକ ଭଦ୍ର ବ୍ୟବହାର । ବର୍ଷ ବର୍ଷ ଧରି ଯାହାଙ୍କ କୋମଳ ଛାଇ ତଳେ ପ୍ରେମର ନୀଡ଼ ରଚନା କରିଛି । ତାରି ସ୍ନେହ, ଆନ୍ତରିକତାକୁ ସେ କଣ ନଈର ପ୍ରଖର ସ୍ରୋତରେ ଫିଙ୍ଗି ଦେଇ ପାରିବେ ?

 

କେଇଟି ମାସ କଟିଗଲା । ମୀନା ମନର କଳ୍ପିତ ଆଶା ବାସ୍ତବ ରୂପ ନେଇଛି । ପ୍ରଣୟର ଫୁଲ ଫୁଟିଛି । ଯେଉଁ ଭୟ ବା ସଂକୋଚ ମଝିରେ ପାଚେରୀ ଭଳି ଛିଡ଼ା ହୋଇଥିଲା, ତା ଆଜି ଘୁଞ୍ଚି ଯାଇଛି । ପ୍ରବୀର ବାବୁଙ୍କ ଆଖି ଆଲୁଅ ଭିତରେ ପତଙ୍ଗ ପରି ଝାସ ଦେଇ ଡେଇଁ ପଡ଼ିଛି ସେ । ତାଙ୍କରି ଲାଳସା ଭରା ନିଆଁରେ ଦୁଇଟା ଆତ୍ମା ଆଜି ଦୁଇଟି ବିପରୀତ ନଈପରି ଧାଇଁଛନ୍ତି । ତା’ର ଶେଷ କେଉଁଠି ତା’ କିଏ କହିବ ?

 

ପ୍ରବୀର ବାବୁଙ୍କ ସଙ୍ଗେ ଦିନୁ ଦିନ ତା’ର ଘନିଷ୍ଠତା ବଢ଼ିବାକୁ ଲାଗିଲା । କିପରି ବା କାହିଁକି ଯେ ତାଙ୍କୁ ସେ ଭଲ ପାଇଲା ସେ ନିଜେ ମଧ୍ୟ ବୁଝି ପାରେ ନାହିଁ । ଦିନଟିଏ ତାଙ୍କୁ ନ ଦେଖିଲେ ମନ ଛଟପଟ ହୁଏ । ସେ ବି ତାକୁ ଦେଖିବାକୁ ଉଚ୍ଛନ୍ନ ହୋଇ ପଡ଼ନ୍ତି । ସେ ଆମ ଘରକୁ ପ୍ରାୟ ପ୍ରତିଦିନ ଆସନ୍ତି । ତାଙ୍କୁ ଦେଖିଲେ ମା’ କୋଟିନିଧି ପାଇଲା ପରି ହୁଏ । ମା’ ଥିବା ଅବସ୍ଥାରେ ଘର ଭିତରକୁ ପଶିଯା’ନ୍ତି । ଗେଲରେ ଗେଲର କେତେ ଥଟ୍ଟା କରନ୍ତି । ତାଙ୍କୁ ଭାରି ଖୁସି ଲାଗେ ।

 

ଦିନେ ଦିନେ ସେ ଆସିଲାବେଳେ ମା’ ନଥାଏ । ମୋର କୋମଳ ପୁଷ୍ପିତ ହାତଟିକୁ ଧରି ତାଙ୍କରି କୋଳକୁ ଟାଣି ନିଅନ୍ତି । କୁହନ୍ତି, ସତେ ମୀନା ତୁମେ ଭାରି ସୁନ୍ଦର । ସେ ହସନ୍ତି । ମୁଁ ହସେ । ସେ ଯେତେବେଳେ ମୋରି ଗୋରା ଟହ ଟହ ଫୁଲୁକା ଗାଲରେ ଚୁମ୍ବନ ପରେ ଚୁମ୍ବନ ବର୍ଷଣ କରନ୍ତି, ମୁଁ ଘୁଞ୍ଚି ଆସେ । ମୁହଁ ବୁଲାଇ ଲଜ୍ଜାର ଅରୁଣିମା ଫୁଟାଇ କହେ, ଛି ତମେ ଭାରି ଦୁଷ୍ଟ....ଅଭଦ୍ର ।

 

ସେ ଟିକିଏ ଅପ୍ରସ୍ତୁତ ହୋଇ ପଡ଼ନ୍ତି । ଲାଜରେ ତାଙ୍କର ମୁହଁ ଝରାଫୁଲ ପରି ମ‌ଉଳିଯାଏ । ତାଙ୍କର ଦୁଃଖ ଦେଖି ମୋ ମନରେ କାହିଁକି ଭାରି କଷ୍ଟହୁଏ । ଇଚ୍ଛା ହୁଏ, ଗୋଡ଼ ତଳେ ମୁଣ୍ଡ ଲଗାଇ କହିବି, ମତେ କ୍ଷମା ଦିଅ ପ୍ରବୀର ବାବୁ ? ଏତେ କଥା ସିନା ଭାବେ, ମୁହଁ ଖୋଲେ ନାହିଁ । ତାଙ୍କ ମନରେ କାଳେ ଦୁଃଖ ହୋଇଥିବ ବୋଲି ମୁଁ କାନ୍ଦି ପକାଏ ।

 

ମୋ ଆଖିର ଲୁହ ଦେଖି ସେ କାତର ହୋଇ ପଡ଼ନ୍ତି, କ’ଣ ଗୋଟାଏ ଅପରାଧ କଲାପରି ଡରି ଡରି କହନ୍ତି, ମୁଁ କଣ ଜାଣି ଜାଣି ଏହା କରେ ? ମୁହଁରେ ହସ ଦେଖିଲେ ମୁଁ ସବୁ ଭୁଲିଯାଏ ।

 

ପ୍ରବୀର ବାବୁଙ୍କ କଥାଶୁଣି ମୁଁ ବେଶି ବେଶି କାନ୍ଦି ଉଠେ । ଭାବେ, ସେ ଯଦି ମୋ ଛାତି ଭିତରର କଥା ଜାଣି ପାରନ୍ତେ, ଏପରି ନିଷ୍ଠୁର କଥା କହନ୍ତେ ନାହିଁ । କିନ୍ତୁ ମୋ ମନର କଥା ଅକୁହା ରହିଯାଏ ।

 

ମୋର ଆଖି ଆଗରେ ଧିରେ ଧିରେ ଆମ ଘରୁ ବାହାରିଯା’ନ୍ତି, ଇଚ୍ଛାହୁଏ ଧାଇଁ ଯାଇ ଆଗରୁ ବାଟ ଓଗାଳି କହିବି; କୁଆଡ଼େ ଯାଉଚ ? ଗୋଡ଼ ଚଳେ ନାହିଁ ।

 

ମୁଁ କେତେ ଅଭିମାନିଆ କଥା କହେ । ସେ ଶୁଣନ୍ତି । ଦିନେ ଦୁଇଦିନ ଟିକିଏ ଦୁରେଇ ରହନ୍ତି । ସେତିକି କ’ଣ ମୋ ଅପରାଧର ଯଥେଷ୍ଟ ଦଣ୍ଡ ନୁହେଁ ? ମନେ ମନେ ମୁଁ କେତେ ହସେ । ପୁଣି ଯେଉଁ କଥାକୁ ସେହି କଥା ।

 

ସେଦିନ ମା’ ମିଶ୍ର ଘର ଖୁଡ଼ି ଆଗରେ କହୁଥିଲା ମୀନାର ଏଡ଼େ ଝିଅଟିଏ ହେଲାଣି । କେତେ ଗାଁରୁ କେତେ ପ୍ରସ୍ତାବ ଆସିଲା ସବୁ ସେ ଗୋଡ଼ରେ ଆଡ଼େଇ ଦେଲା । ମୀନା କେଉଁଠି ମଙ୍ଗୁ ନାହିଁ । ଶୁଖିଲା ପତର ଗଛରେ ନାଖିଛି, ପବନରେ ଝଡ଼ି ପଡ଼ିବ । ମୁଁ କଣ ସବୁ ଦିନେ ବଞ୍ଚିଥିବି । ତା ହାତକୁ ଦି’ ହାତ ହେଲେ ସେ ପର ଘରକୁ ଗଲେ ନିଶ୍ଚିନ୍ତରେ ଆଖି ବୁଜିବି । କ’ଣ କରିବି କହିଲ, ଯେଉଁଠୁ ପ୍ରସ୍ତାବ ଆସିଲା ସେ ମନା କଲା । ମାଙ୍କ କଥା ମୁଁ ଶୁଣେ ? କେତେ କଥା ଭାବେ । ମନ ଭିତରଟା ମୋର କଣ ହୋଇଯାଏ । ତେବେ କ’ଣ ପ୍ରବୀର ବାବୁଙ୍କୁ ମୁଁ ପର କରିଦେବି ତାଙ୍କ ପାଇଁ ବୁକୁ ମୋର ଫାଟିଯାଏ ।

 

ଦଶମୀ ତିଥିର ଉଜ୍ଜ୍ୱଳ ଜହ୍ନ ଆଲୁଅରେ ଚାରିଆଡ଼ ହସି ଉଠୁଛି । ସତେ ଯେପରି ଚନ୍ଦ୍ର ଦେବତା ଶୋଭାର ପସରା ମେଲେଇ ଦେଇଛନ୍ତି ଧରଣୀ ବକ୍ଷରେ । ଏଇ ଚାନ୍ଦିନୀର ଛାଇତଳେ ବସିଛୁ ସେ ଓ ମୁଁ । ପ୍ରେମର ରଙ୍ଗ ରଙ୍ଗିନୀ ବିଜୁଳି ଦୁହିଁଙ୍କ ମନ ତଟେ ଖେଳାଇ ଦେଇଛି ନୂତନ ଚମକ । ଏହି ଚନ୍ଦ୍ରାଲୋକିତ ମଧୁ ରଜନୀରେ ଭରା ଯୌବନର ଉତ୍ତଳା ଦୁଷ୍ଟାମି ଇଙ୍ଗିତ ଦେଉଛି, ସ୍ୱାଗତ କରୁଛି । ହାତ ଠାରି ଡାକୁଛି । ତମେ ଆସ ରାଜକୁମାର ପ୍ରଣୟର ମୁକୁଟ ପିନ୍ଧ । ଢାଳିଦିଅ ପିଆସୀ ପରାଣେ ଅମୃତର ମନ୍ଦାକିନୀ ଧାରା । ଉଛୁଳା ଯୌବନର ଜ୍ଵାଳା ଆଉ ସହି ପାରିଲିନି । ଧାଇଁଗଲି ତାଙ୍କରି ପାଖକୁ ।

 

କୁନି ପିଲାଟି ପରି ତାଙ୍କର ସମ୍ମୁଖରେ ଯାଇ ଛିଡ଼ାହେଲି । ତାଙ୍କରି ଫୁଲପରି ନରମ ଆହୁରି ନରମ ସେ ଓସାରିଆ ଛାତି ଉପରକୁ ମତେ ସେ ଭିଡ଼ିନେଲେ । ଆଙ୍କିଦେଲେ ଗୋଲାପୀ–ତାଙ୍କରି ସ୍ନେହ ଆଲିଙ୍ଗନ ପ୍ରଣୟ ଲହଡ଼ିରେ ଭାସିଭାସି ଚାଲିଗଲି କେଉଁ ଏକ ଅଜଣା ପୁଷ୍ପିତ ଦୁନିଆକୁ ।

 

ମମତା ରଜ୍ଜୁରେ ବନ୍ଧନ କରି ସେ ମତେ ତାଙ୍କରି କୋଳକୁ ଟାଣିନେଇ କହିଲେ–ମୀନା, ଆମର ଦିନ କ’ଣ ଏମିତି ସବୁଦିନ କଟିବ ? ତାଙ୍କ ପ୍ରଶ୍ନର ଅର୍ଥ କଣ ମୁଁ ବୁଝି ପାରିଲି ନାହିଁ । ଉତ୍ତର ବା ଦେବି କଣ ? ଆକାଶକୁ ଚାହିଁଲି । ସେ ମୋ କୁସୁମ ହାତଟିକୁ ଧରି କହିଲେ, ବୁଝି ପାରିଲନାହିଁ କ’ଣ କହୁଛି ? ଆମର କ’ଣ ଏ ଆନନ୍ଦ ଚିରଦିନ ଏହିପରି ଥିବ ମୀନା ? ତୁମର ମା’ ବଡ଼ ବ୍ୟସ୍ତ ହୋଇ ପଡ଼ିଲେଣି, ତୁମକୁ ପର ଘରକୁ ତଡ଼ି ଦେବାକୁ । ତୁମେ ଆଉ କେତେଦିନ ମନା କରି ପାରିବ । ପ୍ରବୀର ବାବୁଙ୍କର ଏଇ କେଇପଦ କଥାରେ ମୀନା ମୁଣ୍ଡରେ ବଜ୍ର ପଡ଼ିଲା ପରି ଲାଗିଲା । ସେ କହିଲା, ମୁଁ କି ଅପରାଧ କରିଛି । କାହିଁକି ତୁମେ ମୋ ଆତ୍ମାକୁ କଲବଲ କରୁଛ କହିଲ । ଗରୀବ ଘର ଝିଅ ମୁଁ । ନିଜ ଦୁଃଖରେ ମୁଁ ନିଜେ ଥିଲି । ତୁମରି ଦୟା, ତୁମରି ସହାନୁଭୂତି ମୁଁ କେବେ ହେଲେ ଆଶା କରି ନଥିଲି । କେବେହେଲେ ମାଗି ନଥିଲି ତୁମର ଦାନ । ଉପରେ ପଡ଼ି ତୁମେ ଆସି ଆମକୁ ଦୟା ଦେଖାଇଲ । ପାଇଲ କ’ଣ ? ତୁମେ ଜାଣନାହିଁ । ମୁଁ ବି ଜାଣେନାହିଁ ।

 

ମନ ପ୍ରାଣ ଦେଇ ସେ ମୋ କଥା ଶୁଣୁଥିଲେ । କହିଲେ ମୁଁ କ’ଣ ଦେଇଛି ଜାଣେ ନାହିଁ, କିନ୍ତୁ ତୁମଠାରୁ ଯାହା ପାଇଛି ତା’ର ମୂଲ୍ୟ ମୁଁ ଦେଇ ପାରିବିନି ମୀନା । ତୁମର ବୁକୁଭରା ସ୍ନେହ ସୋହାଗ, ତୁମରି ହୃଦୟ, ତୁମରି ମନ, ତୁମରି ପ୍ରେମ ମୋ ହୃଦୟକୁ ଆଲୋକିତ କରିଛି ।

 

ସେ ମୋ ମୁହଁକୁ ସ୍ନେହରେ ତୋଳିଧରି କହିଲେ, ସତେ କ’ଣ ତୁମେ ବାହା ହୋଇଯିବ ମୀନା ? ଚକ୍ଷୁ ତାର ଛଳଛଳ ହୋଇଗଲା । କାତର କଣ୍ଠରେ ମ୍ରିୟମାଣ ହୋଇ କହିଲି, ଚିରଦିନ କ’ଣ ଏମିତି ଅଭିଆଡ଼ୀ ହୋଇ ରହିବା ସମ୍ଭବ ? ମୁଁ ତୁମକୁ ଯେତେ ଭଲପାଏ ପଛେ ଅନ୍ତତଃ ସମାଜର ନାଲି ଆଖିକୁ ଡରି ମତେ ଦିନେ ପର ଘରକୁ ଯିବାକୁ ହେବ ପ୍ରବୀର ବାବୁ ? ପିଲାଦିନର ଅପାସୋରା ସ୍ମୃତି ପଛରେ ପଡ଼ି ରହିବ । ଗୋଟାଏ ସ୍ଵପ୍ନ ଚଳଚିତ୍ରର ରୂପେଲି ପରଦା ଝାପ୍‌ସା ଛାଇପରି ହୁଏତ ସବୁ ଭୁଲିଯିବି ।

 

ପଚାରିଲେ, ଭୁଲି ପାରିବ ତମେ ?

 

କହିଲି, କହି ପାରୁନାହିଁ । ସେତେବେଳେ କ’ଣ ହେବ କିନ୍ତୁ ନ ଭୁଲି ଉପାୟ ବା କ’ଣ ଅଛି । ଯାହାର ବାହୁଛାୟା ତଳେ ଜୀବନ ମରଣର ପଣ ଧରି ପ୍ରେମର ନୀଡ଼ ରଚନା କରିଛି, ଯିଏ ହେବ ତା’ର ଆରାଧ୍ୟ ଦେବତା, ତାକୁ କ’ଣ ଅବହେଳା କରିହେବ କେବେ । ଅବହେଳା କରିବା କ’ଣ ନାରୀର ଧର୍ମ୍ମ ।

 

ମୋ ଆଖିରେ ଲୁହ ଭରିଗଲା । ମୋ ଆଖିରୁ ଝରୁଥିବା ଲୁହକୁ ପୋଛି ଦେଇ ପ୍ରବୀରବାବୁ କହିଲେ, ଛି...ମୋ ସୁନାଟି ପରା କାନ୍ଦନା । ମୋ ଉପରେ ଭରସା ରଖ । ଦୁନିଆର କୌଣସି ଶକ୍ତି ଆମର ଏ ଭଲ ପାଇବା ସୁଅ ମଝିରେ ପ୍ରତିବନ୍ଧକ ହୋଇ ଠିଆ ହେବା ‘ଏତେ ସହଜ ନୁହେଁ’ ? ତୁମର ଓ ମୋର ପ୍ରେମ ଯଦ୍ୟପି ସତ୍ୟ ହୋଇଥାଏ, ତେବେ ସେହି ପ୍ରତିବନ୍ଧକକୁ ଡେଇଁ ଆସିବାର ସାହସ ବାନ୍ଧିବାକୁ ହେଲେ ଧୈର୍ଯ୍ୟ ଧରି ବୀରା ରମଣୀ ପରି ଆଗେଇ ଯିବାକୁ ପଡ଼ିବ । ହତୋତ୍ସାହ ହେଲେ ଚଳିବ କିପରି ?

 

ଢଳିପଡ଼ିଲି ତାଙ୍କରି ଛାତି ଉପରେ । ଆଖି ଲୁହରେ ଛାତି ଭିଜାଇଲି । ସେ ଧୀରେ ଧୀରେ ମୋ ମୟୂର ଚନ୍ଦ୍ରିକା ଅଲୋରାବାଳ ଗୁଡ଼ିକ ସଜାଡ଼ି ଦେଇ ମୋ ଓଠରେ ମୃଦୁ ଆଘାତ ଦେବାକ୍ଷଣି, ତାଙ୍କରି ସେହି ଅମୃତ ସ୍ପର୍ଶରେ ମୋର ସବୁ ଚିନ୍ତା କୁଆଡ଼େ ଉଭେଇ ଗଲା । ମତେ ଜଣାଗଲା ସତେ ଯେପରି ଏଇ ନିଷ୍ଠୁର ସଂସାରର ଶୂନ୍ୟତା ଭିତରେ ଆମେ କେବଳ ବାଟୋଇ ସେ ଓ ମୁଁ । ଉଛୁଳା ଯୌବନର ନାବଧରି ଚାଲିଛୁ ଅଜଣା ଆଶାର ପଛରେ । ପଛକୁ ଚାହିଁବାର ବେଳନାହିଁ । ସେ ଚାହୁଁଛନ୍ତି ମତେ ଆଉ ମୁଁ ଚାହୁଁଛି ତାଙ୍କୁ । ସେତିକିବେଳେ ସେ ମୋର ନରମ ଗାଲରେ ସ୍ପର୍ଶକଲେ, ପାଇଲି ଏକ ଆତ୍ମା ବିନୋଦନ ଅନୁଭବ । ମୋ ଦେହକୁ ହଲାଇ ଦେବାକ୍ଷଣି ତାଙ୍କର ଦୁଇ ବାହୁରେ ବନ୍ଧନୀ ଭିତରେ ଲତାଟି ପରି ଛନ୍ଦି ହୋଇଗଲି । ସେ ମୋର ମୁଣ୍ଡରେ ମୁଣ୍ତ ଲଗାଇ କାନ ପାଖରେ ତୁନି ତୁନି କହିଲେ, ମୀନା ତମଠାରୁ ଗୋଟିଏ ମୁହୂର୍ତ୍ତ ଅଲଗା ହେବାକୁ ଇଚ୍ଛା ମୋର ହୁଏନି ।

 

ତାଙ୍କ କଥା ବୁଝିବା ଭଳି ଅବସ୍ଥା ସେତେବେଳେ ମୋର ନ ଥିଲା । ଚିବୁକ ଚୁମ୍ବନ କରିବାକୁ ନୁଆଇଁ ଆଣିଲେ ତାଙ୍କରି ତୃଷିତ ମୁହଁଟି । କିପରି ଗୋଟାଏ ଯନ୍ତ୍ରଣା ଅନୁଭବ କଲି ତାଙ୍କରି ବାହୁ ବେଷ୍ଟନୀରୁ ମୁକୁଳି ଆସିଲି । ସେ ମୋର ଅତି ନିକଟକୁ ଘୁଞ୍ଚି ଆସି ଖୁବ୍ ଜୋରରେ ମତେ ଭିଡ଼ି ଧରିଲେ । ଭୟରେ କହି ପକାଇଲି ନା ନା ମତେ ଆଉ ତୁମର ଜଳନ୍ତା ଆଖିର ନିଆଁ ଭିତରକୁ ଟାଣି ନିଅନା ପ୍ରବୀର ବାବୁ ? ତମକୁ ମୁଁ ଭଲପାଏ । ତା’ ବୋଲି ମୋ ଦେହ ଉପରେ......ଛି...ତମେ ଯାଅ, ତମେ ଏଠୁ ଯାଅ ।

 

ଦୁଇ ଚାରିଦିନ ସେ ଆଉ ଆମ ଘରକୁ ଆସିଲେ ନାହିଁ । ମନେ ମନେ ମୁଁ ବହୁତ ଅନୁତାପ କଲି, କାନ୍ଦିଲି । ମନରେ କେତେ କଣ ପାପ ଛୁଇଁଲା । କେତେ ଚାନ୍ଦିନୀ ରାତି, କେତେ ଫୁଲ ସନ୍ଧ୍ୟା ତାଙ୍କ ସହିତ ବିତି ଯାଇଛି । ସେହି ଚନ୍ଦନ ଚର୍ଚ୍ଚିତ ଫୁଲ ସନ୍ଧ୍ୟାରେ ସେ ଆସନ୍ତି । ନିତିଦିନ ତାଙ୍କରି କୋଳରେ ଫୁଲ ହୋଇ ମୁଁ ଫୁଟେ । ସେହି ସଫେଦ ଚାନ୍ଦିନୀର କୁସୁମ ଶେଯରେ ମୋର ଭରାଯୌବନକୁ ଉତ୍ସର୍ଗ କରିଦିଏ । ସେ ଗେଲରେ ମତେ କେତେକଥା କୁହନ୍ତି । ମୁଁ କିଛି କହେନି । ଲଜ୍ଜାରେ ଝରାଫୁଲ ପରି ଛିଟିକି ପଡ଼େ ତାଙ୍କରି ବକ୍ଷ ଉପରେ । ସେ ମୋର ଏପରି ଅବସ୍ଥା ଦେଖି ହସନ୍ତି । କହନ୍ତି, କ’ଣ ମୋ ଉପରେ ରାଗୁଛ । ମୁଁ ହସେ । ସେ ମତେ ଶ୍ରଦ୍ଧାରେ ତାଙ୍କର ଅତି ନିକଟକୁ ଟାଣି ନିଅନ୍ତି । ଆଜି କାହିଁକି ତାଙ୍କ ପ୍ରତି ମୁଁ ଏପରି ବ୍ୟବହାର କଲି । ତେବେ କଣ ପ୍ରବୀର ବାବୁ ମୋ ଉପରେ ଅଭିମାନ କରି ଗାଁ ଛାଡ଼ି ଚାଲିଗଲେ ? ଭୟ ହେଲା–ନ ଆସି ସେ ରହିଛନ୍ତି କିପରି । ଦେହ କିଛି ଖରାପ ହୋଇ ଯାଇନି ତ ?

 

ମା ଯେତେ ବୁଝାଇଲା ତା କଥା ରଖିଲିନି । ମନଟା ଗୋଳେଇ ଘାଣ୍ଟି ହେଲା । ଘରେ ଶୋଇ ନାନା କଥା ଭାବିଲି । ପ୍ରବୀର ବାବୁ ଘରେ ଅଛନ୍ତି ଅଥଚ ଆଜିଯାଏ ଆସି ନାହାନ୍ତି । କେଡ଼େ ଆଗ୍ରହରେ ସେଦିନ ସେ ଆସିଥିଲେ । କେତେ ସ୍ନେହରେ କେତେ ଆଦରରେ ମତେ ସେ ଆଲିଙ୍ଗନ କରିଥିଲେ । କାହିଁକି ତାଙ୍କ ମମତାକୁ ରକ୍ତ ରଞ୍ଜିତ କଲି । ପୂଜାର ଜାଗର ଜାଳି ଯାହାଙ୍କ ଚରଣ ତଳେ ମନପ୍ରାଣ ସବୁ କିଛି ଉତ୍ସର୍ଗ କରିଛି ତାଙ୍କରି ପ୍ରେମର ପ୍ରଭାବକୁ ଅଟକାଇ ପାରିଲିନି କାହିଁକି ।

 

କେତେ ଭାବିଲି, କେତେ କାନ୍ଦିଲି, ନିଜର ଭୁଲ ପାଇଁ ନିଜକୁ ଶତ ଧିକ୍‍କାର କଲି । ମନଟା ଅସ୍ଥିର ହେଲା । ଘରକାମ କରିବାକୁ ଭଲ ଲାଗିଲା ନାହିଁ ।

 

ମନର ଅନ୍ଧାର ଭିତରେ ମୋର ନିଭିଲା ଆଶା ଜଳି ଉଠିଲା । ବହୁତ ଦିନର ସେ ପରିଚୟ ଡାକଟି ହର୍ଣ୍ଣପରି ମୋ କାନରେ ବାଜିଲା । କିଏ ଯେପରି ଥରିଲା ସ୍ୱରରେ ଡାକୁଛନ୍ତି ମୀନା, ମୀନା ହଠାତ୍ ଦୃଷ୍ଟି ପଡ଼ିଲା ପ୍ରବୀର ବାବୁଙ୍କ ଉପରେ । ଆମରି ଖୁଣ୍ଟକୁ ଆଉଜି ଛିଡ଼ା ହୋଇଛନ୍ତି ସେ ।

 

ଉଦ୍‍ବିଗ୍ନତା ସହି ନ ପାରି ଆକୁଳ ହୋଇ କହି ଉଠିଲି । ତମେ ଆସିଛ ପ୍ରବୀର ବାବୁ । କଣ ସେଦିନ ଅଟ୍ଟାରେ କହିଦେଲି ବୋଲି ତୁମ ମୀନା ଉପରେ ରାଗିଛ । ରାଣ ନିୟମ ପକାଇ ତାଙ୍କ ହାତଧରି କହିଲି ଆସ । ସେ ବାଧା ଦେଲେ ନାହିଁ । ପ୍ରବୀର ବାବୁଙ୍କ ଲୁହଭରା ଆଖି ଦିଓଟି ଦେଖି ପ୍ରାଣ ମୋର ଅସ୍ଥିର ହେଲା ମୋ ମନରେ ଭାରି ଦୟା ହେଲା । କାନ୍ଦି ପକାଇଲି । ଆକୁଳ ହୋଇ କହି ଉଠିଲି କୁହ, କୁହ ମୋ ରାଣ... କ’ଣ ତୁମର ହୋଇଛି । ମୋରି ହାତଟିକୁ ଧରି କହିଲେ ଛି... ମୁଁ ପୁଣି ତୁମ ଉପରେ ରାଗିବି । ଏ କଥା ତମେ କହି ପାରିଲ ମୀନା । ଛାତି ମୋର ଥରି ଉଠିବନି ? ତୁମରି କଥା ଆଜିଯାଏ ବସି ଭାବୁଥିଲି । ହସର ଲହରି ଛୁଟାଇ ସେ ପଚାରିଲେ ସତେ ?

 

ତାଙ୍କୁ ଦଣ୍ତେ ଛାଡ଼ିବାକୁ ମନ ହେଉ ନଥାଏ, ମନ ହେଉ ଥାଏ ତାଙ୍କରି ଛାତି ଉପରେ ମଥାରଖି ତାଙ୍କରି ହସିଲା ମୁହଁକୁ ଚାହିଁ ଚାହିଁ ରାତି ରାତି ପୁହାଇ ଦେବାକୁ ।

 

ପୂରୁବ ଆକାଶରେ ଫୁଟି ଉଠିଲାଣି ଉଷା ଆଲୁଅ । ଛି, ଏଡ଼ିକି ଶୁଷ୍କ ଏଡ଼ିକି ଦୁଷ୍ଟ ତମେ-। ଫଗୁଣର ଏଇ ନରମ ସଞ୍ଜ । କଅଁଳ ଜହ୍ନ ଆଳୁଅରେ ଦିଗଭାଗ ହସି ଉଠୁଛି । ଶିରି ଶିରି ହୋଇ ବହି ଆସୁଛି ବସନ୍ତର ମନ୍ଦ ମଳୟ । ହେନାର ସୁବାସରେ ମହକି ଉଠୁଛି ଘରଦ୍ଵାର ଆକାଶ ପବନ, କୋଣ ଅନୁକୋଣ । ଏ ସବୁକୁ ଛାଡ଼ି ତମର ସେଇ କାମ, ଛି ତମେ ମଣିଷ ନା ପଥର ?

 

ମନ ଗହନର ଅଲିଅଳ ରାଣୀ ମୋର, ମତେ କ୍ଷମା କର । ଜଞ୍ଜାଳ ଭିତରେ ମୁଁ ଜୀବନକୁ ଭୁଲି ଯାଇଥିଲି । ମୁଁ ଭୁଲି ଯାଇଥିଲି ଏଇ କମନୀୟ କୋମଳ ଗୋ–ଲା–ପ । ମୀନାର ସୁନ୍ଦର ଚିବୁଜଟି ଟେକି ପ୍ରବୀର ମୁହୂର୍ତ୍ତେ ଚାହିଁଲା । ତା’ପରେ ଥରିଲା ଓଠରେ ଥାପିଦେଲେ ଦୁଇଟି କଅଁଳ.... ।

 

ମୀନାର ମନରେ ସରାଗ ନାହଁ । ତାଙ୍କରି ସ୍ଵପ୍ନିଳ ଆଶାର କରବୀ ମଉଳି ଯାଇଛି । ମନ ବିଷାକ୍ତ ଏବଂ ଜୀବନ ତିକ୍ତ ବୋଧ ହେଉଛି ।

 

ତୁମେ ଗାଳିଦିଅ ପଛେ ସହିବି ମୀନା; କିନ୍ତୁ ତୁମରି ଦରଦଭରା ଅଭିମାନରେ ବଞ୍ଚି ପାରିବିନି ।

 

ତୁମର ମସୃଣ ନୀଳ ଉତ୍ତରୀୟ; ଅସଂଯତ କେଶ ବିନ୍ୟାସ ଭାଷାବୋଳା ତନ୍ଦ୍ରାଜଡ଼ିତ ମୃଗ ଆଖି, ଲୋଭନୀୟ ତନୁଶ୍ରୀ, ମମତା ତଳେ ପ୍ରବୀର ଆଜି ହାରି ଯାଇଛି–ଦୁନିଆକୁ ଭୁଲିଛି । ତମେ ମତେ ଦୁନିଆକୁ ଆଣିଛ । ସେଦିନ ତୁପ୍ତିର ଜୁଆରରେ ମୀନାର ଆତ୍ମା ଶତ୍ ଝଂକୃତ ହେଇ ଉଠିଥିଲା । ମନଭରି ଚାହିଁଥିଲା ସେ ତାଙ୍କରି ଆଡ଼େ ।

 

ହେ ପ୍ରିୟତମ ମତେ ତମେ ନିରାଶ କରିବ ନଇଁତ ? ମୋ ପାଖରୁ ସବୁ ନେଇ ଯାଇ ମୋତେ ନିଃସ୍ଵ କରିବ ନାଇଁତ ? ବିରାଟ ଆଶା ରଖି ଧାଇଁ ଆସିଛି ପ୍ରବୀର ବାବୁ । କାହାକୁ କେବେହେଲେ କୌଣସି ପରିସ୍ଥିତିରେ ହତାସ କରନାହିଁ । କିନ୍ତୁ ପ୍ରିୟ, ସମସ୍ତଙ୍କ ନିକଟରୁ ପାଇଛି ଦୁବ୍ୟବହର, ଲାଞ୍ଚନା । ତମେ ମତେ ମୋ ଜୀବନର ସର୍ଥକତା ଦେବତ ? କୁହ, କୁହ ପ୍ରିୟତମ, କାହିଁକି ଏ ନିଷ୍ଠୁର ଭଲପାଇବା ଶିଖାଇ ଦେଲ ପ୍ରବୀର ବାବୁ ? ମୁଁ ତ କେବେହେଲେ ତମକୁ ଅନୁରୋଧ କରି ନ ଥିଲି । କ’ଣ ପାଇଲ ସତରେ ? ଦିନ ଆସିବ ତମେ ଯେତେବେଳେ ମୋର ପୂଜା ଡାଲାକୁ ଗୋଡ଼ରେ ଆଡ଼େଇ ତମେ ଚାଲିଯିବ । ମୁଁ କ’ଣ କରିବି କହିଲି । ମୋର କେଇ ପଦ କଥାରେ ତାଙ୍କ ଆଖି ଛଳଛଳ ହୋଇଉଠିଲା । ମୋ’ରି ଛନ୍ଦିତ ବାହୁ ତଳେ ଗୁନ୍ଥି ହୋଇ ଲୁହ ଭିଜା ଗୋଲାପି ଓଠରେ ବୋଳିଦେଲେ ଚୁମ୍ବନର ବିଭୂତି । କହିଲେ–ତମରି ବୁକୁଭରା ସ୍ନେହ ସୋହାଗ ଅମର ମନ୍ଦାକିନୀକୁ ଗୋଡ଼ରେ ଆଡ଼େଇ ଦେବାର ଶକ୍ତି ମୋର ନାହିଁ ମୀନା ।

 

ଆମେ ଦୁହେଁ ସେଇଁଠି ବସି ରହିଲୁ । ବହୁ ବେଳଯାଏ । ସନ୍ଧ୍ୟା ହଜି ଯାଇଥିଲା । ଆକାଶର ପ୍ରସାରିତ ନିଳବକ୍ଷରେ ଉଜ୍ଜ୍ୱଳ ଚନ୍ଦ୍ର ଦେବତା ଓହ୍ଲେଇ ଆସିଥିଲେ ପୃଥିବୀକୁ । ତାଙ୍କରି ଅମୃତ ଭରା ମିଠା କଥାରେ ପ୍ରାଣ ମୋର ଚଞ୍ଚଳ ହେଲା । ତାଙ୍କରି କୋମଳ ଶେଯରେ ନିଜକୁ ହଜାଇ ଦେଇ କହିଲି, କୋଟିଏ ଜନ୍ମର ସ୍ନେହ ତମଠାରୁ ପାଇଛି ପ୍ରବୀର ?

 

ସେ ହସିଲେ । ମୁଁ ମଧ୍ୟ ହସିଲି । ମୋରି ମୁଖ ମଣ୍ତଳରେ ସ୍ୱେଦ ବିନ୍ଦୁରଟି ଥିଲା । ବେଦନାର କ୍ଲାନ୍ତ ମୂର୍ଚ୍ଛନା ଘର୍ମ ବରିରେ ସିନ୍ଦୁର ଟୋପାର ଅର୍ଦ୍ଧାଂଶ ଝରି ଆସିଥିଲା ଭୃଯୁଗଳ ମଧ୍ୟ ପଥରେ ତାଙ୍କରି ଅମୃତ ପରଶ ଭିତରେ ମୁଁ ମୋର ସତ୍ତା ଭୁଲି ଯାଇଥିଲି ଲାଜ ଓ ସଂକୋଚ ସେହି ମୁହୂର୍ତ୍ତରେ ଯେପରି କୁଆଡ଼େ ଉଭେଇ ଯାଇଥିଲା ।

 

ତାପରେ ସେ ମୋର ଚିବୁକକୁ ହଲାଇ ଦେଇ କହିଲେ ଶୁଣିବ ମୀନା ମୋ କଲିଜାଫଟା ରାଗିଣୀ । ନା ନା ସେ ହୃଦୟ ତମର ନାହିଁ ମୀନା । ବିଜୁଳି ତାର ଛୁଇଁଲା ପରି ମୋ ଛାତି ଭିତରଟା କଣ ହୋଇଗଲା । ମୁଁ ଚମକି ଉଠିଲି । କହିଲି, କୁହ କୁହ ପ୍ରବୀର ବାବୁ କ’ଣ ତମର ହୋଇଛି ।

 

ଅନ୍ଧାର ଘୋଟିଲାଣି ଦୁନିଆ ସାରା । କେତେବେଳୁ ସଞ୍ଜ ବୁଡ଼ିଲାଣି । ସେହି ମହାକାଳ ଅନ୍ଧାର ଭିତରେ ମୋ ହାତଧରି କହିଲେ, ଏହାପରେ ମୁଁ ଯେ ତୁମର କେହି ନୁହେଁ ମୀନା...ମୁଁ ବିଲାତ ଯାଉଚି । ତୁମର ମମତାକୁ ଖୁନ୍‍କରି ଏଇ ମରୁପ୍ରାନ୍ତରରେ ତୁମକୁ ଛାଡ଼ିଦେଇ ଚାଲିଯାଉଛି ମୀନା । ମୋ କଥା ମନେ ପକାଇ ମନ ଖରାପ କରିବ ନାହିଁ । ମୋ ରାଣ, ସରକାରଙ୍କ ଡକରା ଆସିଛି । ମୁଁ ଡାକ୍ତରୀ ପଢ଼ିବାକୁ ବିଲାତ ଯାଉଛି ।

 

ମୋ ଆଖିରେ ଆଖିଏ ଲୁହ । କହିଲି, ମତେ ଛାଡ଼ି ଚାଲିଯିବ ପ୍ରବୀର ବାବୁ ? ବଡ଼ ଅଫିସର ହୋଇ ଯେଉଁ ଦିନ ଏଇ ଗାଁକୁ ଫେରିବ, ହୁଏତ ସେତେବେଳେ ମୁଁ ଦୁନିଆରେ ଥିବି ସେ ଆଶା ମୋର ନାହିଁ । ଏପରି ଅମଙ୍ଗଳ କଥା କୁହନା ମୀନା । ଦୁହିଁଙ୍କ ମିଳିତ ଜୀବନର ବନ୍ଧୁତା ପାହାଡ଼ପରି ଭଲପାଇବାର ଆଦର୍ଶସୁଅ ମଝିରେ ବାଡ଼ ପକାଇବାର କ୍ଷମତା ଏ ଦୁନିଆରେ କାହାର ନାହିଁ ।

 

ହିମାଳୟ ପରି ତୁମର ଅଟଳ ଧୈର୍ଯ୍ୟକୁ ମନେ ମନେ ମୁଁ ପ୍ରଶଂସା କରୁଛି ପ୍ରବୀର ? ନିଜକୁ ଛୋଟ ମନେ କରି ତୁମେ ମତେ ଯେତିକି ଗୋଡ଼ରେ ଆଡ଼େଇ ଦିଅ, ମୋ ଆଖିରେ ତୁମେ ସେତିକି ବଡ଼ ଦେଖାଯାଅ । ଯେତିକି ତୁମେ ଦୁରେଇ ରହିବାକୁ ଚେଷ୍ଟା କର ସେତିକି ମୋର କଅଁଳ ମନ ତଳେ ମୂର୍ତ୍ତିପରି ଛିଡ଼ାହୁଏ ତୁମରି ଉଜ୍ଵଳ ସ୍ମୃତି ।

 

କାହିଁକି ଏଇ କେଇଟା ଦିନ ଭିତରେ ମାୟା ଲଗାଇ ମୋର ହୃଦୟକୁ କିଣିନେଲ ପ୍ରବୀର ବାବୁ; ଆଉ ମୋର କଣ ଅଛି ଜୀବନରେ । ନାରୀ ଯେଉଁଥିପାଇଁ ବଞ୍ଚିରୁହେ, ତାକୁ ତମେ...। ଆଉ ମୁଁ କାହାର ହେବି । କାହାକୁ ଦେବି ମୋର ମଉଳା ଫୁଲ । ସତେ ତୁମେ ବିଲାତରୁ ଫେରିବ । ବଡ଼ ଅଫିସର ହେବ । ମୋ ମରୁ ହୃଦୟରେ ଫୁଟିବ ସରଗର ଫୁଲ ! ସେ ଆଶା ମୋର ନାହିଁ ପ୍ରବୀର ବାବୁ । ଭୁଲିଯାଅ ମତେ । ଭାବିନିଅ ଆମର ଏହି ଭଲ ପାଇବାଟା ଥିଲା ଗୋଟାଏ ସ୍ଵପ୍ନ–କଳ୍ପନା ।

 

ଟଙ୍କାର ଲାଳସାରେ ମୁଁ ତୁମକୁ ଭଲ ପାଇନି ପ୍ରବୀରବାବୁ, ସ୍ନେହ ତୁଳନାରେ ଟଙ୍କା ଯେ କିଛି ନୁହେଁ । ତମେ ଯାଅ, ତମରି ଚଲା ବାଟରେ ମୁଁ ବାଧା ଦେବିନି । ଓଡ଼ିଆ ପୁଅର ଟେକରଖ । ମୁଁ ଯଦ୍ୟପି ବାର ମାସରେ ଷାଠିଏ ପର୍ବ ପାଳିଥିବି, ତୁଳସୀ ଚଉରା ମୂଳେ ତୁମର ପୂଜା ମୁଁ କରିଥିବି-। ତେବେ ଦୁନିଆର କୌଣସି ଶକ୍ତି ଆମ ଦୁହିଁଙ୍କୁ ଗୋଟିଏ ଇଞ୍ଚ ଘୁଞ୍ଚାଇ ପାରିବ ନାହିଁ । ତମେ ଯାଅ ଦେଶର ମଙ୍ଗଳ ପାଇଁ । ବଡ଼ ମଣିଷ ହୋଇ ଫେରିବ । ପିତୃପୁରୁଷଙ୍କ ନାଁ ରଖିବ ।

 

ହଠାତ୍ ଛାତି ଭିତରେ ଶତ ଶତ ନିଆଁ ହୁଳା କିଏ ଯେପରି ଗୁଞ୍ଜି ଦିଏ । ଚିତ୍କାର କରି ଉଠିଲି । କାନ୍ଦଣାରେ ଆକାଶ ତିନ୍ତାଇ କହିଲି, ଧର, ଧର ପ୍ରବୀର ବାବୁ ମୋ ଦେହଟା କ’ଣ ହୋଇ ଯାଉଛି ।

 

ମୋର କପାଳ ଉପରେ ହାତବୁଲାଇ ବ୍ୟଥା ଭରା ସ୍ଵରରେ କହିଲେ, ତୁମରି ପାଇଁ ମୋର ନୂଆଜନ୍ମ । ତମେ ମୋର ସ୍ମୃତିର ମନ୍ଦିର । ତମେ ଯଦି ମତେ ଅସହାୟ କରି ଛାଡ଼ି ଚାଲିଯିବ ତେବେ ମୁଁ ମଧ୍ୟ ଚାଲିଯିବି, ସେହି ଅଦୃଶ୍ୟ ରାଇଜକୁ । ତମେ କାନ୍ଦନା ମୀନା । ତମେ କାନ୍ଦିଲେ ମୋ ଛାତି ଭିତରେ କେଡ଼େ ଦାରୁଣ ଆଘାତ ଆସେ ତା ତୁମେ ବୁଝି ପାରିବନି ମୀନା । ମୋ ରାଣ । ତମେ କାନ୍ଦନା ତାଙ୍କରି କଥାରେ ଭୋ ଭୋ ହୋଇ କାନ୍ଦି ଉଠିଲି ? କହିଲି–ତମରି ଚରଣ ତଳେ ଜୀବନର ସବୁ କିଛି ସ୍ନେହ, ସୋହାଗ ଅଜାଡ଼ି ଦେଇଛି ! ତମେ ମୋର ପୂଜାର ଅକ୍ଷତ ଗତି ମୁକ୍ତି ଦାତା ତମ ମନରେ ଯଦି ଏଇଆ ଥିଲା ତେବେ କାହିଁକି ତମେ ମୋର ସର୍ବନାଶ କଲ । ଏ କଳଙ୍କର ବୋଝଧରି ଆଉ ମୁଁ କାହା ଆଗରେ ଛିଡ଼ା ହେବି । କାହାକୁ ଦେବି ମୋର ଗଭାର ବାସିଫୁଲ, କୁହ, କୁହ ପ୍ରବୀର ?

 

ଆଉ ଗୋଟାଏ ମୁହୂର୍ତ୍ତପରେ ମୀନାର ସ୍ମୃତି ପଛରେ ପଡ଼ି ରହିବ । ହଜିଯିବ ସେହି ନୀଳ ଆକାଶର ତାରକା ଗହଳିରେ ।

 

ରାତି ପାହିଲେ ପ୍ରବୀର ବିଲାତ ଯିବ । ମୀନାର ସୂକ୍ଷ୍ମ ତନ୍ତ୍ରୀରେ ତା’ର କାତର ରାଗଣୀ ବାଜି ଉଠୁଛି । ଛାତି ଭିତରେ ସେ ଯେପରି ଯନ୍ତ୍ରଣା ଅନୁଭବ କରୁଛି ।

 

ତାଙ୍କର ଗୋଡ଼ତଳେ ମୁଣ୍ଡନୁଆଇଁ ପ୍ରମାଣ କଲି । କଇଁ କଇଁ ହୋଇ କାନ୍ଦଣାରେ ଆକାଶ ତିନ୍ତାଇଲି । ସେ ମୋର ଲୁହ ଭିଜା ମଉଳାମୁଖେ ସରୁ ଚୁମାଟିଏ ଦେଇ କହିଲେ, ଯାହା ଦୋଷ କରିଥିବି କ୍ଷମା ଦେବ । ମୋ କଥା ମନେ ପକାଇ ମନ ଖରାପ କରିବ ନାହିଁ, ମୋରାଣ…..ବଞ୍ଚିଥିଲେ ଗୋଟାଏ ବର୍ଷପରେ.....

 

ସେ ତାଙ୍କରି କୋଳକୁ ଟାଣି ନେଲେ । ମୋରି ନରମ ଗାଲରେ ଦୁଷ୍ଟାମିର ଚୁମ୍ବନଟିଏ ବୋଳିଦେଇ ଖୁବ୍ ଯୋରରେ ମୋ ବାହୁଦ୍ୱୟକୁ ହଲାଇ ଦେଇ କହିଲେ, ସମାଜକୁ ଅବଜ୍ଞାକରି ଚଲିବାର ସାହସ ନାହିଁ, କିନ୍ତୁ ସମାଜ ଧନ ସମ୍ପତ୍ତି, ବାପା ମାଙ୍କର ମମତାରେ ସମାଧି ଦେଇ ତମେ ଯିବଟି ମୋ ସଙ୍ଗରେ ? ମୁଁ ହସିଲି । ମତେ ଭାରି ଲାଜ ମାଡ଼ିଲା । ସେ କହିଲେ ଦେହର ଶକ୍ତି ଉପରେ ମୋର ଭରସା ଅଛି ମୀନା । କହିଲ, ତୁମର ସାହସ ଅଛି କି ନାହିଁ ?

 

କିଛି ନ କହି ଛଳ ଛଳ ହୋଇ ତାଙ୍କର ମୁହଁକୁ କଲ ବଲ କରି ଚାହିଁ ରହିଲି । ତାଙ୍କରି ନିରୀହ ଚାହାଣି ମନ ତଳେ କ’ଣ କୁଟିଳତା ଅଛି, ନା ଅମୃତ ଅଛି, ସେହି ଅଦୃଶ୍ୟ ଭଗବାନ ତାର ମୂକ ସାକ୍ଷୀ । ତାଙ୍କରି ଅମୃତ କଥାରେ ସନ୍ଦେହୀ ମନଟା ଉଡ଼ିଯାଏ କେଉଁ ପୁଷ୍ପିତ ଦୁନିଆକୁ । ତାଙ୍କରି ଦୃଢ଼ତା ହିମାଳୟ ମହାସମୁଦ୍ର ।

 

ମନଟା ଆନନ୍ଦରେ ଭରିଗଲା । ତା’ର ସମସ୍ତ ଚିନ୍ତା ଦୂର ହୋଇଗଲା । ତାଙ୍କରି ଚରଣ ତଳେ ତା ଦୁଃଖ ଜୀବନର ରାଗଋଷା ହସକାନ୍ଦ, ସବୁ ଅଜାଡ଼ି ଦେଲି । ତାଙ୍କର ପାଦତଳେ ପଡ଼ି କଇଁ କଇଁ ହୋଇ କାନ୍ଦି ଉଠିଲି । କହିଲି ତମେ ଯାଅ ପ୍ରବୀର । ତମରି ଚଲା ପଥରେ ଶୁଭ ଶଙ୍ଖ ବଜିଉଠୁ ଚିଠି ଦେବ ମୋ ରାଣ.....ବିଷାଦର କୋହ, ଛାତିର ନିଆଁକୁ ବକ୍ଷତଳେ ଚାପି ରଖି ପାରିଲି ନାହିଁ । ବହୁନି ଉଠିଲି ।

 

ପ୍ରବୀର ବାବୁ ବିଲାତ ଯାତ୍ରା କଲେ ।

 

ମୀନା ଅକୂଳରେ ଭାସିଲା । ତାର ସବୁ ଆଶା ଭରସା ଚୁରମାର ହୋଇଗଲା । ନୈରାଶ୍ୟରେ ସେ ଭାଙ୍ଗି ପଡ଼ିଲା । ଅବଶେଷରେ ସେ ନିରୁପାୟ ହୋଇ ଚାହିଁ ରହିଲା ସେଇ ନୀଳ ଆକାଶର ତାରକା କୁଞ୍ଜକୁ ।

 

ସୂର୍ଯ୍ୟ ଅସ୍ତ ହୋଇ ଆସିଲେଣି..... । ଅଷ୍ଟମୀର କ୍ଷୀଣ ଜହ୍ନ ଆକାଶରେ ଉଠି ଆସୁଛି, ଗୋଟିଗୋଟି କରି ତାରା ଫୁଟି ଆସୁଛି ଆକାଶର ବକ୍ଷ ଉପରେ । ଏଇ ଜହ୍ନଭରା ରାତ୍ରିର ସବୁଜ ଘାସ ଉପରେ ଟୋପାଟୋପା ହୋଇ ଝରି ପଡ଼ୁଛି କେଇଧାର ଲୁହ । ଜୀବନରେ କୋଉ ଅପଦେବତାର ଅଭିଶାପ ନେଇ ଜନ୍ମ ହୋଇଥିଲା ସେ, ଜୀବନଟାଯାକ ଖାଲି ଏମିତି ଲୁହଲୁହ ଭିତରେ କଟିଲା । ଜୀବନରେ କାନ୍ଦ ହେଲା ତାର ଚିର ସାଥି । ...ରଙ୍ଗିନ ଆଖିରେ ସବୁ ତାକୁ ରଙ୍ଗିନ୍ ଦିଶିଲା..... । କୁମାରୀ ମନର ଉତ୍ତଳାସ୍ରୋତ ବାଧା ମାନିଲାନି..... । ଉତ୍ତଳା ଭାବରେ ତାଙ୍କରି ଲାଳସାଭରା ଆଖିର ମୋହରେ ବାଟ ହୁଡ଼ି ମିଶିଗଲା ତାଙ୍କରି ଆତ୍ମା ସହିତ । କିନ୍ତୁ...... ।

 

ହଁ, ଆଜି ତାର ଜୀବନ ଉପରେ ଗୋଟାଏ ନୂଆ ଝଡ଼ ସୃଷ୍ଟି ହୋଇଛି ।

 

ବିଲାତଯାତ୍ରା ପଥରେ ପ୍ରବୀର ଭାବୁଛି–

 

–ଆହା ! ପାଗଳୀ କେତେ କାନ୍ଦିଥିଲା, କୋଟିଏ ଜନ୍ମର ଆଶା ଓ ଅଭିଳାଷକୁ ମୋରି ପାଦତଳେ ଅଜାଡ଼ି ଦେଇ ସେ କହିଥିଲା–ପ୍ରିୟତମ । ତମ ଚଲାପଥରେ ଫୁଲଚନ୍ଦନ ଝରୁ । ମୁଁ ହତଭାଗୀ, ପୋଡ଼ା କପାଳୀ ଏ ବିଦାୟର ଅନ୍ତିମ ବେଳାରେ ତୁମକୁ ଦେବାର ସମ୍ବଳ ମୋର କିଛି ନାହିଁ । ସ୍ନେହର ପ୍ରତିଦାନରେ ତୋଳିନିଅ ଏ ଦାସୀର କେଇଧାର ଲୁହ । ନା–ନା ଭୁଲି ପାରିବିନି । ସେ ଦିନର ବୁକୁଭରା ସ୍ନେହ; ସୋହାଗ । ଡାକ୍ତର ପ୍ରବୀରଦାସର ମନ ମନ୍ଦିରରେ ନିତିଦିନ ସେ ଫୁଲହୋଇ ଫୁଟିବ ।

 

ଆଜି ନାରୀ ମହଲରେ ତାଙ୍କ ଦୁହିଁଙ୍କର ହାଟ ବସିଛି । ସେଦିନ ମାଳ ଅପା ମିଶ୍ରଘର ଖୁଡ଼ି ଆଗରେ କହୁଥିଲା, ଏ ଟୋକିଟାକୁ କ’ଣ ଦୁର୍ବୁଦ୍ଧି ଦେଖାଗଲାଣି କି ? ଏ ଫୁଲେଇମୁହିଁ ପକ୍‌କା ଜଣେ । ସେ ଛତରଖାଇ ଟୋକିଟାକୁ କ’ଣ ଲାଜ ଅଛି । ଟଙ୍କା ଲୋଭରେ ଦାସ ଘର ପୁଅ ପ୍ରବୀର ସହିତ ଥେଇ ଥେଇ ହୋଇ ନାଚୁଛି । ଆଶାର କେତେ ବଡ଼ ସୁନାଘର ତୋଳିବାକୁ ମନରେ ସାହସ ବାନ୍ଧିଛି । ଏ ଦୁନିଆରେ କ’ଣ ଚନ୍ଦ୍ର ସୂର୍ଯ୍ୟ ନୀତି ଅନୀତି ପାପ ପୂଣ୍ୟ–କ’ଣ କିଛି ନାହିଁ । ଗୁଲଗୁଲିଆ ରୂପଟିଏ ଅଛି ବୋଲି ସେ ଗାଁ ସାରା ଟୋକାଙ୍କୁ ବଶ କରି ଦେଉଛି । ଛି, ତା’ କଥା କୁହନା ମାଳ । ସେଦିନ ପରା ଏ ଉପରମୁହିଁ ଟୋକିଟାକୁ ଡାକିଲି, ତାସ ଖେଳିବାକୁ । ମୋ କଥା ଶୁଣିଲା ନାହିଁ । ମୁହଁ ବୁଲାଇ ଚାଲିଗଲା । ସେ ଯାହା କହିଲା ଲୋ ମାଳ ତୁ ଯଦି ହୋଇଥାନ୍ତୁ ନା, ତା’ ଗାଲରେ ଚଟକଣା ଲଗାଇ ଦେଇଥା’ନ୍ତୁ । ଆଛା ଏ କାନିରେ ଗଣ୍ଠି ରହିଲା; କିପରି ସେ ପ୍ରବୀରକୁ ବାହା ହେବ । ତା ମା ଜାଣିଶୁଣି ଟଙ୍କା ଲୋଭରେ ଆଖି ବୁଜି ଦେଉଛି । ତା ମା’ କୁହେ, ଆମ ପ୍ରବୀର ବାବୁ ଭଲ ମଣିଷ । ଆମ ମୀନାକୁ ସେ ନିଜର ଭଉଣୀଠାରୁ ଅଧିକ ଭଲ ପା’ନ୍ତି । ମତେ ଭାରି ହସମାଡ଼େ ।

 

ସୃଷ୍ଟିର ପ୍ରତି କ୍ଷେତ୍ରରେ ପ୍ରଣୟର ଢେଉ ରଚି ବେଶ ହସ ଖୁସିର ଜୀବନ ଜୁଆର ମାଡ଼ି ଚାଲିଥିଲା । ପ୍ରଣୟର ଫୁଲ ଫୁଟିବ ମଳୟ ବହିବ, କୋଇଲି ଡାକିବ, ଆଶାଥିଲା ମୀନାର । ପୁରୁଷର ଆଲୋକରେ ନାରୀ ମନର ଅନ୍ଧାର ଘୁଞ୍ଚାଇ ଦେବ । କଳ୍ପନାର ସୌଧ ଗଢ଼ି ସେ ବି ସେମିତି ଗଢ଼ି ଚାଲିଥିବା କେତେ କଣ ସୁନାର ମନ୍ଦିର ।

 

ଭାଗ୍ୟର ବିପର୍ଯ୍ୟୟ ଘଟିଲା । ଆକସ୍ମିକ ପରିବର୍ତ୍ତନ ହେଲା ପ୍ରକୃତିର । ଯିଏଥିଲା ତାର ସ୍ଵପ୍ନ, ତାର କଳ୍ପନା, ତାର ମୂର୍ତ୍ତିମନ୍ତ ପୂଜାର ଦେବତା, ସେ ଆଜି ତାକୁ ଭୁଲି ଯାଇଛି । ତା’ର ବୁକୁ ଭରା ସ୍ନେହ ଆଲିଙ୍ଗନକୁ ରକ୍ତ ରଞ୍ଜିତ କରିଛି । ତା’ର ପ୍ରଣୟର ଜୟମାଲ୍ୟକୁ ପ୍ରଶାନ୍ତ ମହାସାଗରରେ ଫିଙ୍ଗି ଦେଇ ସେ ଯାଇଛନ୍ତି ଅସହାୟ କରି । ରକ୍ତ ମାଂସ ଦେହ ଆଜି ତାର ଜଡ଼ । ମନର ଅଭିବ୍ୟକ୍ତି ଆଜି ତା’ର ମୂକ । ...ପ୍ରଣୟର ପୁଲକ ଆଜି ତାର ସୁପ୍ତ । ମନର ଆଲୋକ ଆଜି ତା’ର ଲିଭି ଯାଇଛି ।

 

ଦିଗ୍‌ବଳୟର ଶେଷ ଆଶ୍ଵିନର ଅସ୍ତ ଗୋଧୂଳି ତଳେ ବସି ଅତି ନିବିଷ୍ଟ ମନରେ ଭାବୁଥିଲା, ପ୍ରବୀର । ସୁଦୂର ପଲ୍ଲୀ ସେ ନୁହେଁ । ତା’ ଜୀବନର ମଧୁର ତୀର୍ଥ । ଆଖି ପତାରେ ନାଚି ବୁଲେ ମୀନାର ପ୍ରତିଛବି ।

 

କେତେ ସୁଖର ସ୍ମୃତି–କେତେ ହସ ଖେଳ–କେତେ ଦୁଃଖର ଅନୁଭବ ହଜି ଯାଇଛି । ସେହି ସ୍ମୃତି ହଜା ତାରକା ଗହଳିରେ । ଯାହାର ହସରେ ପେନ୍ଥା ପେନ୍ଥା ଫୁଲ ଝରି ପଡ଼ୁଥିଲା । ଆଜି ସେଇ ଫୁଲ ପାଖୁଡ଼ାରେ ଭରି ଯାଇଛି ଲୁହ । ସେ ଲୁହ ନୁହେଁ–ସେ ଭଲ ପାଇବାର ବୁକୁର ରକ୍ତ । କୋଟିଏ ଜନ୍ମର ଆଶା ଅଭିଳାଷ ସେ ଫୁଲ ପାଖୁଡ଼ାରେ ଭରି ରହିଛି ।

 

ଆହା ! ସେଇ ସୁମଧୁର ରାତ୍ରି–ସେଇ ସଞ୍ଜ ସକାଳର ଚନ୍ଦନ ଚର୍ଚ୍ଚିତ ମୋଗଲ ପୁଷ୍ପୋଦ୍ୟାନ ସୁରଭିତ ପାରିଜାତ ଝରି ପଡ଼ିଛି ବ୍ୟର୍ଥତାର ଗ୍ଳାନିରେ । ସେଇ ଦିଗ୍‍ବଳୟର କଳାବଉଦ ଭିତରେ ଭଲପାଇବାର ଚନ୍ଦ୍ର ଲୁଚି ଯାଇଛି ଅଭିମାନ କରି ।

 

ମୀନା ଆଜି ଭାବୁଛି–

 

ଯେଉଁଠି ରଚିଥିଲା ସେ ମିଳନର ସ୍ତୂପ । ଯେଉଁଠି ମିଳନର ଶୁଭଶଙ୍ଖ ବାଜିଥିଲା । ହସ ଖୁସିର ଜୀବନ ଜୁଆର, ପୀରତିର ଲଟା ଲୋଟି ଲୋଟି ଲଟେଇ ଚାଲିଥିଲା । ଚିର ପରିଚିତ ସେହି ଆମ୍ବ ତୋଟାରେ । ଆଜି ମରୁଭୂମି ଭଳି ଶୁଷ୍କ । ମିଳନର ଫୁଲ ଆଜି ଫୁଟି ମଉଳି ଯାଇଛି । ଛିଡ଼ିଯାଇଛି ତା’ର ହୃଦୟର ବୀଣା । ଭାସି ଯାଇଛି ତା’ର ସ୍ୱପ୍ନର ନୌକା ।

 

କେତେଟା ଯୁଗ ସେ ଅପେକ୍ଷା କରିବ । ପ୍ରବୀର ବାବୁଙ୍କ ସ୍ନେହ ସହାନୁଭୂତି କେବେହେଲେ ସେ ଆଶା କରି ନ ଥିଲା । ଚାହିଁ ନ ଥିଲା ସ୍ନେହର ଦାନ । କ୍ଷଣିକ ମୋହ ବୟସର ଉତ୍ତେଜନାରେ ତାଙ୍କରି ଲାଳସାଭରା ନିଆଁକୁ ସେ ଡେଇଁ ପଡ଼ିଲା । ଆଗକୁ ଚାହିଁବାର ବେଳ ନ ଥିଲା । ଆଜି ମର୍ମ୍ମେ ମର୍ମ୍ମେ ଅନୁଭବ କରୁଛି ସେ ଜ୍ୱଳନ୍ତ ତାପ । ଏ ଭୁଲ୍ ପାଇଁ ଦାୟୀ କିଏ ?

 

ସେଦିନ ତା’ର ଆଖିରୁ ଲୁହ ପୋଛି ଦେଇ ସେ କହିଥିଲେ ମୀନା, ମୋର ସବୁ ସ୍ନେହ, ସବୁ ମମତାର, ଅଧିକାରୀ ହେବ ତମେ ତମେ ହେବ ମୋ ଗୃହର ଲକ୍ଷ୍ମୀ । ମୋ ଶରୀରର ପ୍ରତ୍ୟେକ ଅଣୁ ତୁମ ନିକଟରେ ବାଢ଼ି ଦେଇଛି । ଠକି ଦେବାର ଚିହ୍ନ ରହିଲା କେଉଁଠି ? ତୁମେ ମତେ ଠକି ଦେଇ ଚାଲିଯାଇ ପାର–କିନ୍ତୁ ମୋର ଭଲପାଇବାଟା ଅମର । ଓଃ...ଭୁଲି ପାରିନି...ଭୁଲି ପାରିବନି ସେଦିନର ଅମୃତ ମୁହୂର୍ତ୍ତ । ସେ ଦିନର ଅଲିଭା ସ୍ମୃତି ଆଜି ମୀନାର ଅନ୍ତର ତଳେ ଚିର ଆରାଧ୍ୟ ହୋଇ ରହିଛି, ରହିଥିବ । ସେମିତି ଜଳୁଥିବ ତା’ର ପୂଜା ସଳିତା । ସତେ ତା’ର ମରୁ ହୃଦୟରେ ଫୁଟିବ ସରଗର ଫୁଲ । ସେ ହେବ ପ୍ରବୀର ବାବୁଙ୍କର ଶଯ୍ୟାର ନାୟିକା । ସତେ କଣ ସେ ଭାଗ୍ୟ ତାର ଅଛି କେଜାଣି–ଧାରା ଶ୍ରାବଣ ଭଳି ଲୁହ ତାର ଫୁଲିଲା ଫୁଲିଲା ଆଖିପତା ଭିତରୁ ଉବୁକି ଉଠୁଛି । ଗଣ୍ଡଦେଶ ଭେଦ କରି ବହିଚାଲିଛି ଜଳର ସ୍ରୋତ ଠିକ୍ ସମୁଦ୍ର ଲହରୀ ଭଳି । ନୀରବ ପବନକୁ ଆନ୍ଦୋଳିତ କରି, ଝରି ପଡ଼ୁଛି, ଲୁହ କେଇଧାର । ଲୁହ ସେ ନୁହେଁ, ତା’ ବୁକୁର ରକ୍ତ ଆଜି ଆଖିରୁ ନିଗାଡ଼ି ଦେଇଛି ସେ ।

 

ମନେଅଛି ସେ ଦିନଟି । ତାଙ୍କରି କୋଳରେ ଢଳିପଡ଼ି ସେ କହିଥିଲା, ଏଇ ଚାନ୍ଦିନୀର ଛାଇତଳେ ବସିଥିବି ମୁଁ ତୁମରି କୋଳରେ । ଚାନ୍ଦିନୀ ବିଚ୍ଛେଇ ହୋଇ ପଡ଼ିଥିବ । ଆଞ୍ଜୁଳା ଆଞ୍ଜୁଳା ହୋଇ ଝରୁଥିବ ମମତାର ଜ୍ୟୋସ୍ନା । ମୁଁ ମରିଯିବି...ତମରି କୋଳରୁ । ମୋ’ରି କଅଁଳ କଥାରେ ଆଖି ତାଙ୍କର ଛଳଛଳ ହୋଇ ଉଠିଥିଲା । ସେଦିନର ଅଭୁଲା ମୂହୁର୍ତ୍ତ ମୋ ତନୁ ଲତା ଉପରେ ଚନ୍ଦନ ପରି ବୋଳି ହୋଇ ଯାଇଥିଲା ଅଭିଲା ଦାଗ ।

 

–ଭଲ ପାଇବାର ସୂର୍ଯ୍ୟ ଦିନେ ଅସ୍ତମିତ ହୋଇଯିବ । ମୀନା ଚାଲିଯିବ କେଉଁ ଅଜଣା ରାଇଜକୁ । ସେଇଠି ରହି କରିବ ସେ ଦେବତାଙ୍କ ପୂଜା । ସେଇଠି ତୋଳିବ ସେ କୁମାରୀ ଜୀବନର ନୂଆ ଦୁନିଆ । ଏଇ ସବୁଜ ଘାସ ଉପରେ ପଡ଼ିଥିବ । ମୀନାର ଲୁହ ମୁକୁତା ହୋଇ । ସବୁଦିନେ ସେ ଆସିବ । ତା’ ପ୍ରାଣର ଦେବତାଙ୍କୁ ସମ୍ବର୍ଦ୍ଧନା କରିବାକୁ । ଲୁହାଭିଜା ଆଖିରେ ଡାକ୍ତର ପ୍ରବୀର ବାବୁ ଟାଣି ନେବେ–ହଜିଯିବ ସେ ତାଙ୍କରି ଅମୃତ ବାହୁବନ୍ଧନରେ ଭଲ ପାଇବାତ ଚନ୍ଦ୍ର ଆଜି ଲୁଚି ଯାଇଛି ଅଭିମାନ କରି । ସେ ଆଉ ଫେରିବନି ।–ପ୍ରୀତିର କଅଁଳ କଇଁ, ଆଉ କ’ଣ ଫୁଟିବ । ତୁମ ସ୍ନେହ ସୋହାଗର ନୂଆ ପଦ୍ମବନ ଆଜି ଆକାଶ ଫଟାଇ କାନ୍ଦୁଛି ବିକଳ ହୋଇ ।–ତମେ କେଉଁଠି ଅଛ ପ୍ରବୀରବାବୁ, ଥରେ ଦେଖିଯାଅ ।

 

ଆକାଶକୁ ନିରବଚ୍ଛିନ୍ନ ଭାବରେ ଅନେଇ ରହିଛି ମୀନା । ଭାବନାର ଗାତ୍ର ଛାୟାତଳେ ନିଜକୁ ହଜାଇ ଦେଇ ଭାବି ଯାଉଚି କେତେଜଣ–

 

ଏଇ ଆଲୋକର ଛାଇ ବିଛେଇହୋଇ ପଡ଼ିଥାନ୍ତା, ଆଉ ସେହି ଜହ୍ନର ଜାହ୍ନବୀ ଭିତରେ ତାଙ୍କରି ସୁଶୀତଳ ପୁଷ୍ପିତ କୋଳରେ ହସି ହସି ମରିଯାନ୍ତି । ତା ମରଣର ବରଫ ଲତା ତଳେ ସାହାନାଇ ବାଜି ଉଠନ୍ତା... ବୋଳି ଦିଅନ୍ତେ ସେ କପାଳ ମଝିରେ ରଙ୍ଗିନ୍ ଟୋପା । ମଥାରେ ସିନ୍ଦୁର-। ମୁଣ୍ଡରେ ରଜନୀଗନ୍ଧାର ଜୁଡ଼ା । ଗୋଡ଼ରେ ଅଳତା ବୋଳି ତାକୁ ସେ ସଜାଇ ଦିଅନ୍ତେ ବୋହୂ ରୂପରେ ହସି ହସି ଏଇ ଜହ୍ନଭରା ରାତ୍ରିରେ ସେ ହଜିଯାନ୍ତା । ତେବେ ସୁନ୍ଦର ହୁଅନ୍ତା ତା’ ଜୀବନ । ସତେ କଣ ସେ ଭାଗ୍ୟ ତା’ର ଅଛି କେଜାଣି–

 

ପ୍ରବୀର ବାବୁଙ୍କ ଶେଷ ପୁରସ୍କାର କଣ ଏଇଆ ? ମୁଁ ଯାଉଚି ମୀନା... ମନେ ରଖିଥିବି ପ୍ରବୀର ବାବୁଙ୍କ ଏଇ କଅଁଳ କଥା କେଇପଦ ମୀନାର ଅନ୍ତରରେ ଚନ୍ଦନ ବୋଳି ଦେଇଛି । ପ୍ରବୀର ବାବୁ ଚାଲିଗଲେ, କିନ୍ତୁ ବୁଝିଲେନିତ ତାଙ୍କ ପାଇଁ ଅବିଶ୍ରାନ୍ତ ବ୍ୟଥିତ ଗୋଟିଏ ସଦ୍ୟ ପ୍ରସ୍ଫୁଟିତ ଗୋଲାପର ଦରଦ ? ହୃଦୟଙ୍ଗମ କଲେନିତ ଗୋଟାଏ ସରଳା ପ୍ରାଣ କିମିତି ବଣ ମଲ୍ଲୀର ଅଭିଶାପ ନେଇ ମଉଳି... ମଉଳି ପଡ଼ିବ ଆଖିର ଲୁହର ଜୁଆର... ଆଉ କିଛି ଦିଶୁ ନାହିଁ । ଆଖିର ଲୁହ ଭାସୁଛି ପ୍ରବୀର ବାବୁ ଚାଲିଗଲେ ପଛରେ ରଖିଗଲେ ଏକ ତୃପ୍ତି ହୀନ ତୃଷ୍ଣା...... ଆଉ ଶେଷହୀନ–ହାହାକାର

 

ସୃଷ୍ଟି କାହିଁକି କଲ ଦେବତା ? ଜୀବନରେ ପରିପୂର୍ଣ୍ଣତାକୁ ଆଶାକରି ଦୁଇଟି ଅତୃପ୍ତ ପ୍ରାଣ ବିରାଟ ଆଶାରେ ଧାଇଁଛନ୍ତି । ସେ ବାଟକୁ ବନ୍ଦକରି ଦେଇଛି ପ୍ରଭୁ । କେହି ଶୁଣିବେ ନାହିଁ ମୀନାର କଥା ମୀନାର ଭାବନା ବଢ଼ି ଚାଲିଛି ଦିନୁ ଦିନ । ମୀନା ଆକାଶକୁ ଚାହେଁ ଆକାଶର ପୂର୍ଣ୍ଣିମାର ଜହ୍ନ...... ପ୍ରକୃତିର ସୁନ୍ଦର ପରିବେଶ... ସେଇ ଆଲୋକ, ସେଇ ଜହ୍ନର ଜାହ୍ନବୀ ଭିତରେ ଯେପରି ସେହି ପରିଚିତ ମୁହଁ ଭାସିଉଠେ... ସେଇ ସ୍ମୁତିର ଆଲୋକ, ସେଇ ସ୍ମୃତିର ରଂଗିନ୍ ରାତ୍ରି...... ଜହ୍ନର ଜ୍ୟୋସ୍ନା କେତେ ଅମୃତ ଫୁଲ ଶେଯ, କେତେ ଅମୃତ ରଜନୀ ଏମିତି ଚାହିଁଚାହିଁ ଶୁଖିଶୁଖି ଝଡ଼ିପଡ଼ିବ ସଂସାରର ବିସ୍ମୃତି ଗର୍ଭରେ... ତାଙ୍କର ପ୍ରତୀକ୍ଷାରେ...... କିନ୍ତୁ ଆଶାର ମଣିଷ ଆଉ ଫେରିବ ନାହିଁ । ଫେରିଛି ସେହି ଜହ୍ନ...... ହାତଠାରି ଡାକୁଛି । ଆସ ମୀନା ମୋର ଆତ୍ମା ତମରି ପାଖେ ପାଖେ ଅଛି । ସେ ଦିନର ମଧୁର ସଂଧ୍ୟା ମଧ୍ୟରେ ଆଲୋକ ବିଦାୟ ଦେଇଛି;–ଆସିଛି ଜଳିପୋଡ଼ି ମରିବାକୁ । ହାହାକାର ରାତ୍ରି...... ମୀନାର ଆକୁଳ ହୃଦୟକୁ ଛିନ୍ନ କରିବାକୁ । ଚକ୍ରବାଳର ଅସ୍ପଷ୍ଟ ରେଖା ତଳେ ଅସ୍ତଗାମୀ ସୂର୍ଯ୍ୟର ଆଲୁଅ ନିଭି ନିଭି ଆସିଲା । ଏହି ଭୋକିଲା ମନର ସ୍ନେହ ପାରିଧିର ମଝିରେ ବାଡ଼ ପକାଇ ତା’ର ପୂଜାଡାଲାକୁ ନଈର ପ୍ରଖର ସ୍ରୋତରେ ଫିଙ୍ଗି ଦେଇ ସେ ଚାଲିଗଲେ । ହଁ...... ଚାଲିଗଲେ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ କରିବା ପାଇଁ ।

 

କେତେଦିନ ବିତିଗଲା... ପ୍ରବୀର ବାବୁଙ୍କ ପାଇଁ ଭାରି କାନ୍ଦିଲା ସେ । ମା’ ଡାକେ କୁହେ, ମୀନାଲୋ ତେଣେ ଭାତ ଯେ ଥଣ୍ଡା ହୋଇଗଲାଣି ଯା ଦି’ଟା ଖାଇଦେବୁ କଣ କରିବ ସେ ଲୋକଲଜ୍ଜାକୁ ଡରି ତୋରାଣି ମୁନ୍ଦାଏ ବାଢ଼ିଆଣେ । ଭାତକଂସା ପାଖରେ ବସେ । କାହିଁକି ଭାରି କୋହଉଠେ ଓଠକୁ ଚାପିରଖି କାନ୍ଦେ । ଖାଇବାକୁ ଭଲ ଲାଗେନାହିଁ । ହଠାତ୍ ଦୃଷ୍ଟି ପଡ଼ିଯାଏ ମା’ର । ସେ କହେ, ମୀନା ତୁ କାନ୍ଦୁଛୁ ? ଇତସ୍ତତଃ ହୋଇ ଉତ୍ତର ଦିଏ କାଇଁ ନାଇତ କାନ୍ଦିବି କାହିଁକି । ଆଖିରେ ପୋକଟାଏ ପଡ଼ିଗଲା ଯେ, ଲୁହ ଗଡ଼ିଗଡ଼ି ଚାଲିଲା । କଣ କରିବ ସେ ଗରୀବ ଘର ଝିଅ । ଛିଣ୍ଡାକନାକୁ ଯାହାର ଆଶ୍ରା, ସେ ବା କରିବ କ’ଣ । ମା’ର ବେଳ କାଳ ସରିଆସିଲା । ବୟସ ହେଲା, ମୂଲ ନ ଲାଗିଲେ ସେମାନଙ୍କୁ ଦେବ କିଏ ? ମା’ର ଇଚ୍ଛା କିପରି ଇଆଡ଼ୁ ସେଆଡ଼ୁ ଗୋଟିଏ ପିଲାହାତରେ ତାକୁ ଛନ୍ଦିଦେଇ ପରଘରକୁ ତଡ଼ିବ । ଲୋକ ନିନ୍ଦାକୁ ନ ଡରି ଛାତିକୁ ପଥର କରି ସେ ମନ କଥା ମନରେ ମାରି ରୁହେ । କାହାକୁ କହିବ । କିଏ ତାର ଡାକ ଶୁଣିବ । ଯିଏ ଶୁଣି ତା ପାଇଁ ଲୁହ ଢ଼ାଳିଥାନ୍ତା । ସେ ଆଜି ଖୁବ୍ ଦୂରରେ...

 

ଯନ୍ତ୍ରଣା ସହିହୁଏ ନାହିଁ । ମନଟା ପ୍ରବୀର ବାବୁଙ୍କ ପାଇଁ ବ୍ୟାକୁଳ ହୋଇଉଠେ । ଭୁଲ କରିଛି । କାହାକୁ କହିବ ସେ, କିଏ ତାର ଏ ଦୁର୍ଦ୍ଦିନରେ ସାହାଯ୍ୟ କରିବ ।

 

ତାଙ୍କ ଘର ବାରିପଟେ ଠିଆହୋଇ କିଏ ଡାକୁଛି, ଭାଉଜ...ଭାଉଜ । ଓଃ....କି ସୁନ୍ଦର ସେ ବାଳିକାର ଡାକ । ଅଜଣା ଆଶଙ୍କାରେ ସେ ଥରି ଉଠିଲା । ଭାଉଜର ସମ୍ବୋଧନ ? ସେ ଡାକ କେଡ଼େ କରୁଣ । ସତେ ଯେପରି ସେଇ ଡାକରେ ଭରି ରହିଛି କେତେ କଣ ସ୍ନେହ ସରାଗ, ମନ ତାର ଚଞ୍ଚଳ ହୋଇ ଉଠିଲା । ଧାଇଁ ଯାଇ ଦେଖିଲା; ପ୍ରବୀର ବାବୁଙ୍କ ଭଉଣୀ ଚପଳା ଛିଡ଼ାହୋଇଛି । ଯାହାକି ତା’ର କଳ୍ପନାର ବାହାରେ ।

 

ଭାଉଜ ବୋଲି ସମ୍ବୋଧନ କରି ମତେ ଆଉ ଲଜ୍ଜା ଦିଅନା ଚପଳା । କାହିଁ ତୁମେ ଓ ମୁଁ-? ଭାବିବା କେବଳ ଆକାଶକୁସୁମ ? ଗରିବ ମୂଲିଆ ଘର ଝିଅ ମୁଁ । ଏଇ ଭଙ୍ଗାଛାତ ତଳେ ମତେ ମରିବାକୁ ଦିଅ ଚପଳା । ଏହି ମୋର ଭଙ୍ଗା କୁଡ଼ିଆ ନିଃସ୍ଵ ଜୀବନର ସୁନାର ତୀର୍ଥ । ଚପଳା ହସିଲା, ସ୍ମିତ ହାସ୍ୟର ସାମାନ୍ୟ ଏକ ରେଖା ଅଧରକୁ କିଞ୍ଚିତ ସଂପ୍ରସାରିତ କରିଦେଲା ଯିମିତି ମୁହଁର ମାଂସପେଶୀ ମୁହୂର୍ତ୍ତକ ପାଇଁ ଆଲୋକିତ ହୋଇଗଲା ସେହି ହାସ୍ୟର ପ୍ରାଦୁର୍ଭାବରେ......

 

–“ହସୁଛ ଯେ–”

 

“କାହିଁକି, ହସିବାକୁ କଣ ମନା ?”

 

ଚପଳାର ହସରେ ମୀନା ଏକ ବାତ୍ୟାବିକ୍ଷୋଭିତ ଶାଖୀଭଳି ଥରୁଥିଲା । ଆହତ ଅଭିମାନରେ ସର୍ବାଙ୍ଗ ପ୍ରକମ୍ପିତ ହେଉଥିଲା । ଆଖିରେ ଲୁହ ନାସାଗ୍ରରେ ବିନ୍ଦୁବିନ୍ଦୁ ଝାଳ କମ୍ପିତ ଅଧରରେ ବ୍ୟଥାତୁର ଭାଷାରେ ସେ କହିଲା–କହ କହ ‘ଚପଳା’ ତୁମର ହସରେ କି ଉଦ୍ଦେଶ୍ୟ ଛପି ରହିଛି ମୁଁ ଯେ କିଛି ଜାଣି ପାରୁନି ?

 

“ପୁଣି ହସିଲା ଚପଳା...ମୀନାର କଅଁଳ ହାତକୁ ଧରି ସେ କହିଲା–ତୁମ ସହିତ ଭାଇଙ୍କର ବାହାଘର । ବାପା ଶେଷ ଶପଥ ନେଇଛନ୍ତି । ମୋପରି ଭୋକିଲା ନିଃସ୍ୱ କାଙ୍ଗାଳିନୀ ତମଘରକୁ ଯିବ...ଦୁନିଆ ହସିବ ଚପଳା । ମୋର ଭଲପାଇବାଟା ସମାଧି ହୋଇ ଯାଉ ମୋ ଅନ୍ତରରେ ଭାବିନେବି ପ୍ରବୀର ବାବୁଙ୍କ ଭଲ ପାଇବାଟା ଥିଲା ସ୍ଵପ୍ନ । ତୁମରି ଏତେ ବଡ଼ ବଂଶର ଆଭିଜାତ୍ୟକୁ ମୁଁ ମାଟିତଳେ ପକାଇ ଦେବାକୁ ଚାହେଁନା ଚପଳା ମୋ ନିଜର ଭୁଲ ପାଇଁ ମତେ ପ୍ରାୟଶ୍ଚିତ କରିବାକୁ ହେବ । ପ୍ରବୀର ବାବୁ ଭଲରେ ରୁହନ୍ତୁ ସେଇ ଅଫେରା ରାଇଜର ଅମରା ବତୀରେ ବସି କରିବ ସେ ତାଙ୍କର ପୂଜା । ସେଇଠି ପୂର୍ଣ୍ଣହେବ ତା’ କୁମାରୀ ଜୀବନର ମନର ବାସନା; ଜୀବନର ବ୍ରତ, ବିଲାତରୁ ବଡ଼ ମଣିଷ ହେଇ ପିତୃପୁରୁଷଙ୍କ ନାଁ ରଖି ସେ ଭଲରେ ଫେରନ୍ତୁ ଏଇ ତା’ର ଈଶ୍ୱରଙ୍କ ଠାରେ ଶେଷ ଅଳି । ତାଙ୍କପାଇଁ ମୋ ଆଖିରେ ଲୁହ ଭରିଗଲା । ଆଉ କିଛି କହି ପାରିଲି ନାହିଁ । ମୁଣ୍ଡ ମୋର ବାତଚକ୍ର ପରି ଘୂରିଲା ତୋଫାନ ବେଗରେ ।

 

ମୋର ଏ ବିକଳ ଅବସ୍ଥା ଦେଖି ଚପଳା କହିଲା, ତମେ ହୁଏତ ବିଶ୍ଵାସ କରି ନ ପାର ଭାଉଜ । ଭାଇ ଶପଥ କରିଛନ୍ତି ତୁମ ବ୍ୟତୀତ ସେ ଆଉ କାହାକୁ ଗ୍ରହଣ କରିବେ ନାହିଁ । କେତେ ଆଡ଼ୁ କେତେ ପ୍ରସ୍ତାବ ଆସିଲା । ଫଟୋ ଆସିଲା । ସବୁ ସେ ଗୋଡ଼ରେ ଠେଲି ଦେଲେ । ବାପା ବୋଉ ସାଇପଡ଼ିଶାରୁ କେତେ କେତେ ଲୋକ ଆସି ବୁଝାଇଲେ, ଅଥଚ କାହାରି କଥା ରହିଲାନି । ପରିଷ୍କାର ସେ ବାପାଙ୍କୁ ଶେଷ ନିଷ୍ପତ୍ତି ଶୁଣାଇ ଦେଲେ । କହିଲେ ମୀନାକୁ ମୁଁ ବିବାହ କରିବି । ଏ ବିବାହରେ ଯଦି କେହି ଝଡ଼ ସୃଷ୍ଟି କରେ, ତେବେ କରିବ ସେ ଆ–ତ୍ମ–ହ–ତ୍ୟା । ଭାଇ ଭାରି ଜିଦ୍‍ଖୋର ଲୋକ । ତମେ ଭାଇଙ୍କୁ ଚିହ୍ନନା । ସେ ଯାହା ବୁଝିଥିବେ ସେଇଆ ।

 

ଚପଳା କଥାରେ ତା ମନତଳେ ଗୁନ୍ଥି ହେଇଗଲା କେତେ ସବୁଜ ଭାବନା । ମନଟା ଆନନ୍ଦରେ ଉଡ଼ିଗଲା କେଉଁ ଏକ ସ୍ଵପ୍ନ ପୁରୀକୁ । ସତେ ତା’ ମନର ଆଶା ପୂରଣ ହେବ । ସ୍ମୃତିର କଇଁ ଫୁଟିବ କେଜାଣି ?

 

ଭ୍ରମଣକଳା ପିଚୁ ରାସ୍ତାରେ ପବନ ଭଳି ଛୁଟିଛି, ମଟରର ଗତି । ମନେ ପଡ଼ିଯାଇଛି ତା’ର ଅତି ଆଦରର ମୀନା । ତା’ର ସେଇ ଛଳଛଳ ଲୁହଭରା ଆଖି, ହସ ହସ ପ୍ରଦୀପ୍ତ ବଦନ ତାକୁ ଇଙ୍ଗିତ ଦେଉଛି । ମନେ ପଡ଼ିଯାଏ, ଚୁମ୍ବନ ପିଆସୀ ପ୍ରିୟାର ବୁକୁଭରା ଆଲିଙ୍ଗନ । ସେଇ ଭଙ୍ଗା କୁଡ଼ିଆ ତଳେ ଛପି ରହିଥିଲା, କେତେ କାନ୍ଦ, କେତେ ରାଗ, ରୁଷା । ସେହିଥିଲା ତା’ର କୁମାରୀ ଜୀବନରେ ସ୍ମୃତିର ତାଜମହଲ । ମିଳନର ହାଟ ବସିଥିଲା । ଅତି ପବିତ୍ର ସେ ସୁଦୂର ପଲ୍ଳୀ-

 

ସତେ ସେଦିନରେ ସୋହାଗର ଦାଗ ଟିକକ ଏପର୍ଯ୍ୟନ୍ତ ଛାତି ଭିତରେ ଆଙ୍କି ହୋଇଯାଇଛି । ସେ ଅତୀତରେ ଅପାସୋରା ସ୍ମୃତି ତାକୁ ଆଜି ପାଗଳ କରି ଦେଇଛି । ସେ ଦାଗ ସହଜେ କ’ଣ ଲିଭିବ ।

 

ବମ୍ବେ ନଗରୀ... କି ସୁନ୍ଦର ସେ ମନ ଲୋଭା ସହରଟା । ଦୁନିଆର କେଉଁ ମହାପୁରୁଷ ରୂପଦେଇ ଗଢ଼ିଛି କେଜାଣି–ନାଲି ନେଳିର ରୋଷଣୀ ଆଲୁଅରେ ମହଲ ସାରା ବିଞ୍ଚିହୋଇ ଯାଇଛି-। ଶୋଭାର ସୌନ୍ଦର୍ଯ୍ୟ ପ୍ରବୀରର ପ୍ରଶ୍ନକୁଳ ଆଖି ଦିଓଟି ଚାହିଁଛି । ଓଃ ମୀନା ଯଦି ଆଜି ଥାନ୍ତା ତା’ ନିକଟରେ । କେଡ଼େ ଖୁସି ହେଉଥାନ୍ତା ସେ ? ମଫସଲି ଝିଅ ସେ । ବମ୍ବେ ସହର ଦେଖିବା ଦୂରେ ଥାଉ ଏପରି କଟକ ସହର ଯିଏ ତା’ ଜୀବନରେ ଦେଖିନି । ଆହା... କଣ କରୁଥିବ ସେ । ସ୍ନେହର ପ୍ରତିଦାନରେ ଜୀବନରେ ସେ କେବେ ଅଳି କରିନି । ତୁମେ ଆଜି କେଉଁ ରାଇଜରେ ଅଦୃଶ୍ୟ ହୋଇ ରହିଲ ମୀନା । ଥରେ ଦେଖିଯାଅ ତମର ପ୍ରବୀରକୁ ।

 

ବୀର ଓଡ଼ିଆ ପୁଅ ଆଜି India gate ପାରି ହୋଇ ଜାହାଜରେ ବସିଲା । ନୀଳବର୍ଣ୍ଣ ସାଗର ବକ୍ଷରେ ପବନ ଭଳି ଉଡ଼ି ଚାଲିଛି ଜାହାଜ । ଚତୁର୍ଦ୍ଦିଗରେ ପ୍ରାଚୀର ଭଳି ବେଢ଼ି ରହିଛି ଅନନ୍ତ ସାଗର । ଆଖି ପାଉନି । ଓଃ କି ଅପୂର୍ବ ସେ ଦୃଶ୍ୟ । ଅତୃପ୍ତ ପ୍ରାଣ ତା’ର ପୁଲକିତ ହୋଇ ଉଠିଲା, ସମୁଦ୍ରର ସୌନ୍ଦର୍ଯ୍ୟ ଭଣ୍ଡାର ଦର୍ଶନରେ ସମୁଦ୍ରର ସେହି ଶୋଭାମୟ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିବାକୁ ଦୁନିଆର ଅଗଣିତ କବି ପାଗଳ । ହିମାଳୟ ଲହଡ଼ି ବିରାଟ ଫୌଜଧରି ଭାସି ଭାସି ଆସୁଛନ୍ତି । ସତେ ଯେପରି ଜାହାଜଟିକୁ ଭାଙ୍ଗି ଚୁରମାର କରି ଦେବେ । ଚାରିଆଡ଼ କୁହୁଡ଼ିର ଘନ ଅନ୍ଧକାରରେ ଆଚ୍ଛାଦିତ ! ରାସ୍ତାଘାଟ କିଛି ଦେଖାଯାଉ ନାହିଁ । ସାତତାଳ ପଙ୍କରେ ଯେପରି ତାର ଆତ୍ମା ନାଖିଛି । କାନରେ ଶୁଭିଯାଉଛି ସେହି ବିକଟାଳ ସମୁଦ୍ରର ଗର୍ଜନ । ଜାହାଜର ପ୍ରେକ୍ଷାଳୟ ଭିତରେ ପଶିଲେ ମନେହୁଏ ଗୋଟିଏ ପ୍ରକାଣ୍ଡ ଅଟ୍ଟାଳିକା । ତା’ଭିତରେ ଉପଭୋଗ କରିବାକୁ ରହିଛି ଅବସର ବିନୋଦନ କେନ୍ଦ୍ର । ସଭ୍ୟମାନଙ୍କ ରହିବା କୋଠରୀ, ରନ୍ଧନଶାଳା ଖେଳାଖେଳିପାଇଁ କ୍ଲବ ରୁମ । କୋଠରୀ ଭିତରକୁ ବାୟୁ ଆସିବାକୁ Air conditionର ବ୍ୟବସ୍ଥା ରହିଛି । ଦେଶ ବିଦେଶର ଖବର ଜାଣିବାକୁ ଫୋନ୍ ଏକ୍‌ସଚେଞ୍ଜର ବ୍ୟବସ୍ଥା କରାଯାଇଛି । ଜାହାଜ ଭିତରେ ବିଦ୍ୟୁତର ସୁବିଧା ରହିଛି । ପୃଥିବୀର ଦିଗ ନିରୂପଣ କରିବାକୁ ଭୌଗୋଳିକ ଓ ବୈଜ୍ଞାନିକ ନକ୍‌ସା ଯନ୍ତ୍ରପାତି ରଖାଯାଇଛି । ଭଦ୍ରଲୋକମାନଙ୍କ ଚିକିତ୍ସା କରିବାକୁ ଡାକ୍ତର ଅଛନ୍ତି । ପୁରୁଷ ଓ ମହିଳାମାନଙ୍କ ପାଇଁ ପୃଥକ ପୃଥକ କୋଠରୀର ବ୍ୟବସ୍ଥା ରହିଛି । ତାକୁ କିଛି ଭଲ ଲାଗୁନି । ବିକଳରେ ମୀନା ପାଇଁ ପ୍ରାଣ ତା’ର କାନ୍ଦି ଉଠିଲା । ମନରେ କେତେ କଣ ଅଶୁଭ ପ୍ରଶ୍ନ ଜାଗ୍ରତ ହେଉଛି । ତେବେ କ’ଣ ତା’ର ସେହି ଝାଟିମାଟିର ମନୋରମ ତୀର୍ଥକୁ ସେ ଆଉ ଫେରି ପାରିବନି ? ଆହା ! ବିଦାୟର ଅନ୍ତିମ ଲଗନରେ ପ୍ରବୀରର ଗୋଡ଼ତଳେ ପଡ଼ି ସେ ଜଣାଇଥିଲା ତା’ର ଦୁଃଖ ଜୀବନର ଅଭିଳାଷ । ମୋତେ ଗୋଡ଼ରେ ଆଡ଼େଇ ଦେବନି । ମୋର ମମତାର ଫୁଲଡାଲାକୁ ବଙ୍ଗୋପସାଗରରେ ଫିଙ୍ଗିଦେବନି, ଚିଠି ଦେବ । ତା’ର ସେହି ଲୁହଭିଜା ନୟନ କୋଣରେ ଭରି ରହିଥିଲା କେତେ ସ୍ନେହ । କେତେ ଆନ୍ତରିକତା ।

 

ସୁ ସୁ ହୋଇ ପବନ ବହୁଛି । ପ୍ରଭାତ ହୋଇଛି । କଳା ବଉଦ ସୂର୍ଯ୍ୟ ଦେବତାଙ୍କୁ ରାହୁ ପରି ଗ୍ରାସ କରିଛି । ବରଫଭଳି ଜମାଟ ବାନ୍ଧିଛି କୁହୁଡ଼ି । ଜାହାଜ ଆସି କୂଳରେ ଲାଗିଲା ।

 

କି ସୁନ୍ଦର ସେ ଚାକଚକ୍ୟ ବିଲାତ ନଗରୀ । ପ୍ରକୃତିର ଶୋଭାର ପସରା ମେଲାଇ ଦେଇଛି । କି ଚିତ୍ତାକର୍ଷକ କି ମନୋହର ଏ ଦୃଶ୍ୟ ଦେଖିଲେ ଦୁନିଆର ଯେ କୌଣସି ପ୍ରକୃତି ଉପାସକ ମାନବ ପ୍ରାଣକୁ ଉନ୍ମତ୍ତ କରିବ । ପ୍ରବୀର ଆଜି ମର୍ତ୍ତ୍ୟରେ ଅଛି ନା, ସରଗର ସୁରଭି ଉଦ୍ୟାନରେ ଅଛି ସେ; ନିଜକୁ ନିଜେ ଠିକ୍ କରି ପାରୁନି । ଏ ଦୃଶ୍ୟକୁ ରୂପଦେବା ଅସମ୍ଭବ ।

 

ବିରାଟ ଅଟ୍ଟାଳିକା । ହଷ୍ଟେଲଟି ନୂତନ ଧରଣର ତିଆରି ହୋଇଛି । ଆଖି ପାଉନି । ବିଦ୍ୟୁତ୍ ବତୀର ମଧୁର ଆଲୋକ କାନ୍ଥକୁ ଉଦ୍‌ଭାଷିତ କରୁଛି । କାନ୍ଥ ଗୁଡ଼ିକରେ ବଡ଼ ବଡ଼ ନେତାଙ୍କର ପ୍ରତିମୂର୍ତ୍ତି ସବୁ ଖୋଦିତ ହୋଇଛି । ଏ ସବୁ ଦୃଶ୍ୟ ଅଙ୍ଗ ଭଙ୍ଗି ଛାତ୍ରମାନଙ୍କ କଳାଚାତୁରୀର ଜୟଗାନ କରୁଛି । ହଷ୍ଟେଲର ପଛପଟେ ସୁନ୍ଦର ସୁରଭି ଉଦ୍ୟାନ ।

 

ପଢ଼ାପଢ଼ି ଆରମ୍ଭ ହୋଇଛି ପୁସ୍ତକର ପ୍ରତ୍ୟେକ ଧାଡ଼ି ଓ ପୃଷ୍ଠାରେ ସେ ଦେଖିବାକୁ ପାଉଛି ମୀନାର ଉଜ୍ଜ୍ଵଳ ସ୍ମୃତି । ଗୋଟିଏ ଗୋଟିଏ Subjectକୁ ଯିଏ ଥରୁଟିଏ ପଢ଼ି ମନେ ରଖୁଥିଲା । ଆଜି କଣହେଲା କେଜାଣି ଶହ ଶହ ପୃଷ୍ଠା ଓଲଟାଇଲେ ମଧ୍ୟ ସେ କିଛି Catch କରି ପାରୁନି । ତେବେକଣ ଶିକ୍ଷାସଭ୍ୟତା ତା’ର ଆଜିଠୁଁ ଇତିଶ୍ରୀ ହୋଇଗଲା । ସମସ୍ତଙ୍କର ମମତାକୁ ଜଳାଞ୍ଜଳି ଦେଇ ସାତ ସମୁଦ୍ର ତେର ନଈ ପାରିହୋଇ ସେ ଆସିଛି । ଓଡ଼ିଆ ପୁଅର ଟେକ ରଖିବ-। ବିଲାତ ଫେରନ୍ତା ଡାକ୍ତର ହୋଇ ସେ ଫେରିବ । ପିତୃପୁରୁଷଙ୍କ ନାଁ ରଖିବ ।

 

ମୀନା ବସି ଭାବୁଛି ବିଗତର ସ୍ମୃତି–

 

ମଝିରେ ବିତିଯାଇଛି ଦୁଇଟି ମାସ......ଦୁଃଖ ନୈରାଶ୍ୟର କାଳର ମହାସ୍ରୋତରେ ବୁକୁ ତାର ତିଳତିଳ ହୋଇ ଫାଟିଯାଉଛି । କେତେ ଘାତ ପ୍ରତିଘାତ କାଳର ତରଙ୍ଗ ସବୁ ଧୋଇପୋଛି ନିଶ୍ଚିହ୍ନ କରିଦେଇଛି । କାନ୍ଦିକାନ୍ଦି ପଣତ ଓଦା କରିଛି ସେ । କେତେଲୋକ କେତେକଥା କହୁଛନ୍ତି । ଗାଁ ମଝିରେ ମୁଣ୍ଡଟେକି ସେ ଚାଲିଯାଇପାରୁନି, ଏ ଭରା ଯୌବନ ଧରି ସେ ଆଉ କେତେଦିନ ଅପେକ୍ଷା କରିବ ।

 

ମା କହିଲା, କିଏ କାହାରଲୋ । ମନରେ ବିରାଟ ଆଶାର ବୋଝ ଧରି ବସିଛୁ । ଆମେ ଗରୀବ ! ଗରୀବ ଆମର ସଂସାର । ଯେଉଁଠୁ ବାହାଘର ପ୍ରସ୍ତାବ ଆସିଲା, ଗୋଡ଼ରେ ଆଡ଼େଇ ଦେଲୁ । ପ୍ରବୀର ଆମକୁ କ’ଣ ସରଗ ନେବ । ବାପ ଚଉଦପୁରୁଷ ନାଁ ପକାଇଲୁ । ତୋତେ କନିଅର ମଞ୍ଜି ମିଳିଲା ନାହିଁ । ପାଞ୍ଚ ହାତ ଦଉଡ଼ି ମିଳିଲା ନାହିଁ । ମୋର ବି ବେଳକାଳ ସରିଆସିଲା । ତୋତେ ଆଉ ମୁଁ କିଛି କହିବିନି । ତୋ ଆଖିକୁ ଯେଉଁଟା ସୁନ୍ଦର ଦିଶୁଛି ସେଇଆ କର ।

 

ମା’ର କର୍କଶ କଥାରେ ତା’ ଛାତିରେ ଛନକା ପଶିଲା । ମସ୍ତବଡ଼ ଭୁଲ କରିଛି ସେ । ଆଖିର ମୋହ ଦେଖାଇ ଟାଣି ନେଲେ ସେ ତାଙ୍କରି ଲାଳସା ନିଆଁକୁ । ସେହି ଜଳନ୍ତା ଆଖିର ନିଆଁରେ ପତଙ୍ଗ ପରି ଝାସ ଦେଇ ତା’ର ନିଜତ୍ୱ ସେ ହରାଇ ଦେଇଛି । ଭାବି ପାରିଲାନି ଏହାର ଶେଷ କେଉଁଠି ? ଛାତିର କୋହ, ମନର ଭୋକ ଅଟକାଇ ରଖି ପାରିଲାନି । ଉତ୍ତେଜିତ ହୋଇ ଲତାଟି ପରି ଗୁନ୍ଥି ହୋଇଗଲା ସେ ତାଙ୍କରି କୁସୁମ ବକ୍ଷ ତଳେ ।

 

କାନ୍ଦି ଉଠିଲା ସେ । ତା ଛାତି ଭିତରର କଥାକୁ ଜାଣିବାକୁ ସେ କେବେ ଚେଷ୍ଟାକଲେନି-। କେବଳ ତା’ରି ସୌନ୍ଦର୍ଯ୍ୟରେ ମତୁଆଲା ହୋଇ ଗୋଟିଏ ନିରୀହ ଝିଅର ସର୍ବନାଶ କରିବା ଏହି କ’ଣ ତାଙ୍କର ଧର୍ମ୍ମ, ଏହି କ’ଣ ତାଙ୍କର ଭଲ ପାଇବା ।

 

ଇସ୍......କ’ଣ ସେ ଭାବୁଛି । ମୁଣ୍ଡ ତାର ଖରାପ ହୋଇ ଯାଇନି ତ । ପ୍ରବୀର ବାବୁ ଉଚ୍ଚ ଶିକ୍ଷିତ । ତାଙ୍କର ହିତାହିତ ଜ୍ଞାନ ଅଛି । ସେ କ’ଣ ଏତେ ତଳକୁ ଖସିଯିବେ । ସେ ଭାରି ଭଲ ମଣିଷ । ତାଙ୍କର ଅତି ଆଦରର ମୀନାକୁ ସେ ଏପରି ହୃଦୟହୀନ ଭାବେ ଭୁଲିଯିବେ ନାହିଁ । ଛାତି ତାଙ୍କର ଥରି ଉଠିବନି ? ଏହିପରି କେତେ ପୂର୍ବ ସ୍ମୃତି ମୀନା ମନକୁ ଦୋଳାୟିତ କରୁଛି ।

 

ଜାହାଜରେ ଆସିଲା ଦିନ ଏହି ତା’ର ପ୍ରଥମ ସାକ୍ଷାତ ମଦନ ବାବୁଙ୍କ ସହିତ । ଅଚିହ୍ନା ଭାବେ ଜଣେ ବିଦେଶୀ ବନ୍ଧୁ ପ୍ରତି ସେ ଯେଉଁ ବ୍ୟବହାର ଦେଖାଇଛନ୍ତି, ତା’ ସେ ଜୀବନରେ ଭୁଲି ପାରିବେନି ।

 

Unknown

ହଷ୍ଟେଲର ପଛପଟେ ମଦନ ବାବୁଙ୍କ ବସା । ଦିନକୁ ଦିନ ତାଙ୍କ ସହିତ ତା’ର ବନ୍ଧୁତା ବଢ଼ିବାକୁ ଲାଗିଲା । ତାଙ୍କରି ଘରେ ରହି ତା’ର ସୁନାର ଭବିଷ୍ୟତ ଗଢ଼ି ଚାଲିଲା; ତାଙ୍କରି ବସା ହେଲା ତା ଛାତ୍ର ଜୀବନର ଚିର ସାଥି ।

 

ମଦନ ବାବୁଙ୍କ ଭଉଣୀ ଏଇ ଗୀତ ସହିତ ହେଲା ତାର ପହିଲି ଦେଖା ଗୀତା ଦେଖିବାକୁ ବେଶ୍ ସୁନ୍ଦରୀ । ସରଗର ପରୀଟିଏ ସେ । ତା’ରି କଅଁଳ ଛନଛନ ଉଲଗ୍ନରୂପ ଅପୂର୍ବ ଭଙ୍ଗିରେ ଅରୁଣୀମାରେ ଦୁନିଆର ଯେ କୌଣସି ଯୁବକ ହୃଦୟରେ ଆଣିବ ଉନ୍ମାଦ’

 

ମଫସଲି ଝିଅ ମୀନା ଆଜି ଗଗନ ପବନ ଭେଦି କାନ୍ଦଣାରେ ଗୁମୁରି ଉଠୁଛି । ତାଙ୍କର ଚିଠିର ପ୍ରତୀକ୍ଷାରେ ଚାହିଁ ଚାହିଁ ଆଖିରୁ ଲୁହ ଶୁଖି ଯାଇଛି । ଫୁଟନ୍ତା ପାରିଜାତ ଆଜି ମଉଳି ଯାଇଛି । ଆଖି ପାଣି ଆଖିରେ ଶୁଖିଛି । କେତେ ମଧୁମୟ ବସନ୍ତର ସ୍ଵପ୍ନ ସେ ଦେଖିଥିଲା । ଗଢ଼ି ଚାଲିଥିଲା କେତେ କଣ କଳ୍ପନାର ସୌଧ । ଗୋଟିଏ ନିରୀହ ଝିଅର ସର୍ବନାଶ କରି ତା’ର ସର୍ବସ୍ଵ ଚୋରିକରି ଆଶାର ଲହଡ଼ିରେ ଭସାଇ ସେ ଚାଲିଗଲେ । ଆଶା କୁସୁମର ବିଛଣା ଆଜି ହୋଇଛି ରକ୍ତାକ୍ତ । ଗରୀବ ଝିଅର ସୁନା ଘର ଚୂନା କରି ତା’ ଆଖିରେ ଲୁହଢ଼ାଳି ସେ କ’ଣ ଶାନ୍ତିରେ ରହି ପାରିବେ । ତାଙ୍କର ସରଳ ଚାହାଣୀ ଆଖିର ମୋହରେ ବାଟ ଛାଡ଼ି ସେ ତା’ର ସର୍ବସ୍ଵ ଅଜାଡ଼ି ଦେଇଥିଲା ପ୍ରବୀର ପାଦତଳେ । ଆଜି ସେ ସ୍ନେହର ପ୍ରତିଦାନରେ ପାଇଲା କଣ ? ସେ ନିଜେ ମଧ୍ୟ ଜାଣେନା ? ସେ ଆଜି କାହାର ହେବ । କାହା ପାଖରେ ଅଞ୍ଜଳି ପାତି ପ୍ରେମ ଭିକ୍ଷା ମାଗିବ । ଦିନେ ସେ କହିଥିଲେ ମୀନା ହୋଇପାରେ ଦୁନିଆ ଚକ୍ଷୁରେ ଘୃଣ୍ୟ, କିନ୍ତୁ ମୋ ଚକ୍ଷୁରେ ତୁମେ ଧ୍ରୁବତାରା । ତୁମ ଦେହଟାର ମୂଲ୍ୟ ମୋ ଆଖି ଆଗରେ ଅତି ବଡ଼ । ତେବେ...ତେବେ ସେ କ’ଣ କରିବ–କରିବ ସେ ଆ–ତ୍ମ–ହ–ତ୍ୟା ।

 

ଭାବିଲା ସେ ତାଙ୍କରି ସୁଖ, ଆନନ୍ଦପାଇଁ ସେ ଯଦି–ଆତ୍ମହତ୍ୟା କରେ, ତା’ହେଲେ କ୍ଷତି କଣ ? ତା ଛଡ଼ା ତାର ଆଉ ଉପାୟ ନାହିଁ ।

 

ହଁ...ସ୍ତ୍ରୀ ଜଣକୁ ଥରେ ଭଲପାଇଲେ ଆଉ କ’ଣ କାହାକୁ ଭଲପାଇପାରେ ନାହିଁ । ମନର ଆକର୍ଷଣ ନେଇ ସ୍ତ୍ରୀ ସମଗ୍ର ଦୁନିଆଁକୁ ନିଜର କରିପାରେ । ପ୍ରେମ ଚିର ସବୁଜ–ଅସୀମ । କ୍ଷୟ କ୍ଷତି ମଧ୍ୟ ହେବନାହିଁ । ଅତୀତର ଉତ୍ତେଜନା ଆକର୍ଷଣ ଲାଳସାକୁ ସ୍ମୃତିହଜା ନରକ ଭୂଇଁରେ ପକାଇ ଅଦେଖା କୁମାରର ହାତଧରି ଭାବିନେବ ସେ ତା’ର ଭଲପାଇବାଟା ଥିଲା ଗୋଟାଏ ସ୍ଵପ୍ନ-। ନାରୀର ବୁକୁଫଟା କାତର ଲୁହ ତ ପୁରୁଷ ବୁଝିଲାନି । ସେ ମଧ୍ୟ ସେମିତି ଗଢ଼ି ଚାଲିବ ତାର ନୂଆ ଦୁନିଆ । ସମାଜର ଆଇନ କାନୁନ୍‌କୁ ଭାଙ୍ଗିଦେଇ ନୂଆ ଦୁନିଆର ନୂଆ ଆଲୋକରେ ସେ ଭାସି ଯିବ ।

 

ପୁଣି ତା’ର ଅନ୍ତର ଭିତରେ ଯେପରି କିଏ କହି ଉଠିଲା, ତୋ ପ୍ରବୀର ବାବୁକୁ ପର କରି ଦେଇ ଚାଲିଯିବୁ ? ଯିଏ ତୋର ଆତ୍ମୀୟ, ଯାହାର ବନ୍ଧୁତ୍ୱ ଛାଇତଳେ ମନପ୍ରାଣ ଯୌବନ, ସବୁ କିଛି ଅଜାଡ଼ି ଦେଇଛି, ତାକୁ ତୁ ଭୁଲିଯିବୁ । ପ୍ରବୀର ବାବୁଙ୍କ ପାଇଁ ଛାତି ତା’ର ଥରି ଉଠିଲା ।

 

ଅତୀତର ଅପାସୋରା ସ୍ମୃତିକୁ ପଛରେ ପକାଇ ନୂତନ ସାଥିର ହାତଧରି ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବା ନାରୀର ଧର୍ମ, କିନ୍ତୁ ସେ ଯେ ତାଙ୍କୁ ହରାଇ ବସିଛି । ସ୍ତ୍ରୀର ଆଲୋକରେ ମଣିଷ ଜଳିଉଠେ । ଏ ପାପର ବୋଝଧରି କାହାକୁ ଦାନ କରିବି ପୂଜାର ଜୟମାଲ୍ୟ-। ଛି ଛି ଦୁନିଆ ତାକୁ କ’ଣ କହିବ । ତା’ର ସେହି ଅଜଣା ମହାପୁରୁଷଙ୍କ ଚରଣ ତଳେ ଥୋଇ ଦେବ ପୂଜାର ମଉଳାଫୁଲ । ନା ନା ତା’ ସେ କଦାପି କରି ପାରିବନି, ଏ କଳଙ୍କର ବୋଝ ଧରି ନିରୀହ ଯୁବକର ସର୍ବନାଶ ସେ କରିବନି ।

 

ଯେଉଁ ଦିନ ପ୍ରଥମ ହୋଇ ସେ ଶିଖିଥିଲା ପ୍ରେମ କଣ ? ସେଇ ତାକୁ ବତାଇ ଥିଲେ ଭଲ ପାଇବାର ଆଦର୍ଶ । ସେଦିନର ଆକର୍ଷଣ ସେଦିନର ପ୍ରଳୟଙ୍କରୀ ଉନ୍ମାଦ ଆଜି କଣ ଅଛି ।

 

ପ୍ରଥମ ହୋଇ ଯେଉଁ ଫୁଲ ଫୁଟେ । ସେହି ଫୁଲ ଦେବାର୍ଚ୍ଚନାରେ ଚଢ଼େ । ଗଭାର ବାସିଫୁଲରେ କ’ଣ ସରାଗଥାଏ । ତା କଣ ଶିବ ଶିରରେ ଚଢ଼ିବା ସମ୍ଭବ । ଅନ୍ତରର ସ୍ତରେ ସ୍ତରେ ଜାଗି ଉଠିଲା କମ୍ପନ । ପ୍ରବୀର ବାବୁଙ୍କ ପାଇଁ ମନ ତଳେ ଜଳି ଉଠିଲା ବିସାଦର ବହ୍ନି । ଆଖିରୁ ଝରି ପଡ଼ିଲା ଲୁହ କେଇଧାର ।

 

ପୂର୍ଣ୍ଣିମା ଜହ୍ନରେ ନୀଳ ସମୁଦ୍ର ଫେନିଳ ନୃତ୍ୟ ଗୀତାର ଭରା ଯୌବନକୁ ଦୋହଲାଇ ଦେଉଛି । ବସନ୍ତର ମଳୟ ପବନରେ ଚଞ୍ଚଳତାରେ ଚମ୍ପାଫୁଲ କଳିର ଯେଭଳି ଆବେଗ, ତାହାହିଁ ତା’ ହୃଦୟରେ ଜାଗିଉଠିଥିଲା ପ୍ରଣୟର ବନ୍ୟା !

 

ପ୍ରଣୟର ଜ୍ୱାଳାରେ ସେ ଆଉ କେତେଦିନ ଜାଗର ଜାଳି ବସିବ । ଖୋଲିଦେବକି ମନର ଯେତେଆଶା ନା, ପାରିବନି ସେ । ଗୀତାର ଫୁଲପରି ନରମ ବକ୍ଷରେ ଆସୁଛି ବ୍ୟର୍ଥତା । ଅଭିସାର ବ୍ୟର୍ଥ ହୋଇ ଯାଇଛି ।

 

ବସନ୍ତର ଅଦିନିଆ ଲହଡ଼ି, ତା’ ଦେହରେ ପିଟି ହୋଇ ଯାଉଛି । ଏଇ ତାର ଶାନ୍ତ ଆଖିରେ ଅକୁହା ଭାବ ମନର ଗୋପନ କଥା ଥରୁଟିଏ କହି ଦେବାକୁ ସେ ଯଦ୍ୟପି ସୁଯୋଗ ପା’ନ୍ତା ତେବେ ପୂର୍ଣ୍ଣ ହୁଅନ୍ତା ତା କୁମାରୀ ଜୀବନର ବ୍ରତ । ଯେପରି ଅଶିଣର ନୀଳ ଆକାଶରେ ଲଘୁ ମେଘମାଳା ଧାନ ଉପରେ ଭାସିଭାସି ଯାଏ, ଠିକ୍ ସେହିପରି ଭାସି ଯାଉଛି ତାର ଭରା ଯୌବନ । ତାର କୁନି କୁନି ଗୋଲାପି ଅଙ୍ଗଲତାରେ ବିଜୁଳିର ଚମକ ।

 

ଏଇ ଗୀତା ତାର ଛୋଟଛୋଟ ଗୋଲଗୋଲ ଆଖିଦୁଇଟିରେ ମୃଗଣୀର କଟାଷ ଚାହାଣି ସେ ମିନିଟ ମିନିଟ ଧରି ଚାହିଁରୁହେ ପ୍ରବୀର ଦାସକୁ ।

 

ଏଇ ଗୀତା ତାକୁ କରିଛି ମତୁଆଲା । ତା ସ୍ଵପ୍ନ ମନ୍ଦିରରେ ଜାଗରିତ ହୁଏ ନୂଆ ଚମକ ! ଭାବନାଟା ଉଡ଼ିଯାଏ କେଉଁ ସ୍ଵପ୍ନପୁରୀକୁ । ମନହୁଏ ସାରାଜୀବନ ତା ଛାଇର ଆଲୋକରେ ପ୍ରବୀର ଦାସ ମନର ଅନ୍ଧାର ଘୁଞ୍ଚାଇ ଦେବ ।

 

The day when it thou come under arm.

I shall hold you tight out of charm ?

At the first night of love

I must not put you off.

There will be offer of hundred kisses,

for ever it will make me please.

 

ଓଃ କିସୁନ୍ଦର... କି ପ୍ରାଣପ୍ରଚୂର୍ଯ୍ୟ ଏଇ ଗୀତର ଲୋଭନୀୟ ରୂପ । ମୁଖମଣ୍ଡଳରେ ପୂର୍ଣ୍ଣିମାର ଚନ୍ଦ୍ର କିରଣ ତାର ଦୁଆରେ ଯେପରି ବିଛେଇ ହୋଇଛି । ଦେଖିଲେ କେବଳ ଦେଖି ହିଁ ରହିବାକୁ ଇଛାହୁଏ । ଆଉ ଯେତେବେଳେ ସେ ହସେ......ଝରିପଡ଼େ ମୁକ୍ତା ବିନ୍ଦୁ ।

 

ପ୍ରବୀରବାବୁ ଯେ ପାଗଳ ହୋଇଯିବ । ଓଃ କି କଷ୍ଟ ଏଇ ପରିସ୍ଥିତିରେ ଯନ୍ତ୍ରଣା ସ୍ୱାଭାବିକ ମଳୟପରି ଦେହରେ ଅନେକ ଫୁଲର ବାସ ନେଇ, ମନ ତାର ବିଦ୍ରୋହ ହୋଇ ଉଠେ ।

 

ତା’ ମନର ସୁପ୍ରଶାନ୍ତ ଘନନୀଳ ଦ୍ଵାର ଦେଶରେ ଆଘାତ କରିଛି ଏଇ ଗୀତା । ସତେ ଗୀତା ହେବ ତା’ର କୋମଳ ଶଯ୍ୟାର ନାୟିକା । ତା’ ଜୀବନ ଆକାଶେ ବିଛେଇ ହୋଇ ପଡ଼ିବ ପ୍ରଣୟର ଫୁଲ । ତାରଭରା ଏଇ ନିଝୁମ ଆକାଶେ ଫୁଟିବ ପୀରତିର ଅଗଣିତ ତାରା । ମୋ କଳ୍ପନା ମନ୍ଦିରରେ ପାରିଜାତ ହୋଇ ଦେଖା ଦେବ ଏଇ ଗୀତା ।

 

ଓଃ...କି ସୁନ୍ଦର । କି ପ୍ରାଣ ପ୍ରାଚୂର୍ଯ୍ୟ କଳ୍ପନା । ଆଖି ଆଗରେ କେତେ ରଙ୍ଗିନ ଚିନ୍ତା ନାଚି ନାଚି ଚାଲି ଯାଉଛି ।

 

ପ୍ରବୀରବାବୁଙ୍କ ପାଇଁ ଏ ଯାଗାଟା ନୂଆ ! ଯେଉଁଦିନ ପ୍ରଥମ ହୋଇ ସେ ଏଇ ସହରକୁ ଆସିଲା, ଘର ତାକୁ ଭାରି ଖାଁ ଖାଁ ଲାଗିଲା । ଅତୀତର ମଧୁବୋଳା ର‍ଂଗିନ ସ୍ଵପ୍ନ ନିଭିଯାଇଛି ମନରୁ । ସମୟର ମୌସୁମୀ ତଳେ କାମନାର ଇନ୍ଦ୍ରଧନୁ ଲିଭି ଯାଇଛି । ଯେଉଁ ଭଲ ପାଇବାର ସାଗର ମଧ୍ୟରେ ନିଜକୁ ହଜାଇଦେଇ ମୀନା ସହିତ ତୋଳିଥିଲା ନୂଆରାଇଜ । ସେ ଦିନର ପ୍ରଣୟର ଫୁଲ ଶୁଖି ଆଜି ଝଡ଼ି ପଡ଼ିଛି, ଲିଭି ଯାଇଛି ମିଳନର ପ୍ରଦୀପ–। ନୂଆ ରାଇଜର ରଙ୍ଗିନ ବାଟରେ ବାଟବଣା ହୋଇ ଧାଇଁଛି ସେ ମତୁଆଲା ହୋଇ ଗୀତାର ପଛରେ । ତା’ କୋଠରୀକୁ ଲାଗି ଏ’ଇ ଗୀତାର ବସା । ସିନେମା ହଲରେ, କ୍ଳବରେ ବହୁବାର ଦେଖା ହୋଇଛି ଏଇ ଗୀତା ସହିତ ! ସେ ରୂପସୀ କିଏ, ସେ ଜାଣେନା ?

ତାକୁ ସେ ଭଲପାଏନା...... କିନ୍ତୁ କାହିଁକି ଯେ ତା ପ୍ରତି ପ୍ରବୀର ଦାସର ମମତା ବିଛେଇ ହୋଇଯାଇଛି, ତା’ ହୃଦୟର ପ୍ରତି ରନ୍ଧ୍ରେ ରନ୍ଧ୍ରେ ଶିରାପ୍ରଶିରାରେ ଖେଳିଯାଇଛି ନୂଆ ଚମକ, ନୂଆ ଜାଗରଣ !

ଗୀତା ତା’ ଜୀବନ ବସନ୍ତର ଅଭୁଲା ମଳୟ ଅକୁହା କୁହୁସ୍ଵନ–ଗୀତାବିନା ତା’ ବଞ୍ଚିବା ଅସମ୍ଭବ ! କଲେଜ ଯିବାକୁ ଇଚ୍ଛା ହୁଏନି । ପୃଷ୍ଠାର ପ୍ରତ୍ୟେକଧାଡ଼ି ଓ ଅକ୍ଷରରେ ତାର କଅଁଳ ଛବି ଛିଡ଼ା ହୁଏ । ଶୟନେ ସ୍ୱପନେ ଅନାବୃତା ଗୀତାର ସୌନ୍ଦର୍ଯ୍ୟ ସେ ଆକଣ୍ଠ ପାନ କରେ ।

ବ୍ୟର୍ଥତାର ନିର୍ଯ୍ୟାସତଳେ ଜଳିଯାଇଛି ତାର ମନ । ଗୀତାର ସ୍ମୃତିର ବାଟକୁ ଚାହିଁଚାହିଁ, କେତେ ରାତି କେତେ ଫୁଲ ଶେଯ, ଏଇ ନିରୋଳାରେ ବିତିଛି–। ସେଇ ସ୍ଵପ୍ନର ଛାଇ ଆଲୁଅକୁ ଚାହିଁଚାହିଁ ଡାକ୍ତର ପ୍ରବୀର ଦାସକୁ ହେଲା ଜ୍ଵର । କଲେଜ ଯିବାକୁ ଇଚ୍ଛା ହେଲାନି । ଦୁନିଆଟା ତାଙ୍କୁ ବିଷପରି ବୋଧ ହେଲା । କିନ୍ତୁ ରାତିରେ ଜ୍ଵର ଆସ୍ତେ ବଢ଼ିଲା । ମନରେ କେତେ କଣ ପାପ ଛୁଇଁଲା । ସେ କଣ ମରିଯିବ, ରାତିଦିନ ତା ସାଙ୍ଗସାଥିମାନେ ବିଛଣାରେ ବସି ରହିଲେ । କେତେ ବୁଝାଇଲେ, କହିଲେ ଡାକ୍ତର ଆଣିବାକୁ ସେ ମନା କଲା ।

ପ୍ରବୀର ଶୋଇଛି....ଘରସାରା ବିଛେଇ ହୋଇ ପଡ଼ିଛି ବିଜୁଳିବତୀର ରଶ୍ମୀ । ହଠାତ୍ ଦୃଷ୍ଟି ପଡ଼ିଲା ଗୀତା ଉପରେ । ଗୀତା ଛିଡ଼ା ହୋଇଛି ତା’ରି ପାଖରେ । ସେଇ ଜ୍ୱର ଅବସ୍ଥାରେ କିଛି ସମୟ ପ୍ରବୀର ତା’ରି ମୁହଁକୁ ଚାହିଁଦେଲା । ସେ ବିଶ୍ୱାସ କରିପାରୁ ନଥାଏ ଏ’ ସ୍ଵପ୍ନ ନା ବାସ୍ତବ । ଗୀତା ଲାଗିଆସି ତା’ ମୁଣ୍ଡ ପାଖରେ ବସିଲା । ପରିସ୍ଥିତିର ଯନ୍ତ୍ରଣା ସହି ନ ପାରି ତା’ରି କଅଁଳ ହାତଟିକୁ ଧରି କହିଲି ତମରି ପାଇଁ ଆଜି ମୋର ଏ ଅବସ୍ଥା । ତମେ ମୋର କିଲର, ତମେ ନ ଆସିଥିଲେ ହୁଏତ...ସେ ମୋ ଆଡ଼େ ଥରୁଟିଏ ଚାହିଁ ହସି ଦେଲା । ତା’ ପରେ.....

ଭଲ ପାଇବାର ସାଗର ମଧ୍ୟରେ ନିଜକୁ ହଜାର ଦେଇ ମୀନା ଭାବୁଛି ସମୟର ମୌସୁମୀ ତଳେ କାମନାର ଇନ୍ଦ୍ରଧନୁ ନିଭି ଯାଇଛି । ସେ ଦିନର ମଧୁର ରାତ୍ରି, ବସନ୍ତର ହିମସ୍ପର୍ଶ, କୋଇଲିର ଡାକ, ବିଦାୟ ନେଇଛି । ଏଇ ଲୁହଭିଜା ଆକାଶରେ କାନ୍ଦି କାନ୍ଦି ମରିବାକୁ ଛାଡ଼ି ଯାଇଛି । ଆଉ ଫେରିବନି ସେ । ପ୍ରେମର ସାଗର ଶୁଖି ଯାଇଛି । ଛିଡ଼ି ଯାଇଛି ତା’ର ହୃଦୟର ବୀଣା । ସ୍ୱପ୍ନର ପାରିଜାତ ।

–ବ୍ୟର୍ଥ ତା’ର ନିର୍ଯ୍ୟାସତଳେ–ଜଳିପୋଡ଼ି ଲେଖି ବସିଲା–

କଳ୍ପନା କୁଞ୍ଜର ରାଜକୁମାର....ସାହାରା ମରୁଭୂମିରେ ଥାଇ ଦାସୀ ତୁମର ପ୍ରଣାମ କରୁଛି । ସ୍ନେହରେ ତୋଳି ନେବ । ମନେ ଅଛି ସେ ଦିନର ଅଭୁଲାସ୍ମୃତି । ମିଳନର ଚନ୍ଦ୍ର ଉଇଁଥିଲା ପ୍ରଣୟର ଫୁଲ ଫୁଟି ଥିଲା । ଏଇ ବଉଳ ଗଛର ଛାଇତଳେ ସଫେତ ଚାନ୍ଦିନୀର ଛାଇ ବିଛେଇ ହୋଇ ପଡ଼ିଥିଲା । ମୁଁ ବସିଥିଲି ତମରି ମୌସୁମୀ କୋଳରେ ଘଣ୍ଟାଘଣ୍ଟା ଧରି ମିନିଟ୍‍ ମିନିଟ୍‍ ଧରି । କେତେ ରାଗ ରୁଷା, କେତେ କାନ୍ଦ, କେତେ ହସର ଜୁଆର ଉଛୁଳି ପଡ଼ିଛି ।

ପ୍ରଣୟର ନଈ ବହି ଯାଇଛି । ସବୁ ଦେଖିଛି ଏ’ଇ ବଉଳ ଗଛ । ଆଜି ଏ’ଇ ବଉଳ ଗଛ ହାତଠାରି ଡାକୁଛି । ତମେ କେଉଁଠି ଅଛି ପ୍ରବୀର ବାବୁ । ଥରେ ଦେଖିଯାଅ ଏ’ ଅଭାଗିନୀର ଦୁର୍ଦ୍ଦଶା । ଏ ଦୁନିଆ ଭିତରେ ତୁମେ ଯେଉଠି ଥିଲେ ବି ତୁମେ ମୋର.....ତମେ କଣ ଏତେ ଶୀଘ୍ର ତମ ମୀନାକୁ ଭୁଲିଗଲ ?

ରାତି ପାହାନ୍ତିରେ ସମୁଦ୍ରର ଜୁଆର ପରି ଫୁଲି ଫୁଲି ଗୁମୁରି ଗୁମୁରି ପ୍ରଣୟର ଜ୍ୱାଳାରେ ଭରା ଯୌବନ ମୋର ଶୁଖି ଶୁଖି ଝଡ଼ି ପଡ଼ିବ । ମୁଁ ଆଉ କେତେ ଦିନ ଜାଗର ଜାଳି ବସିବି କହିଲ-। ସମାଜର ନାଲି ଆଖିକୁ ଡରି ଦିନେ ମତେ ପର ଘରକୁ ଯିବାକୁ ହେବ । ଏ’ ଗଭାର ବାସି ଫୁଲ ମୁଁ ଆଉ କାହାକୁ ଦେବି ତମେ ମୋର ଆଶା ଭରସାର ସମ୍ବଳ । ତମେ ମୋର ପୂଜାର ଦେବତା । ତମେ ମୋର ଦୁନିଆଁ । ଲୁହ ଭିଜା ଆଖିରେ ତମରି ଚିଠିକୁ ଚାହିଁ ଚାହିଁ ଆଖି ପାଣି ମଲା । ଓଃ... ସତେ କଣ ମୋ ଲେଖନୀ ତୁମର ଜମାଟ ବନ୍ଧା ଅଭିମାନ ନୌକାକୁ ଦୋହଲାଇ ପାରିବ । ସତେକଣ ମୋ ଭଲ ପାଇବାର ପୂଜା କୁସୁମ ଆଶାର ବନ୍ଦରରେ ପହଞ୍ଚିବ ।

ତମଠାରୁ ଯଦ୍ୟପି ଏ’ ଚିଠିର ଉତ୍ତର ନପାଏ ତେବେ ଚାଲିଯିବି ବହୁତ ଦୂରକୁ । କେଉଁଠିକି ଜାଣ ? ସେହି ଅଫେରା ରାଇଜକୁ । ସେଇଠି ଫୁଲ ହୋଇ ମୁଁ ଫୁଟିବି । ସେଇଠି ରହି କରିବି ମୁଁ ତୁମରି ପୂଜା । ନା–ନା ଲେଖି ପାରିବିନି । ଛାତି ଭିତରଟା କ’ଣ ହୋଇ ଯାଉଛି । ତୁମକୁ ଚିଠି ଦେଲା ଭଳି ଯୋଗ୍ୟତା ମୋର ନାହିଁ । ଯାହା ଦୋଷ କରିଥିବି ସ୍ନେହଗୁଣେ କ୍ଷମା ଦେବ । ମୋ ରାଣ....

ନିରାଶ କରିବନି ସାଥୀ

ତୁମର

ସ୍ନେହର ମୀନା ।

 

ସମୟର ଚକ୍ର ଘୁରୁଛି । ଦିନଯାଏ ରାତି ଆସେ । କାଳର ମହା ସ୍ରୋତରେ ମାସ ମାସ ଧରି ପ୍ରବୀର ଓ ଗୀତାର ତାଣ୍ଡବଲୀଳା ଦୁନିଆର ଘାତ ପ୍ରତିଘାତ, ଆଇନ କାନୁନ୍ ସଂସ୍କୃତିକୁ ଧୋଇ ପୋଛି ନିଶ୍ଚିହ୍ନ କରି ଚାଲିଛନ୍ତି ଦୁଇଜଣ ବାଟୋଇ । ପଛକୁ ଚାହିଁବାର ବେଳନାହିଁ । ଅଜଣା ଆଶାର ଲହଡ଼ି ଭିତରେ ଦୁଇଟି ଆତ୍ମା ଭାସି ଚାଲିଛନ୍ତି, କେଉଁଠିକି ଯିବେ ତା’ କିଏ କହିବ ? ଅତି ନିଭୃତ ଦୁଇଟି ସ୍ଵଚ୍ଛ ଜୀବନ ଧାରା । ନାହିଁ ଆବିଳତା, ନାହିଁ ମାଳିନ୍ୟର ଦାଗ ! ଦୁହିଁଙ୍କ ଭିତରେ ରହିଛି ଅତୁଟ ମମତା । ଅଚ୍ଛେଦ୍ୟ ବନ୍ଧନ.....

 

ସେ ଦିନର ପ୍ରବୀର ବାବୁ ଆଉ ପ୍ରବୀର ବାବୁ ହୋଇନାହାନ୍ତି । ସେ ଆଜି ପିଶାଚ । ଗୀତାର ସୌନ୍ଦର୍ଯ୍ୟ ତଟରେ ପ୍ରବୀର ଆଜି ବନ୍ଦୀ । ଗୋଟିଏ ବୃନ୍ତରେ ଫୁଟିଲା ପରି ଦୁହିଁଙ୍କର ଶାଖା ପ୍ରଶାଖା ପରି ମେଲେଇ ଚାଲିଛି । ପ୍ରବୀର ଆଜି ଗୀତାର ସୌନ୍ଦର୍ଯ୍ୟର କିଣା ଚାକର ।

 

ଦିନକୁ ଦିନ ଦୁହିଁଙ୍କର ପ୍ରେମ ବଢ଼ି ଚାଲିଲା । ଯୁଗର ପରିବର୍ତ୍ତନ ସାଙ୍ଗେ ମଣିଷର ମଧ୍ୟ ପରିବର୍ତ୍ତନ ହୋଇଯାଏ । ଚକ୍ର ଘୂରୁଛି । ମଣିଷର ସ୍ଥିତି ଲୟ ମନ ପ୍ରବଳବାୟୁର ଗତିପରି ଅସଂଖ୍ୟ ପଦରେଣୁ ଉଡ଼ି ଚାଲିଯାଏ । କ୍ଷଣିକ ଉତ୍ତେଜନାବଶତଃ ମଣିଷ ତା’ର ବିବେକକୁ ହରାଇ ଦିଏ । ତାର କିଛି ମନେ ପଡ଼େନା । ଏହାର ଶେଷ କେଉଁଠି କିଛି ଭାବି ପାରେନା । ଏହି ମଣିଷ ସମୟରେ ହୁଏ ପିଶାଚ । ସମୟରେ ହୁଏ ଦେବତା । ଯେଉଁଦିନ ସେ ଭଲ ବାଟକୁ ଫେରିଆସେ ଠିକ୍ ସେହିଦିନ ସେ ବୁଝିପାରେ । ନିଜର ଭୁଲପାଇଁ ନିଜେ ଅନୁତାପ କରି ଆଖିରୁ ଲୁହ ଢାଳେ । ।

 

ଫଗୁଣ ଫୁଲର ରୋଷଣି.....

 

ପ୍ରଶାନ୍ତ ଜଳଧିର ଦିଗ୍‍ବଳୟ ତଳେ ସୂରୁଜ ଦେବତା ନଇଁ ଆସୁଥିଲେ । ନାଲ ଅବିରବୋଳା ଆକାଶ ତଳେ ଚପଳ ମଳୟର ହିମସ୍ପର୍ଶ କଅଁଳ ଫୁଲର ବାସନା ଫୁଟି ଚହଟି ଉଠୁଥିଲା, ଦୁଇଟି ମିଳିତ ଅତୃପ୍ତ ଆଶାନ୍ୱିତ ପ୍ରାଣୀର ଆନ୍ଦୋଳିତ କୋମଳ ହୃଦୟ ଅଭଙ୍ଗ ନିର୍ଯାତନାରେ ଭାସି ଯାଉଥିଲା ପ୍ରେମର ନୌକା । ଗୀତାର ଆଖି ଆଗରେ ଖଦ୍ୟୋତର କ୍ରମ ବିମଳିନ ଦ୍ୟୁତିପର ସଂଧ୍ୟା ନଭଜଳ ସନ୍ଧି ଭିତରେ ଅପସରି ଯାଇଥିଲା ।

 

ଗୀତା ମନଭରି ଚାହିଁଥିଲା ସେହି ଦୃଶ୍ୟକୁ । ଗୀତାର ଫୁଲ ପରି ନରମ, ଆହୁରି ନରମ, ସେ ଲୋଭିଲା ଛାତି ତଳେ ଖେଳିଗଲା କେତେ ଚମକ, ଆଞ୍ଜୁଳା ଆଞ୍ଜୁଳା ହୋଇ ଝରି ପଡ଼ୁଥାଏ ପ୍ରେମର ଜ୍ୟୋତ୍ସ୍ନା ।

 

ଯେଉଁ ଭଲପାଇବାର ସାଗର ମଧ୍ୟରେ ନିଜକୁ ହଜାଇ ଦେଇ ମୀନା ସହିତ ତୋଳିଥିଲା ସ୍ମୃତିର ତାଜମହଲ । ଆଜି ମୀନାର ମମତାରେ କବରଦେଇ ଏ’ଇ ବିଲାତି ମଦ ଆଉ ଏ’ଇ ଗୀତା ତାକୁ କରିଛି ପାଗଳ ।

 

ଆଜି ସେ ମୀନାର ଚିଠିପାଇଛି । ଅବେଗଭରା ହୃଦୟରେ ପ୍ରାଣ ଦେଇ ସେ ଲେଖିଛି–ହେଲେ କଣ ହେବ ତା ମନର ଦେବତା ଆଜି ଦୂରେଇ ଯାଇଛି । ମୀନାର ପୂଜାଡାଲାକୁ ଗୋଡ଼ରେ ଦଳିଦେଇ–ତା’ର ମମତାକୁ ଖୁନ୍ କରି ନୂଆ ଦୁନିଆର ରଂଗିନ ପଥରେ ସେ ଚାଲିଛନ୍ତି । ପଛକୁ ଚାହିଁବାର ବାଟ ବନ୍ଦ ହୋଇଯାଇଛି । ଏଇ ଗୀତାର ଆଖିର ମୋହର ବାଟବଣା ହୋଇ ଚାଲିଛନ୍ତି ସେ ଅଜଣା ଆଶାର ମଧୁ ସନ୍ଧାନରେ ।

 

ସନ୍ଧ୍ୟା ନମ୍ର ହେଲାଣି । ଆକାଶର ତରାକିତ ରାତିର ବକ୍ଷ ତଳେ ଅନନ୍ତ ପୃଥିବୀ ... ତା’ ଉପରେ ବସି ଭାବୁଛି ମୀନା !

 

ଏ’ଇ ରାତ୍ରି, ଏ’ଇ ଜହ୍ନ, ଏଇ ଜୀବନ, ନିର୍ମ୍ମମ ପରଶରେ ଝରିଯାଇଛି ମନର ପାରିଜାତ-। ବସନ୍ତର ହିମସ୍ପର୍ଶ ସରାଗର ରାଗିଣୀ । ମଳୟର ମାଧୁରୀ ମରୁତୃଷ୍ଣାର ଉଷରତା ତଳେ ଝରିଗଲା ଅତି କରୁଣ ଭାବରେ । ଲୁହର ବନ୍ୟାରେ ସେ ଆଜି ଭାସୁଛି ।

 

ଯିଏ ତାର ସ୍ମୃତିର ପ୍ରଦୀପ–ଯିଏ ତାର କଳ୍ପନା, ଯିଏ ତାର ସ୍ଵପ୍ନ,–ଯାହା ପାଇଁ ତାର ନୂଆଜନ୍ମ । ଯିଏ ତାକୁ ଶିଖାଇଛି ଭଲପାଇବା ଯାହାଠାରୁ ଶିଖିଛି ସେ ରାଗଋଷା । ଯିଏ ତାର ସୃଷ୍ଟି, ଯାହାର ଶୀତଳ ସ୍ପର୍ଶରେ ଆତ୍ମବିଭୋର ହୋଇ ଦେଖିଥିଲା ସେ ଫେନାୟିତ ସ୍ୱପ୍ନ.....ତାଙ୍କର ଅତି ଆଦରର ମୀନାକୁ ହୃଦୟହୀନ ଭାବେ ଭୁଲିଯାଇ ପାରିଲେ ।

 

ଶରତ ଚନ୍ଦ୍ରର ଜ୍ୟୋସ୍ନା.....ଚାରିଆଡ଼େ ଏକ ସୁନ୍ଦର ପରିବେଶ । ପରିସ୍ଥିତିରେ କେବଳ ଶୀତଳତାର ସ୍ପର୍ଶ । ତା’ରି ଭିତରେ ଗଢ଼ିଚାଲିଛି ପ୍ରବୀରବାବୁଙ୍କ ମଟରର ଗତି ।

 

ତମକୁ ମୁଁ କେତେ ଭଲପାଏ, ତମେ ଜାଣନା ପ୍ରବୀର । ପ୍ରବୀରର ଷ୍ଟିଅରିଂଧରା ହାତରେ ବାଜିଲା ଗୀତାର ହାତ । ବାହୁର କେତେକଅଂଶ ମୁକ୍ତ । କାଲିଠାରୁ ଆହୁରି ପତଳା ଶାଢ଼ୀ ଖଣ୍ଡେ ପିନ୍ଧି ଆସିଛି ସେ ।

 

ଗୀତାର ମୁହଁକୁ ଥରେ ଚାହିଁଦେଲା ପ୍ରବୀର । ସୁରଭିର ପ୍ରସାରିତ କବରୀ ମଧ୍ୟରୁ ଭୁରୁଭୂରୁ ଗନ୍ଧ ଭାସି ଉଠୁଛି । ଦେହର ପାତଳ ଶାଢ଼ୀ ଖଣ୍ଡକରେ ମଧ୍ୟ କୁସୁମ ନିର୍ଯ୍ୟାସର ମନୋହର ସୁବାସ । ଗୀତା ଆଉଜିପଡ଼ିଛି ସିଟ ଉପରକୁ । ସେଥିରେ ବକ୍ଷର ଶୋଭା ଆହୁରି ଉତ୍ତଳାହୋଇ ଉଠିଛି । ତା’ କଅଁଳ ଗାଲରେ ଗୀତାର ନିଶ୍ୱାସ ବାଜିଲା ଥରଥର ହୋଇ । ଗାଡ଼ିର ଗତି ମନ୍ଥର କରିଦେଲା ପ୍ରବୀର । ଆଗରେ ଡାକବଙ୍ଗଳା ଦେଖାଯାଉଛି । ପରିସ୍ଥିତି ଭିତରେ କେବଳ ନିର୍ଜ୍ଜନତାର ଆଧିପତ୍ୟ ବଢ଼ିବଢ଼ି ଉଠୁଛି । କେବଳ ଡାହାଣ ହାତଟା ଷ୍ଟିଅରିଂ ଉପରେ ରଖି ବାଁ ହାତରେ ତାକୁ ଟାଣିନେଲା ପାଖକୁ । ଏ ଯୁବତୀ ଦେହର ସ୍ପର୍ଶ କାଲିଠଉଁ ସେ ପାଇଛି । ସେଥିରେ ଲୋଲୁପ ହୋଇ ରହିଚି ତା’ର ପ୍ରାଣ ।

 

ସାରା ଦେହରେ ଗୋଟିଏ ବିପୁଳ ଶୀହରଣ ଧରି ଗୀତା ପ୍ରବୀରର କର ସ୍ପର୍ଶ ଭିତରେ ଆବଦ୍ଧ ହୋଇ ରହିଲା ଯେମିତି । ମନରେ ତା’ର ଉତ୍କଣ୍ଠା, ଆଉ କ’ଣ ଘଟିବ କେଜାଣି । ହଁ ଗୀତା ଆଉ ଅଧିକ କ’ଣ କରନ୍ତା । ଗୀତା ଆପଣା ଛାଏଁ ଆଉ ଟିକିଏ ଘୁଞ୍ଚିଗଲା । ତା’ର କଠିନ ବକ୍ଷଟା ଘଷି ହୋଇଗଲା ପ୍ରବୀରର ଦେହରେ ।

 

ପ୍ରବୀର ଗାଡ଼ିର ଗତି ଆହୁରି ମନ୍ଥର କରିନେଲା । ତମେ ଭାରି ସୁନ୍ଦର ଗୀତା ତମେ ଭାରି ଭଲ । କିନ୍ତୁ ମୁଁ ତୁମକୁ ଭଲ ଲାଗେନା ବୋଧେ ? ପ୍ରଶ୍ନ କଲା ପ୍ରବୀର । ବଡ଼ ଅଡ଼ୁଆରେ ପଡ଼ିଲା ସେ କ’ଣ କହିବ ସତେ । ତାକୁ ଏହି ଯୁବକଟି ଭଲ ଲାଗି ନଥିଲେ ସେ ଏଇ ନିର୍ଜ୍ଜନ ରାତିରେ ଏକୁଟିଆ ବୁଲି ବାହାରିଥା’ନ୍ତା କେମିତି ତା’ ସଙ୍ଗରେ । କିନ୍ତୁ ସେ ଏବେ କଣ କହିବ । କ’ଣ କହିବ ସତେ, ପ୍ରକୃତରେ ବଡ଼ ଅସୁବିଧାରେ ସମ୍ମୁଖୀନ ହେଲା ଗୀତା । ଥରେ ଦି’ ଥର ଛେପ ଢୋକି ନେଲା । ହଁ ସେ ଆଜି ପ୍ରବୀର ଠାରୁ ଅନେକ କଥା ବୁଝି ନେବ । ଖୋଲା ଖୋଲି ପଚାରିବ ସବୁ କଥା, କ୍ଷତିକଣ ?

 

ପ୍ରବୀର ବାଁ ହାତ ସେପର୍ଯ୍ୟନ୍ତ ସେମିତି ଆବଦ୍ଧ ରହିଚି ଗୀତାର ଦେହରେ । ମୋ କଥାର ଉତ୍ତର ଦେଉନା.....କହ ସେ ଆଉ ଟିକିଏ ଜାକିନେଲା ଗୀତାକୁ ।

 

ସୁନ୍ଦର ଅନୁଭୂତି । ଗୀତାକୁ ସେ ସବୁ ଭଲ ନ ଲାଗିବାର କାରଣ ନ ଥାଏ, କେବଳ ମନରେ ସନ୍ଦେହ ତା’ର ଉବୁକି ଉଠୁଥାଏ । ଏ ଭଲ ପାଇବା, ଆବିଳ ନା ଅନାବିଳ, ଗୀତା କହିବାକୁ ଚେଷ୍ଟାକଲା ।

 

ଗୋଟାଏ ଅତି ପୁରୁଣା କଥା ପଚାରିଲା ପ୍ରବୀର.......ହଁ ପ୍ରବୀର ବାବୁ । ତମ ସାଙ୍ଗରେ ଘରୁ ଏତେ ବାଟ ଗୋଡ଼ କାଢ଼ି ଚାଲି ଆସିବା ପରେ ତମେ ପ୍ରଶ୍ନ ପୁଣି ପଚାରୁଚ ?

 

ଗାଡ଼ିର ଦରଜା ଫିଟେଇ ପ୍ରବୀର ତଳେ ଆସି ଛିଡ଼ାହେଲା । ତାପରେ ଆରପାଖ ବୁଲିଯାଇ ଗୀତା ପାଖରେ ଦରଜା ଖୋଲି ଦେଇ କହିଲା....

 

ଏ’ଇ ଦେଖିଲ ଗୀତା । ଖୋଲାଜହ୍ନ ଆଲୁଅ ପ୍ରକୃତି ତା’ର ଶୋଭାର ହରିହାଟ ବସାଇ ଆମ ଦୁହିଁଙ୍କୁ ଏ’ଇ ସବୁଜ ଘାସ ଇଙ୍ଗିତ ଦେଉଛି ବସିବାକୁ । ଏଇ ଘାସ ପଡ଼ିଆରେ ବସିଲେ ତମର କିଛି ଆପତ୍ତି ଅଛି ଗୀତା ?

 

ଗୀତା ନିରୁତ୍ତର ରହିଲା ।

 

ସେତେବେଳକୁ ମଟରର ସିଟ୍‍ ଉପରେ ତେର୍ଛା ଭାବରେ ଆଗ ମୁହାଁ ହୋଇ ଗୀତା ବସିଥାଏ । ପଦାରେ ବସିବାକୁ ମତେ ଭାରି ଭୟ ଲାଗୁଚି ପ୍ରବୀର, ତମେ କ’ଣ ଚାହଁ......ତମେ ଏଇଠି କୁହ, ମୋ ପାଖକୁ ଆସ.....ପଦାକୁ ଯାଅନା... ପ୍ରବୀର ଗୀତାର ଅତିନିକଟକୁ ଯାଇ ତା’ର ମୁଲାୟମ ହାତ ଦୁଇଟିକୁ ଧରି କହିଲା–ଏ ନିର୍ଜ୍ଜନ ରାତିରେ ତୁମରି ଗୋଲାପୀ ତନୁଲତା ଉପରେ ଅଭିଳଷିତ ଯୁବକ ଦେହର ଚାପ ତମେ କିଛି ଅନୁଭବ କରି ପାରୁଚ ? ମୁଁ ହସିଲି । କୂଳ ଭାଙ୍ଗି ବହି ଚାଲିଛି ଭରାଯୌବନର ଉନ୍ମାଦନା ସୁଅ । ଚାପି ଧରିଲା ପ୍ରବୀରକୁ ଅତି କର୍କଶ ଭାବରେ ପ୍ରବୀରର ସାରା ମୁହଁଟାକୁ ଉଚ୍ଛିଷ୍ଟ କରିଦେଲା ସେ ନିଜର ଦୁଇଟି ଓଠରେ । ଶେଷକୁ ଅବଶ ହୋଇ ପଡ଼ିରହିଲା ସିଟ୍ ଉପରେ ।

 

ଦେହରେ କେତେକାଂଶରେ ବସ୍ତ୍ରାବରଣର ଅବସ୍ଥା ଅତି ଶୋଚନୀୟ ହୋଇଥାଏ । ଉପରାଂଶର ଲୁଗା ଖସି ଯାଇ ବୋତାମ ଫିଟି ଯାଇଥାଏ ବ୍ଲାଉଜରୁ । କେତେବେଳକରେ ପ୍ରବୀର କହିଲା ଏଥିରେ ଲଜ୍ଜା କରିବାର କଣ ଅଛି ଗୀତା । ଦୁଇଟି ଅତୃପ୍ତ ପ୍ରାଣ ଗୋଲାପ ଫୁଲ ହୋଇ ଫୁଟିଛି । ମୋ ମନର ଚୁମ୍ବନ ପିଆସୀ ତମେ । ପ୍ରବୀର ମନ ମନ୍ଦିରରେ ତମେ ଫୁଟିବ ପାରିଜାତ ହୋଇ ଦେହକୁ କେତେ ରଙ୍ଗରେ ସଜାଇ ଢାଳି ଦେବ ପ୍ରବୀର ବକ୍ଷରେ ବୁକୁ ଭରା ସ୍ନେହ, ସୋହାଗ ।

 

ତାଙ୍କରି ନିର୍ଜୀବ ପ୍ରାଣରେ ମୃତ ସଞ୍ଜୀବନୀ ଦେଇଛି ଗୀତା । ଗୀତା ତାଙ୍କର ଆଖିର ଜ୍ୟୋତି, “ଶୟନ କକ୍ଷର ନାୟିକା” ହଠାତ୍ ପ୍ରବୀର ତାଙ୍କ ହାତ ଘଣ୍ଟାକୁ ଚାହିଁ ଦେଖିଲେ ପାଞ୍ଚଟା ବାଜିଲାଣି, ସେ ଧିର କୋମଳ କଣ୍ଠରେ କହିଲେ ଗୀତା ଚାଲ ଆଜି ଥିଏଟର ଯିବା, କ’ଣ ଯିବାଟି, ଯାଅ ପ୍ରସ୍ତୁତ ହୁଅ–ପ୍ରବୀର ବାବୁଙ୍କୁ କି ଉତ୍ତର ଦେବି–କିଛି ଠିକ୍ କରି ପାରିଲି ନାହିଁ । ବିନା ସଂକୋଚରେ ଯାଇ ବସି ପଡ଼ିଲି–ତାଙ୍କ ମଟରରେ ? ପବନ ବେଗରେ ଗାଡ଼ି ବୋହି ନେଲା ଆମ ଦୁହିଁଙ୍କୁ–କେଉଁ ସ୍ଵପ୍ନ ପୁରୀକୁ ।

 

ଥିଏଟର ପ୍ରେକ୍ଷାଳୟ ଭିତରେ ଦୁହେଁ ବସିଛୁ ଲଗାଲଗି ହୋଇ–ସେ କାନ୍ଧରେ ହାତ ପକାଇ କହିଲେ ଗୀତା ଏଇ ଚାରି ପଞ୍ଚମାସ ପରେ ମତେ ବିଲାତ ଛାଡ଼ିବାକୁ ପଡ଼ିବ । ଥରିଲା କଣ୍ଠରେ ସେ କହିଲା–ପ୍ରବୀର ବାବୁ ମତେ କ’ଣ ସାଙ୍ଗରେ ନେବନି । ସେ ହସର ଅରୁଣୀମା ଫୁଟାଇ କହିଲେ ତମେ ମୋର ଅନ୍ଧ ନୟନ–ତମକୁ ସାଙ୍ଗରେ ନ ନେଲେ–ପ୍ରବୀର ଆଗକୁ ବାଟ ଚାଲିବ କିପରି ?

 

କୋଟି କୋଟି ଜନ ସମୁଦ୍ରର ଢେଉ ଯଦି ପ୍ରଳୟଙ୍କାରୀ ତରଙ୍ଗ ରାଶିର କ୍ଷୁବ୍‌ଧତାରେ ଉଦ୍‌ବେଳିତ ହୋଇ ଉଠିବ । ଉଠୁ, ତଥାପି ମୁଁ ଅଟଳ ଗୀତା । ଦୁହିଁଙ୍କ ମିଳିତ ଜୀବନରେ ବାପ, ମା, ଜ୍ଞାତି, କୁଟୁମ୍ବ, ଶତ୍ରୁ ହୋଇ ଛିଡ଼ା ହୁଅନ୍ତୁ । ପ୍ରଳୟ ଆସିବ ଆସୁ, ତଥାପି ମୋ ଆସନରେ ମୁଁ ତିଷ୍ଠି ରହିବି ଗୀତା ।

 

ପ୍ରବୀର ବାବୁଙ୍କ କଥାରେ ତା’ର ସମସ୍ତ ଚିନ୍ତା କୁଆଡ଼େ ଉଭେଇ ଗଲା । ସତେ ଯେପରି ସେ ସରଗର ପୂର୍ଣ୍ଣିମା ଶଶୀ ହାତ ମୁଠାରେ ପାଇଛି ।

 

କେଉଁଠି ଅଦୃଶ୍ୟ ହୋଇ ରହିଲେ ସେ । ନିରୀହ ଝିଅ ମୀନାର ମମତାରେ ବିଷମଞ୍ଜି ରୋପଣ କରି ସେ ଚାଲିଗଲେ । ଗରୀବ ଘର ଝିଅ ବୋଲି ସିନା, ତା’ ପ୍ରତି ଏପରି ନିଷ୍ଠୁର ବ୍ୟବହାର କଲେ । ତାଙ୍କରି ସ୍ନେହ ମମତାରେ ସେ କୌଣସି ତ୍ରୁଟି କରିନି । ସତେ, ତାଙ୍କ ହୃଦୟ କେଡ଼େ ପାଷାଣ । ଜୀବନରେ କେତେ ରଙ୍ଗିନ୍ ଆଶାଥିଲା । ବିଲାତ ଯିବ। ଜାହାଜ ଚଢ଼ିବ । ମନ ଆଉ ପ୍ରାଣର ପ୍ରାଚୂର୍ଯ୍ୟ ଦେଇ ନୂଆ ରାଇଜରେ ତା’ ପ୍ରିୟ ସହିତ ତୋଳିବ ସେ ବିରାଟ ମନ୍ଦିର । ମନରଭାବନାଟା ଧୂଆଁ ପରି ମିଳେଇଗଲା ସିନା । ତାଙ୍କ ମନରେ ଯଦି ଏଇଆ ଥିଲା, ତେବେ କାହିଁକି ତାକୁ ସେ ଭଲ ପାଇଲେ । ମୀନାର ଲୁହ ତାଙ୍କ ଉପରେ ପଡ଼ିବନି । ନାଁ ସେ ତାର କର୍ମଫଳ । ପ୍ରବୀର ବାବୁ ତା’ର ଦେବତା, ପୂଜାର ଅକ୍ଷତ । ତାଙ୍କୁ ଅଭିଶାପ ଦିଆଯାଇ ପାରେନା–ସେ ଭଲରେ ରୁହନ୍ତୁ । ଏତିକି ସ୍ରଷ୍ଟାଙ୍କଠାରେ ପ୍ରାର୍ଥନା ।

 

ଛାତିତଳେ ଏତେଗୁଡ଼ିଏ ମମତାର ଐଶ୍ୱର୍ଯ୍ୟ ଅମୃତ ଝରୁଥିଲା । ମିଳନର ବିଜୟ ବୈଜୟନ୍ତୀ ଉଡ଼ାଇ ମୀନାର ଛାତିରେ ନିଆଁ ହୁଳାଦେଇ ସେ ଆଜି ପରବାସରେ ଉତ୍ସବମୟୀ ରଜନୀ ଉପଭୋଗ କରୁଛନ୍ତି । ତାଙ୍କରି ଆଖିର ଆଲୁଅରେ ସେ ବାଟ ହୁଡ଼ି ଆଜି ମସ୍ତବଡ଼ ଭୁଲ କରିଛି । ଯେଉଁଭୁଲ ପାଇଁ ଆଉ କ୍ଷମା ନାହିଁ, ପ୍ରାୟଶ୍ଚିତ ନାହିଁ । ଏପରି ଭଗ୍ନହୃଦୟ ଧରି ବଞ୍ଚିରହିବା ଅପେକ୍ଷା ମରିଯିବା ଶତଗୁଣେଭଲ । ଲୋକ ନିନ୍ଦାରୁ ସେ ବଞ୍ଚିଯିବ ପାପର ବୋଝ ଧୋଇ ପୋଛି ନିଶ୍ଚିହ୍ନ ହୋଇଯିବ । ମନଟା ଅସ୍ଥିର ହେଲା । କେତେ କାନ୍ଦିଲା ସେ ?

 

ନିଜର ଭୁଲପାଇଁ ନିଜ ମନକୁ ଶତ ଧିକ୍‌କାର କଲା ! ଦୁନିଆ ଆଜି ତାର ପରିଚୟ ପାଇଛି । ଡାକ୍ତର ପ୍ରବୀର ଦାସ ଆଜି ବିଲାତ ଛାଡ଼ି ଯାଉଛି ତା’ର କର୍ତ୍ତବ୍ୟସ୍ଥଳୀକୁ । ଗୀତାର କଅଁଳ ହାତଟିକୁ ଧରି ପ୍ରବୀର କହିଲା–ତମେ ଯାହା ଦେଇଛ ସାର ବିଶ୍ୱରେ ଖୋଜିଲେ ମୁଁ ପାଇପାରିବି ନାହିଁ । ତାଙ୍କରି ଅମୃତ ଆଲିଙ୍ଗନରେ କକ୍ଷଚ୍ୟୁତ ଗ୍ରହପରି ମୁଁ ଛିଟିକି ପଡ଼ିଲି ତାଙ୍କର କୋଳରେ । ତାରି ନରମ ଗାଲକୁ ଚିପିଦେଇ କହିଲେ, ତମେ ମୋ ସାଙ୍ଗରେ ଯିବଟି ଗୀତା ? ମୁଁ ହସିଲି । ସେ ତାଙ୍କର ଲୋଭିଲା ଛାତିରେ ଆଉଜାଇ ନେଇ କହିଲେ–ଏ ଦୁନିଆକୁ ତମେ ମତେ ଆଣିଛ ଗୀତା । ତମେ ମୋ କଳ୍ପନାକୁଞ୍ଜର ପାରିଜାତ ।

 

ମୀନା ଆଖିରୁ ଅମାନିଆ ଲୁହ ଝରୁଛି, ଝରୁ । ସେ କଦାପି ବାଧା ଦେବ ନାହିଁ । କାନ୍ଦର ମହାପ୍ରବାହରେ ଲୁହଢ଼ାଳି ଦେଖି ଚାଲିବ ସେ ମଣିଷର ରହସ୍ୟମୟ ବିଚିତ୍ର ଲୀଳା । ଯାହାଙ୍କ ସାଥିରେ ଇହକାଳ ପରକାଳ ପାଇଁ ବନ୍ଧୁତ୍ୱ ସ୍ଥାପନ କରିଛି । ଯିଏ ତାର ଅତି ଆପଣାର, ଅତି ଆତ୍ମୀୟ, ମମତାର ଫୁଲଧରି ତାଙ୍କର କୁସୁମ ବକ୍ଷ ଉପରେ ପ୍ରେମର ନୀଡ଼ ରଚନା କରିଥିଲା, ଜୀବନର ସର୍ବସ୍ୱ ଦେଇ ଯାହାର ଆରାଧନା ସେ କରିଥିଲା, ଯେଉଁଠି ମିଳିତ କର୍ମମୟ ଜୀବନର ଆଶାର ସ୍ତମ୍ଭ ଛିଡ଼ା ହୋଇଥିଲା, ତାକୁ ଘୁଞ୍ଚାଇଦେବା ଏତେ ସହଜ ନୁହେଁ ପ୍ରଦୀପ ବାବୁ ତାଙ୍କର ଛାତି କଣ ଥରି ଉଠିବନି ? ସେ କ’ଣ ତାର ପୂଜାଡାଲାକୁ ନଈର ପ୍ରଖର ସ୍ରୋତରେ ଭସାଇ ଦେଇ ପାରିବେ ?

 

ସରକାରଙ୍କ ଡକରା ଆସିଚି । ପ୍ରବୀର ଆଜି ବିଲାତ ଫେରନ୍ତା ଡାକ୍ତର । ଦିଲ୍ଲୀରେ ସେ ରହିବ । ଦିଲ୍ଲୀ ହେବ ତାର କର୍ମମୟ ଜୀବନର କ୍ରୀଡ଼ାସ୍ଥଳୀ । ସେଇଠି ଗୀତା ସହିତ ତୋଳିବ ସେ ନୂଆ ଦୁନିଆଁ । ଗୀତା ହେବ ତାର ଗୃହର ଲକ୍ଷ୍ମୀ । କେତେ ସ୍ଵପ୍ନ ଉଷ୍ଣ ଅଧିର ବାସନାରେ ଆକୁଳ ହୋଇ ଉଠିଲା ସେ । ଗୀତାକୁ ସେ କୁଳବଧୂ କରିବ । ତୂଳୀର ସୂକ୍ଷ୍ମ ପରଶ ଦେଇ ତା’ରି ଚମ୍ପକ କଳିକା ନିନ୍ଦି କପୋଳରେ ବୋଳି ଦେବ ସିନ୍ଦୁରର ରେଖା । ହିନ୍ଦୁ ନାରୀର ରୂପରେ ତାକୁ ସଜାଇବ ସେ ତା’ ରଙ୍ଗିନ ଦାମ୍ପତ୍ୟ ଜୀବନର ସେ ହେବ ଧ୍ରୁବତାରା । ତାକୁ ନେଇ ଗଢ଼ିବ ସେ କଳ୍ପନାର ମହଲ । ଓଃ....କି ରୋମାଣ୍ଟିକ ।

 

ଏହି ଉଦାର ନୀଳିମା ସହିତ ଗୀତା କଳ୍ପନାସାଗରରେ ଆତ୍ମବିସ୍ମୃତା ହୋଇ ଆନନ୍ଦ ତରଙ୍ଗରେ ଦେହ ତାର ଚଞ୍ଚଳ ହୋଇ ଉଠିଲା ॥

 

ଜୀବନକୁ ଜଳାଞ୍ଜଳି ଦେଇ ଦୁନିଆରେ ମଣିଷପରି ମଣିଷ ହୋଇ ଛିଡ଼ାହେବାକୁ ଯିଏ ସାହାରା ଦେଇଥିଲା । ଛାତିର ରକ୍ତ ନିଗାଡ଼ି ଦେଇଥିଲା । ବୁଢ଼ା ବାପକୁ ସେ ଭୁଲିଗଲା । ଟେଲିଗ୍ରାମ୍ ହେଲା ବାପା ବେମାର । ସେ ଆସିଲାନି ।

 

ବିଦାୟର ଶେଷ ଲଗନରେ ତାଙ୍କରି ଅତି ଆଦରର ଝିଅ ଡାକି କହିଲେ, ମୋ ପ୍ରବୀର କ’ଣ ଆସିବନି । ଶେଷଥର ପାଇଁ ତାକୁ ଟିକିଏ ଆଖି ପୁରାଇ ଦେଖିବି । ଚପଳା କହିଲା ବାପା, ଭାଇ ଆସିଲେ ନାହିଁ । ନାଁ ସେ ଆସିବନି ଚପଳା ! ତୁ କେଉଁଠି ଅଛୁ ପ୍ରବୀର ? ତୋରି ସୁଖ ଶାନ୍ତି ପାଇଁ ମୁଁ ସବୁ କିଛି ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଅଛି । ଓଃ.....ମୋ ଦେହଟା କ’ଣ ହୋଇ ଯାଉଚି “ଚପଳା” ଆଖି ଆଗରେ ଛିଡ଼ା ହୋଇଛି ଗୋଟିଏ ମହାକାଳ ? ମୁଁ ଯିବି.... ହଁ ମୁଁ.....। ସବୁଶେଷ ସବୁଅନ୍ଧକାର ଚାହିଁ ଚାହିଁ ବୃଦ୍ଧଙ୍କ ଶେଷ ନିଃଶ୍ୱାସ ବାୟୁକୁଣ୍ଡଳୀ ହୋଇ ଆକାଶ ମାର୍ଗରେ ଲୀନ ହୋଇଗଲା ।

 

ବୃଦ୍ଧ ପିତାଙ୍କ ଶବ ପାଖେ ଚପଳା ଚକ୍ଷୁର ଜଳରେ ଆକାଶ ଫଟାଇ ଦେଲା । “ବାପା’’ ତମେ କୁଆଡ଼େ ଗଲ ମତେ ଅସହାୟ କରି ଛାଡ଼ି ଚାଲିଗଲ ! ତମ ସଙ୍ଗରେ ନିଅ ବାପା ? ଜୀବନରେ ବିରାଟ ଆଶାଥିଲା । ପୁଅ ବିଲାତ ଫେରନ୍ତା ଡାକ୍ତର ହୋଇ ଫେରିବ । ଭାବନାଟା ମନରେ ରହିଗଲା । ଓଃ ଭାଇ ସତେ କେଡ଼େ ନିଷ୍ଠୁର ତମେ ?

 

ଦୁଃଖ ନୈରାଶ୍ୟର କାଳରେ ମାହାସ୍ରୋତରେ ଚପଳା ଜଳି ପୋଡ଼ି ଗାଁ ମାଟିର ମମତା ତୁଟାଇ ସେ ଚାଲି ଆସିଛି ତା’ ଭାଇ ପାଖକୁ । ଦିଲ୍ଲୀ Universityରେ ନାଁ ଲେଖାଇଛି ।

 

ଲଗାଲଗି ହୋଇ ବସିଛନ୍ତି ପ୍ରବୀର ଓ ଗୀତା । ଲଜ୍ଜା ନାହିଁ, ସଂକୋଚ ନାହିଁ । ହସର ସୁଅ ଉଛୁଳି ପଡ଼ୁଛି । ଚପଳା ଏ ସବୁ ଦୃଶ୍ୟ ଦେଖି ରାଗରେ ଆଖିପତା ତା’ର ନାଲ ପଡ଼ିଗଲା । ଚପଳା ଆଜି ଭାବୁଛି ......କି ସୁନ୍ଦର ହସ ଖୁସିର ସଂସାରଟାକୁ ଏ ରାକ୍ଷସୀ ଚୂନା କରିଦେଲା । ପୂଜାର ଜାଗର ଜାଳି ସୁଦୂର ମଫସଲରେ ଜଣେ ଜଳିପୋଡ଼ି ମରୁଚି । ନିତିଦିନ ସଞ୍ଜ ସକାଳେ ପୂଜାର ଜୟମାଲ୍ୟ ଧରି ଚକ୍ଷୁର ଜଳରେ ପଣତ ଓଦାକରି ଯିଏ ବାଟ ଚାହିଁଛି ତାଙ୍କରି ସୁଖ ଶାନ୍ତି ପାଇଁ, ନା ନା ମୁଁ ଏଠାରେ ରହିବି ନାହିଁ । ଆଜି ଭାଇଙ୍କୁ ମୁହାଁମୁହିଁ ସେ କହିବ ମନ ସିନା ଭାବେ, ହେଲେ ପଛରୁ ଯେପରି କିଏ ଭିଡ଼ି ଧରେ । ଚପଳାର ବିରାଟ ଭବିଷ୍ୟତ ତାଙ୍କରି ହାତରେ ।

 

ବଂଶର ଯିଏ ପରିଚୟହୀନା । ଜାତିର ଠିକ୍ ନାହିଁ । କେଉଁଠି ଉଡ଼ିଆସି ବସା ବାନ୍ଧିଛି । ସେ ପୁଣି ହେବ ଦାସ ବଂଶର ବୋହୂ । ଭାବିପାରିନି ଆଗକୁ......

 

ଚାହୁଁ ଚାହୁଁ ପୂର୍ବାକାଶ ପରି ଶୋଭିତ କରି ପ୍ରଭାତ ସଞ୍ଚିତ କିରଣ ରାଶି ବିଞ୍ଚି ହୋଇଗଲା ମାଟିବୁକେ । ଗୀତା ଆଳସ୍ୟର ମୋହ ଛାଡ଼ି ଆକାଶଚୁମ୍ବୀ ମହଲରେ ଛିଡ଼ା ହୋଇଛି । ତାର ଭିଜା ଚନ୍ଦ୍ରିକା ବେଣୀକୁ ମୁକୁଳା କରି ଦେଇଛି ସେ । ସୂର୍ଯ୍ୟଙ୍କର ଆଲୋକ ଛାୟା ତା’ ଉପରେ ପଡ଼ୁଥାଏ । ତାକୁ ଭାରି ଭଲ ଲାଗୁଥାଏ । ଶୀତଦିନ ହଠାତ୍ କାହାର ଛାଇ ପଡ଼ିଲା ତା’ ଉପରେ । ଚମକି ଚାହିଁଲା ସେ, ଦେହରେ ଛନକା ପଶିଲା ।

 

ଏଇ ଇଞ୍ଜିନିୟର ମନୋଜ ଦାସଙ୍କୁ ଦେଖିଲେ କାହିଁକି ଭାରି ଭଲଲାଗେ । ମନହୁଏ ଥରୁଟିଏ ତାଙ୍କର କୋଳରେ ଶୋଇପଡ଼ନ୍ତି । କିନ୍ତୁ କଣ କରିବ ଭାବି କିଛି ଠିକ୍ କରି ପାରୁନି । ମଝିରେ ରହିଛି ପ୍ରବୀର ବାବୁଙ୍କ ପ୍ରତିବନ୍ଧକ । ଏ’ଇ ପ୍ରବୀର ବାବୁଙ୍କ ଅନ୍ତରଙ୍ଗ ବନ୍ଧୁ ଇଞ୍ଜିନିୟର ମନୋଜ ଦାସ । ସେ ସବୁଦିନ ଆମ ଘରକୁ ଆସନ୍ତି । ପ୍ରବୀର ବାବୁ ନଥିଲା ବେଳେ ମୋ ପାଖରେ ବସି କେତେ ମଜାଗପ କରନ୍ତି । ସତେ ତାଙ୍କୁ ଦେଖିଲେ ମତେ କାହିଁକି ଭାରି ଭଲ ଲାଗେ ।

 

ହର୍ଣ୍ଣ ବାଜିଉଠିଲା ! ଗୀତାର ଦେହସାରା ଖେଳିଗଲା ଅଜଣା ପୁଲକ । କୋଠାରୁ ବାହାରିଆସି ଦେଖିଲା, ପ୍ରବୀରବାବୁ ଛିଡ଼ା ହୋଇଛନ୍ତି । ତାଙ୍କୁ ଦେଖି କହିଲେ, ଦେଖିଲ ଗୀତା ଏହି ମଟରଟି ତୁମରି ପାଇଁ କିଣିଛି । ଗୀତା କହିଲା, ଗାଡ଼ିଟି ଦେଖିବାକୁ ଖୁବ୍ ସୁନ୍ଦର ହୋଇଛି ପ୍ରବୀରବାବୁ । ମୋର ଅନୁମାନ ଖୁବ୍ ଟଙ୍କା ପଡ଼ିଥିବ । ସେ କହିଲେ, ତିରିଶ ହଜାର ଟଙ୍କା ଏହି ମଟରର ଦାମ । ମୁଁ ଚମକି ପଡ଼ିଲି । ଆଶ୍ଚର୍ଯ୍ୟ ହୋଇ କହିଲେ, ଏତେଗୁଡ଼ିଏ ଟଙ୍କା କେଉଁଠୁ ଆଣିଲ । ସେ କହିଲେ ତମରି ସୁଖ ଶାନ୍ତି ପାଇଁ କରଜରେ କିଣିଛି ଗୀତା । ସବୁବେଳେ ତମେ କୁହ ମଟରଟିଏ ଯଦି ହୁଅନ୍ତା ତେବେ ଏହି ଓସାରିଆ ପିଚୁ ରାସ୍ତା ଉପରେ ପବନ ଭଳି ଉଡ଼ି ଯାଆନ୍ତେ । ତମେ ଷ୍ଟିଅରିଂ ଧରିଥାନ୍ତ । ବନ୍ୟ କଳିକାର ମୋଲେ ପୁଷ୍ପୋଦ୍ୟାନ ବାସନା ମଟର ଭିତରକୁ ଭାସି ଆସନ୍ତା ଆସ ଆସ ଗୀତା ଏହି ନିଷ୍ଠୁର ସଂସାରର ଆଲୋକ ପଥରେ ପ୍ରଣୟର ମଟର ଛୁଟାଇ ଦୁହେଁ ଉଡ଼ିଯିବା ଖୁବ୍ ଦୂରକୁ । ଯେଉଁଠି ନଥିବ ସମାଜର ବାଧା ଓ ବନ୍ଧନ । ସେଇଠି ପୂର୍ଣ୍ଣ ହେବ ଆମର ସାଧନା ।

 

ମତେ କାହିଁକି ଭାରି ଭଲ ଲାଗିଲା । ଆନନ୍ଦରେ ଢଳିପଡ଼ିଲି ମୁଁ ତାଙ୍କରି କୁସୁମ ବକ୍ଷରେ-। କହିଲି, ମୋର ସୁଖ ଶାନ୍ତି ପାଇଁ ତମେ ଟଙ୍କାର ଗାଲିଚା ବିଛାଇ ଦେଇଛି ପ୍ରବୀର ବାବୁ । ଯେତେବେଳେ ଯାହା କହିଛି ତମେ ମୋର ଅଳି ପୁରଣ କରିଛ । ସତେ ପ୍ରବୀର ବାବୁ । ତମେ ମତେ ପ୍ରାଣଠାରୁ ବଳି ଭଲପାଅ । କିନ୍ତୁ ମୁଁ.... କୁହ, କୁହ, ନିରୁତ୍ତର ରହିଲ ଯେ । ମୋର କହିବାର କିଛି ନାହିଁ ପ୍ରବୀର ବାବୁ । ଭାବୁଥିଲି....ଭାବୁଥିଲି ଗୋଟାଏ ସୁନେଲି ସ୍ୱପ୍ନ । ଦେଖିଲ ଏଇ ସୁନେଲି ଆକାଶର ତାରା ନକ୍ଷତ୍ର ଖଚିତ ମଣ୍ଡଳ ଏ ସୁରଭିତ ବନ ତା ସଙ୍ଗକୁ ତମେ ଓ ତୁମର ନୂଆ ମଟର ଆମ ଦୁହିଁଙ୍କୁ ଟାଣିନେବ କେଉଁ ଏକ ସ୍ୱପ୍ନର ପାରିଜାତ ବନକୁ । ସେ ମୋର କଅଁଳ ଗାଲରେ ମୃଦୁ ଆଘାତ କରି ଭାବବିହ୍ୱଳ ହୋଇ କହିଲେ–ଚମତ୍କାର...ଚମତ୍କାର ଗୀତା, ତମର ସୁନ୍ଦର କଳ୍ପନା ।

 

ଦିନକୁ ଦିନ ମନୋଜ ଦାସ ଇଞ୍ଜିନିୟରଙ୍କ ପାଇଁ ସେ କାହିଁକି ଆକୃଷ୍ଟ ହୋଇ ପଡ଼ିଲା । ତାଙ୍କରି ଅମୃତ ରଙ୍ଗିନ୍ ଚାହାଣି ତାକୁ ଆକୃଷ୍ଟ କରି ପକାଇଛି । ଅଦେଖା ରାଜକୁମାର ମନୋଜ ଦାସର ଅଭିଳଷିତ କଅଁଳ ଚାପ ତାକୁ ବିବ୍ରତ କରୁଛି ।

 

ମନେଅଛି ସେଦିନର ଅମୃତ ବେଳା । ହସିହସି ଫିଙ୍ଗି ଦେଇଥିଲେ ସେ ଗୋଟାଏ ଗୋଲାପ ଫୁଲ । ଗୋଲାପ ଫୁଲ ସେ ନୁହେଁ । ସେହି ଗୋଲାପହିଁ ତା’ର ରାଗ ଜ୍ୟୋତ୍ସ୍ନା । ସେହି ଫୁଲର ବାସନା ଗୀତାର ବୁକୁ ତଳେ ଭରି ଦେଇଛି କୋଟିଏ ଯୁଗର ମମତା ।

 

ତା’ର ସୌନ୍ଦର୍ଯ୍ୟର ଫୁଲ ଫୁଟିଛି । ଏହି ଫୁଲକୁ ଚୁମ୍ବିବାକୁ ଅଗଣିତ ଭ୍ରମର ଯୁବକ ପାଗଳ ହୋଇ ପ୍ରାଣ ହରାଇଛନ୍ତି । ଜୀବନ ମରଣର ପଣଧରି ଏହି ସୌନ୍ଦର୍ଯ୍ୟକୁ ଗୋଟିଏ ପୁରୁଷର ଶିକୁଳିରେ ଆବଦ୍ଧ ରଖି ଦେହ ମନ ସମର୍ପଣ କରିବା ତାର ନୀତି ନୁହେଁ । କାହାକୁ ସେ ନିରାଶ କରିବନି । ଭଲ ପାଇବାଟା ଗୋଟିଏ ଝୁଙ୍କ୍ । ରଙ୍ଗିନ୍ ଯୁବକମାନଙ୍କ ସୌନ୍ଦର୍ଯ୍ୟ ସହିତ ସେ ଖେଳିବ ଖେଳ । ସେହି ଅଦେଖା କୁମାରର ବାହୁ ଛାୟା ତଳେ ତୋଳିବ ସେ ନୂଆ ରାଇଜର ନୂଆ ଜୀବନ । ସେହି ମନୋଜ ବାବୁ ହେବେ ତାର ପ୍ରେମର ସାଗର ।

 

ଇଂଜିନିୟର ମନୋଜ ଦାସ ଆଜି ତା’ ପାଇଁ ପାଗଳ । ଗୋଟାଏ ପୁରୁଷର ଆତ୍ମାକୁ କଲବଲ କରିବା ଗୀତାର ନୀତି ବିରୁଦ୍ଧ । ମୁଁ ଜାଣେ ମନୋଜ ବାବୁ ତା’ର କେହି ନୁହନ୍ତି ? ପର, ସାତପର । ତଥାପି ତାଙ୍କୁ ଦେଖିଲେ କାହିଁକି ତା’ ମନରେ ଦୟା ଆସେ । ତାଙ୍କରି ଚିଠିଟି ପାଇ ବୁକୁ ତା’ର ବିଦୀର୍ଣ୍ଣ ହୋଇଯାଏ । ଏ ଦେହ ମନ ତାଙ୍କରି ପାଦତଳେ ଶେଷ କରି ଢାଳି ଦେବାକୁ । ମନ ଉତ୍ତଳା ହୋଇ ଉଠେ । ସେ ମତେ ଭଲ ପା’ନ୍ତି । ମୁଁ ମଧ୍ୟ .......

 

ମହଲ ଉପରେ ବିଛେଇ ହୋଇ ପଡ଼ିଛି ଚାନ୍ଦିନୀର ଛାଇ । ସେହି ଜ୍ୟୋସ୍ନା ପୁଲକିତ ବିଧୌତ ରଜନୀରେ କୋଠାରେ ବସିଛି । ମୋ ପୂର୍ଣ୍ଣ ବିକଶିତ ବକ୍ଷରେ କିଏ ଯେପରି ପ୍ରେମର ଚନ୍ଦନ ବୋଳିଦିଏ । ସେହି ମନୋଜ ଦାସ ଇଞ୍ଜିନିୟର । କାହିଁକି ସେ ମତେ ଭଲ ପା’ନ୍ତି । ମୁଁ ଅନୁମାନ କରେ ତାଙ୍କ ଚାହିଁବାରେ କୌଣସି ଆବିଳତା ନଥିଲା । କୌଣସି ବସ୍ତୁକୁ ଉଦ୍ଦେଶ୍ୟହୀନ ଭାବେ ଚାହିଁବା ଭଳି ସେ ମୋତେ ଚାହୁଁ ନଥିଲେ । ମୋ ପ୍ରତି ତାଙ୍କର ଶ୍ରଦ୍ଧା ଓ ସମ୍ମାନ ଥିଲା ।

 

ତାଙ୍କରି କଥା ଭାବିଲେ ମୋ ଛାତି ଭିତରଟା କ’ଣ ହୋଇଯାଏ । ବୁକୁତଳେ ଉଠେ ଏକ ସ୍ଫୁରନ୍ତ ଜୁଆର । ସତେ ଯେପରି ସେ ଅନୁଭବ କରେ ସରଗର ପାରିଜାତ ଆଜି ଏକଇ ଗୋଲାପ ହୋଇ, ତାଙ୍କରି ପାଦ ତଳେ ବିଛେଇ ହୋଇ ପଡ଼ିବ । ତମେ କେଉଁଠି ମନୋଜ ବାବୁ ? ତମେ ଥରେ ଦେଖିଯାଅ, ଗୀତା ଆଜି ତୁମରି ପାଇଁ କି ମର୍ମ୍ମଭେଦି ଯନ୍ତ୍ରଣାରେ ଛଟପଟ ହେଉଛି ।

 

ଝାଟିମାଟିର କୁଡ଼ିଆତଳେ ଆତ୍ମହରା ହୋଇ ଭାବୁଛି ମୀନା–

 

କଳ୍ପନା ତାର ମଉଳି ଯାଇଛି । ଝରା ଫୁଲ ପରି ଝରି ପଡ଼ିଛି ସାଗରର ଅତଳ ଗର୍ଭରେ-? ଅତୀତକୁ ଝୁରି ଝୁରି ଆଖିରୁ ଲୁହ ଢାଳିବା ତାର ସାର ହୋଇଛି । ଅତୀତର ସ୍ନିଗ୍‌ଧ ମଧୁର ମୁହୂର୍ତ୍ତକୁ ପାଶୋରି ଦୁନିଆର ଆଲୋକ ପଥରେ ସେ ଯଦି ଆଗେଇଯାଏ ? ତେବେକଣ ଛାତିତଳର ବ୍ୟଥାର ବହ୍ନି ଲିଭି ପାରିବ । ନାଁ ନାଁ କେଭେନୁହେଁ, ବ୍ୟାଥାର ନିଆଁ ଲିଭିବାର କୌଣସି ସୂଚନା ନାହିଁ । ବରଂ ଅଗ୍ନିରେ ଘୃତ ସଂଯୋଗ ପରି ହୁ ହୁ ହୋଇ ବେଶୀ ଜଳି ଉଠିବ ।

 

ଜୀବନ ମରଣର ପଣଧରି ଯାହାଙ୍କ ଚରଣତଳେ ଜୀବନର ସବୁକିଛି ନିଃଶେଷ କରିଦେଇଛି, ତାଙ୍କୁ କ’ଣ କେବେ ପରକରି ଦେଇହେବ ? ତା ମନତଳେ ଲୁକ୍‍କାୟିତ ହୋଇ ରହିଥିବା କୁସୁମଟି ସେ ଜଣକୁ ଦାନ କରିଛି । ନାରୀଜୀବନର ପ୍ରଥମ ଅଧ୍ୟାୟ ତାର ଶେଷ ହୋଇ ଯାଇଛି ।

 

ଆଜି ତା’ର ମଉଳା ଫୁଲକୁ କେଉଁ ଅଦେଖା ଯୁବକକୁ ଦାନ କରିବ । ଛି, ଛି.... ଯେଉଁ ଲଜ୍ଜା ନାରୀର ଶୋଭାର ଭୂଷଣ ଯେଉଁଥିପାଇଁ ନାରୀ ଜୀବନରେ ଗର୍ବ ଅନୁଭବ କରେ ତା’ର ସେହି ସଞ୍ଚିତ ଗୋଲାପଟିକୁ ପ୍ରବୀର ବାବୁ ଯେ ଚୋରାଇ ନେଇଛନ୍ତି । ଆଉ ତା’ର ଜୀବନରେ କ’ଣ ଅଛି-। ସେଦିନର ଚମକ, ସେ ଦିନର ଶିହରଣ, ସେଦିନର ନୂଆ ସ୍ୱାଦୁ ଆଉ କ’ଣ ଅଛି । ମଉଳି ଯାଇଛି ତାର ମନ, ମଉଳି ଯାଇଛି ତାର ସରାଗ, ଭାଙ୍ଗିପଡ଼ିଛି ତାର ଆଶାର ସୌଧ । ତା’ର ସେହି ଶ୍ୟାମ ଚିକ୍‌କଣ ଶଯ୍ୟାରେ ସବୁଦିନ ଫୁଲଫୁଟେ । ଅବେଳ ମଳିନ ପାଖୁଡ଼ାପରି ଛଟିକିପଡ଼େ ସେ ପ୍ରବୀରବାବୁଙ୍କ ସୁନା କୋଳରେ । ତାଙ୍କ କଥାଭାବି ତାକୁ ଭାରି କାନ୍ଦମାଡ଼େ । ଆଶା ବିଛଣାରେ ଝରିପଡ଼େ କେଇ ଧାର ଲୁହ ।

 

ତାଙ୍କରି ପାଷାଣ ଦେହରେ ତା’ର ଏ ଅବହେଳିତ ଜୀବନ ନିଶ୍ଚିହ୍ନ ହୋଇଯାଉ । ଯେଉଁ ମଣିଷ ଭଲପାଇବାର ସ୍ନେହ ବୁଝେନି ମମତା ବୁଝେନି, ଆନ୍ତରିକତା ବୁଝେନି, ଆଉ କେଉଁ ଆଶାରେ ସେ ତାଙ୍କୁ ଅପେକ୍ଷା କରିବ । ମଝିରେ ରହିଛି, ସମାଜର ହିଂସୃଳ ଚକ୍ଷୁ । ଆଉ ସହି ହେବନି ବେଦନାର ଜ୍ଵାଳା । ସମାଜର ଲୋକ ଲଜ୍ଜାକୁ ଡରି ତାକୁ ଦିନେ ପର ଘରକୁ ଯିବାକୁ ହେବ-। ଗୋଟିଏ ଗରିବ ଝିଅର ସର୍ବନାଶ କରି ତା ଆଖିରେ ଲୁହ ଦେବା ଏହା କଣ ତାଙ୍କର ଭଲପାଇବା-? ବିଦେଶରେ ସେ ଆଜି ଉତ୍ସବମୟୀ ରାତ୍ରି ଉପଭୋଗ କରୁଛନ୍ତି । ଗୋଟିଏ ହେଲେ ଚିଠି ପାଇବାକୁ ତା ଭାଗ୍ୟରେ ଜୁଟିଲା ନାହିଁ । ବାଃ ରେ ଦୁନିଆ । ଭାବିଲେ ହସମାଡ଼େ । ଏହି ମଣିଷ ପୁଣି ଏତେ ବଡ଼ ପରିବର୍ତ୍ତନ ହୋଇଯାଏ ।

 

ବିଛଣାରେ ବସି କେତେ ଭାବିଲା ସେ, ଶୀତ ଯାଉଛି, ବସନ୍ତ ଆସୁଛି, ଜୀର୍ଣ୍ଣ ପୁରାତନ ପରେ ଆଗାମୀ ନୂତନର ଅଭିନନ୍ଦନ ମନ ଆଜି ରଙ୍କ ହେଉଛି । ତରସି ତରସି ପିଆସୀ ପରାଣ ଖୋଜି ବୁଲୁଛି । ଚେନାଏ ପାଣିର ମଧୁ ସନ୍ଧାନରେ । ମନର ଜୁଆର ଉଠୁଛି । ଅଳସ ଦେହଲତା ଲୋଡ଼ୁଛି ଯୁବକର ସ୍ପର୍ଶ ।

 

ସକାଳର ଏ ଆଲୋକମିଶା ମଧୁର ପରଶରେ ଦେହ ତାର ଶିହରୀ ଉଠିଲା । ନିରୋଳା ମନ ବାହୁନି ଉଠିଲା । ଏ କାନ୍ଦଣା ନିଜର, ନିଜ ପ୍ରାଣର, ନିଜ ଆତ୍ମାର ଡାକ । ଭୁଲି ପାରିନି.... ଭୁଲି ପାରିବିନି, ସେ ଦିନର ସ୍ନେହ ବୋଳା ରାତ୍ରି ।

 

ନିତି ରାତିରେ ଶୋଇବା ପୁର୍ବରୁ ତା’ ପ୍ରବୀର ବାବୁଙ୍କ ମଙ୍ଗଳ ପାଇଁ ଠାକୁରଙ୍କୁ ଶୁଭ ମନାସୀ ଆଞ୍ଜୁଳାଏ ଫୁଲ ବିଞ୍ଚିଦିଏ ସେ, ତୁଳସୀ ଚଉରା ମୂଳେ । ସ୍ନେହ ସରାଗେ ଅଜାଡ଼ି ଦେଇ କୁହେ ବାବୁ, ତମେ ଭଲରେ ଫେରିଆସ ।

 

ମା କୁହେ, ପ୍ରବୀର ବାବୁକୁ ଭୁଲିଯା ମୀନା । ଆମେ ଗରିବ । ଗରିବ ଆମର ସଂସାର । କୋଳରେ କାଖେଇ ତୋତେ ଏଡ଼ୁଟିଏ କଲି । ତୋ ମାଆ କଥା ତୁ ରଖିବୁନି । ତୋ ମଥାରେ ସିନ୍ଦୂର ଦେଖିଲେ ମୋର ଦୁଃଖ ଯିବ । ମା’ର କଅଁଳ କଥାରେ ମୁଁ କାନ୍ଦି ପକାଏ । ମୋ ମନ୍ଦିରରେ ରୂପ ହୋଇ ଛିଡ଼ା ହୁଏ ଏକ ମହାକାଳ ଦୂର୍ଭେଦ୍ୟ ପାଚେରୀ ।

 

ମନରେ ସାହସ ବାନ୍ଧି ମଉଳା ଲୁହଭିଜା ମନ ଧରି ଲେଖିବସେ ଚିଠି ।

 

ପ୍ରାଣର ଦେବତା..... ।

 

ଆଖିରୁ ଲୁହଧାର ବନ୍ଦ ହେଉନି । ଯେଉଁଠି ଆମ ଦୁହିଁଙ୍କ ମିଳନର ଫୁଲ ଫୁଟେ, ସେହି ସ୍ଥାନଟି ଆଜି ଅପନ୍ତରା ହୋଇ ପଡ଼ିଛି । ତମରି ଆଶାରେ ଆଖିର ଲୁହକୁ ସୁଖର ଉପହାର ପରି ବରି ନେଇଛି । ଖାଲି ବିରହ ବହ୍ନିରେ ଜଳି ଯାଉଛି ମୋର ଆତ୍ମା । କ’ଣ କରିବି, ମୋର ଆଉ ଆୟତ କ’ଣ । ମୋ କଥା ମୁଁ ଭାବୁନି, ଭାବୁଛି ତମରି କଥା । କାହିଁକି ଚିଠି ଦେଉନା । ମୋ ଉପରେ ରାଗିଛ ନୁହେଁ । ତମ ଉପସ୍ଥିତିରେ ଯଦି କିଛି ଭୁଲ କରିଥାଏ, ତେବେ ଦୂରରୁ ହାତଯୋଡ଼ି କ୍ଷମା ମାଗୁଛି ସାଥି । ରାଣ ରହିଲା । ମୋତେ ନିରାଶ କରିବନି ଦେବତା । ଏ ଦେହଟା ତମରି । ତମେ ମତେ ଅନେକବାର ବାହୁ ବନ୍ଧନୀ ଭିତରେ ବାନ୍ଧିରଖି ମମତାର ଚୁମ୍ବନ ବୋଳି କହିଚ–ପ୍ରିୟେ, ପ୍ରେମ ମନ୍ଦିରକୁ ଗଲେ ଅନେକ ଝଡ଼ଝଞ୍ଜା ବିପଦଆପଦ ସହିବାକୁ ହେବ । ସେଦିନର କଥା ଆଜି ମୋର ହୃଦୟପଟରେ ଅଲିଭା ଗାର ଟାଣି ଦେଇଛି । ସମାଜର ନିନ୍ଦା ଅପବାଦର ବୋଝଧରି ଆଉ କେତେଦିନ ଅପେକ୍ଷା କରିବି । ଭାବିଛି ଏହି ନିନ୍ଦା ଅପବାଦକୁ ଗୋଡ଼ରେ ମାଡ଼ି ଚକଟି ତମରି ପାଖକୁ ଚାଲିଯିବି । ପୂଜାର ଜାଗର ଜାଳି ତମର ବାଟ ଚାହିଁଚି । ରାତି ତମାମ ଅନିଦ୍ରା–ତମର କଥା ଭାବି ବିଛଣାରେ ଛଟପଟ ହେଉଛି । ତମର ଫଟଟି ମୋ ପାଖରେ ନଥିଲେ ହୁଏତ ମୁଁ ବଞ୍ଚିପାରି ନଥାନ୍ତି । ପ୍ରକୃତରେ ଯଦି ମତେ ଭଲ ପାଅ । ତେବେ ନିଶ୍ଚୟ ଚିଠି ଦେବ । ମୋ ରାଣ...ନଇଲେ ଗୋଟାଏ ନାରୀର ଅଲୋଡ଼ା ଅଖୋଜା ଜୀବନ ବିଷର ବିଷାକ୍ତ ସ୍ପର୍ଶରେ ମଉଳି ପଡ଼ିବ । ସତ କହୁଚି ପ୍ରବୀର ବାବୁ, ଏ ମଥାର ସିନ୍ଦୂର, ହାତର କାଚ କେବଳ ତୁମରିପାଇଁ । ଚିଠିଟି ପାଇ ଦେଖିବ । ତମ ପାଇଁ ମୀନା କିମିତି ବ୍ୟଥିତା... କେମିତି ହତଭାଗୀ.... ।

 

ତୁମର ମୀନା

 

ଚପଳା ଆଜି ଯୌବନର ପ୍ରଥମ ପାହାଚରେ ଲହଡ଼ି ଭାଙ୍ଗୁଛି । ନୂଆ ହୋଇ ଫୁଟିଛି ସେ ଫୁଲ । ବସନ୍ତର ହିମ ସ୍ପର୍ଶ କୋଇଲିର ଡାକ, ନୂଆ ସ୍ନେହ, ନୂଆ ଆଦର, ଭଲ ପାଇବାର ପ୍ରତିଦାନର ଆଶା ତାର ଭରା ଯୌବନକୁ କଲବଲ କରି ପକାଉଛି । ରାଜୁବାବୁ ତା’ର କଲେଜଜୀବନର ସହପାଠୀ । କଲେଜ ରୁମ୍‍ରେ ସେ ତାର ଆଗ ସିଟ୍‍ରେ ବସେ । ମନ ହେଉଛି ତାଙ୍କରି ଆଖି ଆଲୁଅରେ ସେ ଜଳି ଉଠିବ । ମଫସଲି ଝିଅ ସେ । ଭଲ ପାଇବା କଣ; ଏହି ତାର ଦୁର୍ବଳ ଦିନରେ ପ୍ରଥମ ହୋଇ ଦେଖା ଦେଇଛି । ଥରେ ନୁହେଁ; ବହୁବାର ସେ ରାଜୁ ବାବୁଙ୍କ ଠାରୁ ବହି ମାଗିନେଇଛି ପଢ଼ିବା ପାଇଁ । ସେ ତା ଆଡ଼କୁ ଚାହଁ ହସନ୍ତି । ଚପଳା ତାଙ୍କ ଆଡ଼କୁ ଚାହେଁ ।

 

ତା ବହିର ପ୍ରତ୍ୟେକ ଧାଡ଼ି ଓ ଅକ୍ଷତରେ ଯେପରି ରାଜୁ ବାବୁଙ୍କ ଛବି ଛିଡ଼ା ହୋଇଛି । ରାଜୁବାବୁ ତାର କିଏ ? ଯିଏ ତା’ର କେହି ନୁହେଁ । ପର ମଣିଷ ପାଇଁ ସେ ଆଜି ଭାବୁଛି କାହିଁକି । ସେ ନିଜେ ମଧ୍ୟ ଜାଣେନା ତାଙ୍କୁ ଦେଖିଲେ ଚପଳର ଛାତି ଭିତରଟା କଣ ହୋଇଯାଏ । କଲେଜରେ କେତେ ସାଙ୍ଗସାଥିଙ୍କ ମେଳରେ ସେ ସିନେମା ଥିଏଟର ଦେଖିବାକୁ ଯାଏ । କେତେ ଯୁବକମାନଙ୍କ ସଂସ୍ପର୍ଶରେ ସେ ଆସିଲା । କେବେହେଲେ କାହାର ପ୍ରତି ସେ ଆସକ୍ତ ହୋଇନି । ଆଦି ରାଜୁ ବାବୁଙ୍କ ପାଇଁ ମଉଳି ଯାଇଚି ତାର ମନ ।

 

ଥରେ ନୁହେଁ–ବହୁବାର ଚପଳାର ସୃତି ରାଜୁ ବାବୁଙ୍କୁ କଳ୍ପନା ମନ୍ଦିରରେ ଛିଡ଼ା ହୋଇଛି ପ୍ରଣୟର ସ୍ୱପ୍ନ ଲହଡ଼ିରେ ଭାସି ଭାସି ଉଡ଼ି ଯାଇଛି ତା’ର ଖିଆଲି ମନ । ଭଲ ପାଇବର କ୍ଷୂଧାରେ ଜଳିଯାଇଛି ତାର ଆତ୍ମା । ଉଛୁଳା ଢେଉର ବହ୍ନି ତାର ଅନ୍ତର ତଳେ ହୁ ହୁ ହୋଇ ଜଳି ଯାଉଛି ।

 

ଚପଳା ସ୍ମୃତିରେ ମତୁଆଲା ହୋଇ–ରାଜୁବାବୁ ଲେଖି ବସିଲେ ଚିଠି–

 

ନୂଆଦିଲ୍ଲୀ.....ରାତ୍ରି ୧୦ ଟା

 

ହେ ମୋର ସୁରଭି କୁସୁମ... କଳ୍ପନାରେ ଆଙ୍କିଛି ତମରି ମୂର୍ତ୍ତି । ଶୟନେ ସପନେ କିବା ଜାଗରଣେ ମୋ ମାନସ ପଟରେ ଚଳଚିତ୍ରର ରୂପେଲି ପରଦା ପରି ତମେ ମୋ ଛାତିରେ ଗହୀରା ଗାର ଟାଣି ଦେଇଛ ଚପଳା । ସେ ଗାର ଆଉ ଲିଭିବ ନାହିଁ । ତୁମରି ରୂପର ମୁରୁଜ ଆଜି ମତେ ପାଗଳ କରି ଦେଇଛି । ସେଦିନ ଶିବାଜୀ ପାର୍କରେ ତୁମକୁ ମୁଁ ଦେଖିଲି । ଭାବିଲି, ଆଜି କହିଦେବି ମୋ ମନର ଅଭିଳାଷ । କିଏ ଯେପରି ମୋର ତଣ୍ଟିକୁ ଚିପିଦେଲା । ଭଦ୍ରତା ଖାତିରିରେ ଲଜ୍ଜା ଓ ସଂକୋଚରେ ମୁଁ ପଛେଇ ଗଲି ମୁଁ ଆଜି ପ୍ରେମର ନିବେଦନ ଘେନି ଏ ଉପହାର ଦେଉଛି ତା’ ନୁହେଁ । ଭଲ ପାଇବାଟା ବନ୍ଧୁର ନୁହେଁ କି ? ବନ୍ଧୁର ପରିଚୟ ଦେଇ ପ୍ରେମର ଅତିଥି ଏ ଚିଠିଟି ଲେଖୁଛି । ରାଗିବନି, ଅଭିମାନ କରିବନି । ସେଇ ଚଳଚିତ୍ର ଜଗତର ଅଭିନେତ୍ରୀ ନନ୍ଦା, ବୈଜୟନ୍ତୀମାଳାର ସୌନ୍ଦର୍ଯ୍ୟ ମଧ୍ୟ ସମକକ୍ଷ ହେବ ନାହିଁ । କେଉଁ ଚିତ୍ରକାର ସୂକ୍ଷ୍ମ ପରଶ ଦେଇ ତୂଳୀମୂନେ ଆଙ୍କିଛି ତମରି ମୂର୍ତ୍ତି । କେଜାଣି ସତେ ଯେପରି ସରଗର ପରୀଟିଏ ଓହ୍ଲାଇ ଆସିଛି ମାଟିର ଦୁନିଆକୁ । ସତେ କ’ଣ ମୋ ହୃଦୟ ଆକାଶର ରୂପାୟନେ ସରଗର ପାରିଜାତ ହୋଇ ଦେଖାଦେବ । ସତେ ଚପଳା, ଆଜି ମୁଁ ହାରିଯାଇଚି ତମରି ନାରୀଦର୍ପିତ ମନ ପାଖରେ । ପାତାଳ ପୁରୀର ନାଗ କନ୍ୟା ତୁମେ । ତୁମରି କଅଁଳ ଛନଛନ ରୂପ ଆଜି ମତେ କରିଛି ପାଗଳ । ମୁଣ୍ଡମୋର ଗୋଳମାଳ ହୋଇଯାଉଛି । କଲେଜ ଯିବାକୁ ଇଛା ହେଉନି । ମୋ ଉପରେ ଅଭିମାନ କରି ବାଢ଼ିଦିଅ ରାଗର କୁଞ୍ଚନ, ତଥାପି ଲେଖନୀ ମୋର ହସିବ ! ସୁରଭି ଛୁଟିବ ! ଲେଖନୀ ମୋର ଚାଲୁନି । ସତେକଣ ଅନାମନା ଅପନ୍ତରାର ନିଶାଚର ପକ୍ଷୀର ଡାକ ତୁମ କର୍ଣ୍ଣରେ ଶୁଭିବ ?

 

ରହିଲି ତୁମର ପ୍ରତୀକ୍ଷାରେ !

ତୁମର ନୂଆସାଥି

 

ସଂଜ ନଇଁ ଆସୁଛି, ଚପଳା ତା’ରି study Roomରେ ବହି ପଢ଼ିବାରେ ବ୍ୟସ୍ତ । ଚାରୋଟି ପୃଷ୍ଠା ଓଲଟାଇବା ପରେ ଯାହା ଦେଖିଲା ଆଖିତା’ର ବୁଜି ହୋଇଗଲା । ଦେଖିଲା ଗୋଟିଏ ନୀଳରଙ୍ଗର ଲଫାପା ଟିଠିର ପ୍ରଥମ ସମ୍ବୋଧନ “ହେ” ମୋର ସୁରଭି କୁସୁମ ଓଃ..... କିସୁନ୍ଦର ! ରୋମାଣ୍ଟିକ । କ୍ଷଣିକପାଇଁ ମନଟା ତାର ଉଡ଼ିଗଲା କେଉଁ ସ୍ୱପ୍ନପୁରୀକୁ । ଚିଠିଟି ଯେତିକି ପଢ଼ୁଥାଏ ତାକୁ କାହିଁକି ଭାରିଭଲ ଲାଗୁଥାଏ । ଚିଠି ଉପରେ ଆଙ୍କି ଦେଲା ସେ ସ୍ନେହର ଚୁମ୍ବନଟିଏ-

 

ଡାକ୍ତର ପ୍ରବୀରବାବୁ, ତାଙ୍କ ଅଫିସରେ ଏକୁଟିଆ ବସିଛନ୍ତି ହଠାତ୍ ଡାକପିଅନ ଆସି ନୀଳରଙ୍ଗର ଲଫାପାଟିଏ ବଢ଼ାଇ ଦେଲା ।

 

ସେଥିରେ ଲେଖାଅଛି–ହୃଦୟର ଆଲୋକ ପ୍ରଣାମ ନେବ ।

 

ମୋର ହୃଦୟ ଭିତରେ ଜଳାଇଗଲ ଯେଉଁ ଅଶାନ୍ତିର ନିଆଁ ସେ ଏବେ ବି ଜଳୁଛି...ତମେ ଯଦି ନ ଆସ ତେବେ ସେଇ ନିଆଁର ପ୍ରଖରତା ଭିତରେ ମୁଁ ଜଳିଯିବି ।

 

ବିଦାୟର ଅନ୍ତିମ ଲଗନରେ ରୁଗ୍‍ଣ ଦେହର ଦହନ ଓ ବିକଳ ମନର କ୍ରନ୍ଦନ ଭିତରେ ଲେଖୁଛି ଏ ଚିଠି । ତୁମ ବିଚାରରେ ମୀନା ଅନେକ ଦିନୁ ମଲାଣି, ନୁହେଁ ? କିନ୍ତୁ ମୋ ବିଚାରରେ ତମେ ଚିରଦିନର ଦେବତା । ତମେ ଅବିନାଶୀ, ତମେ ଅକ୍ଷୟ, ତମେ ଅମର । ମୋ ଭଙ୍ଗା ଜୀବନର ଆକାଶ ଫଟା ଅତୀତର ଲୁହବୋଳା ଇତିହାସରୁ କାଣିଚିଏ ତମକୁ ଶୁଣାଇ ପାରିଲେ ଜୀବନଟା ମୋର ଶାନ୍ତି ପାଇବ । ମୋ ଲେଖନୀ ଶେଷଥର ପାଇଁ ହସିବ । ଶେଷଥର ପାଇଁ ଶାନ୍ତିରେ ମୁଁ ମରିପାରିବି ।

 

ତମେ କିନ୍ତୁ ଶୁଣିବତ ? ଶୁଣିପାରିବ ମୋ ବୁକୁଫଟା କାତର ରାଗିଣୀ । ଶୁଣି ପାରିବ ତମେ ? ଝରାଇ ଦେଇ ପାରିବ କେଇଧାର ଅଶ୍ରୁବିନ୍ଦୁ ? ସେ ମମତା ତମର ଅଛି ? ସେ ସମବେଦନା ଅଛି । କେଜାଣି ମୋ କୁମାରୀ ଜୀବନରେ ପ୍ରଥମ ହୋଇ ଦେଖା ଦେଇଥିଲା । ମୋର ଦୁର୍ବଳ ଦିନରେ ପ୍ରଥମହୋଇ ପୀରତିର କଇଁ ଫୁଟିଥିଲା । କାଉଁରୀର ସ୍ପର୍ଶ ପାଇଥିଲି, ଫୁଲର ଗନ୍ଧ ପାଇଥିଲି, ଆଉ ପାଇଥିଲି ଏକ ନୂତନ ସରଗର ସୂଚନା । କି ପ୍ରତିଦାନ ଦେଲେ ତମେ ? କି ସରାଗ ରହିଲା ମୋର ? ବୁକୁ ତଳେ କେତେ ସୁନାର କଳ୍ପନା ତୋଳିଛି, ଅମାନିଶୀ ଅନ୍ଧକାରେ ଉଷା ପାହାନ୍ତିରେ ଖାଲି ଚାହିଁଛି... ବୁକୁରେ ବିଷାଦର କୋହଧରି ଚକ୍ଷୁର ଜଳରେ ପଣତ ଓଦାକରି ଚାହିଁଛି । କି ଅଶୁଭ ବେଳାରେ ତୁମ ସହିତ ହୋଇଥିଲା ମୋର ପହିଲି ଦେଖା ।–ଛାଡ଼ କାହାକୁ କହିବି । ସେ ମୋର ଭାଗ୍ୟ । ସେ ଭୁଲ ମୋର ନାଁ ତୁମର ତା ମୁଁ କହିପାରିବିନି । ତମକୁ ଫାଙ୍କିଦେଇ ତୁମଠାରୁ ଦୁରେଇ ଯିବାକୁ ବହୁତ ଚେଷ୍ଟା କରିଚି, ସାଥି, ହେଲେ ତମରି ବୁକୁଭରା ସ୍ନେହ, ଆଲିଙ୍ଗନ ଉଜ୍ୱଳସ୍ମୃତି ମତେ ବିବ୍ରତ କଲା । ମତେ କଣ ଏମିତି ହନ୍ତସନ୍ତ କରି ମାରିବାକୁ ତମେଭଲ ପାଅ ପ୍ରବୀରବାବୁ ତମେତ ଜାଣ....ଯେତେ ଯାହାହେଲେ ମଧ୍ୟ ମୀନା ତମର....ଦୁଇଟି ଆତ୍ମା ଯେତେବେଳେ ଏକ ହୋଇଥିଲା...ସେତେବେଳେ କେହି ତା’ର ବିଚ୍ଛେଦ କରି ପାରେନା ପ୍ରବୀରବାବୁ ସେ ମିଳନର ସାକ୍ଷୀ କେହି ନାହାନ୍ତି...ଅଛି ଆକାଶର ଜହ୍ନ...ଅଉ ଏ’ଇ ବଉଳଗଛ ।

 

ସତେ’ ଆଜି ମୁଁ ହାରି ଯାଇଛି...ହାରିଯାଇଛି ମୋର କଳ୍ପନା ତମରି ରୁକ୍ଷ ପୌରୁଷ ପାଖରେ ।

 

ତୁମ ପୁରୁଷ ଦର୍ପିତ ମନପାଖରେ ମୁଁ ସିନା ହାରିଗଲି ପ୍ରବୀର ବାବୁ । ହେଲେ ମୋ ପୂଜାର ସଳିତା ଜଳୁଛି । ଜଳୁଥିବ ବ୍ରତମୋର ଏବେ ବି ଉଜୁଆଁ ହୋଇନି । ତମକୁ ମୋ ରାଣ ରହିଲା । ନିଶ୍ଚୟ ଆସିବ, ମରଣର ବରଫ ଲତା ତଳେ ଶେଷ ଥରପାଇଁ ମୋରି କୁସୁମବକ୍ଷରେ ଥୋଇଦେବ ମମତାର ଜୟମାଲ୍ୟ; ସେହିହେବ ମୋର କୁମାରୀ ଜୀବନର ସୃତିର ତାଜମହଲ ।

 

ତୁମର,

ମୀନା

 

ମୀନା ଦେଇଥିବା ଚିଠିଟି ପ୍ରବୀର ପଢ଼ିସାରିବା ପରେ ରାଗରେ ଗର୍ଜିଉଠି କହିଲା–ଛାଇପରି ମୋ ପିଛା ଧରିଛି ସେ ? ଲେଖିଛି ତମେ ଆସିବା ପୂର୍ବରୁ ହୁଏତ ମୁଁ ନଥିବି । ମୀନା ତାର କିଏ ? ତା’ ସହିତ ପ୍ରବୀର ଦାସର ସମ୍ପର୍କ କଣ ? ଗୋଟାଏ ଗୋଦାମରଦି ନିହାତି ବାଜେ Third class Candidate ହେବ ତା’ର ସ୍ତ୍ରୀ । ସାହସ ତ କମ୍ ନୁହେଁ ଦେଖୁଛି । ମୀନା ଯଦିଚ ଏଠାକୁ ଆସେ ତେବେ ତାକୁ ଗଳା ଧକ୍‌କା ଦେଇ ଗେଟ୍ ବାହାର କରିଦେବ ସେ ?

 

ଏହି ବିଲାତି ମଦ ଓ ଏ’ଇ ଗୀତା ଯଦି ମୋ ପାଖରେ ଅଛି ମୋର ସବୁ ଅଛି । ଗୀତା ମୋର ଜୀବନର ଆଲୋକ । ଶୟନ କକ୍ଷର ମଲ୍ଲୀକା–ସଂଗୀତର ରାଗିଣୀ, ବୀଣାର ଝଙ୍କାର ।

 

ଦିନପରେ ରାତି, ରାତିପରେ ଦିନ ଚକ୍ର ଘୂରି ଚାଲିଲା ପରି ରାଜୁ ଓ ଚପଳାର ମିଳନର ସ୍ରୋତ ବହି ଚାଲିଛି । କେତେ ମଧୁମୟ ବସନ୍ତ ସେ ବିତାଇଛି ।

 

ଚପଳା ମନ ଆଜି ଠିକ୍ ନାହିଁ । କାହିଁକି ତାଙ୍କରି ଲାଳସା ଭରା ନିଆଁକୁ ସେ ଆଜି ଡେଇଁ ପଡ଼ିଲା ? ରାଜୁ ବାବୁଙ୍କୁ ସେ ଯଦ୍ୟପି ପାଇ ନ ପାରେ ତେବେ ତା’ର ଅବସ୍ଥା କ’ଣ ହେବ । ମନରେ ତା’ର କେତେ କଣ ପାପ ଛୁଇଁଲା ଯଦି କିଛି ହୋଇଯାଏ ତେବେ....

 

କାହା ଆଗରେ ପାପର ବୋଝ ଧରି ଛିଡ଼ା ହେବ । ଦୁନିଆକୁ ଅବଶ୍ୟ ଫାଙ୍କି ଦେଇପାରେ, କିନ୍ତୁ ଛାତି ତଳର ଦାଗକୁ କ’ଣ ନୁଚାଇ ପାରିବ ? ହଁ ପୂର୍ବରୁ ଗୋଟାଏ ସମାଧାନ କରିନେବା ଉଚିତ । ଶେଷରେ ଏହି ରେଲ ଲାଇନ ହେବ ତା’ର ଜୀବନର ଶେଷ ରାସ୍ତା । କଲେଜ ସାରା ଆଜି ଚହଳ ପଡ଼ିଛି । ମୁକ୍ତ ଆକାଶର ବିହଙ୍ଗୀ ପରି ବୁଲୁଥିଲା ସେ । ଦୁନିଆଟା ତାକୁ ଅନ୍ଧାର ଦିଶିଲା । କିଛି ଭଲ ଲାଗିଲା ନାହିଁ । ତା’ ମୁଣ୍ଡଟା କ’ଣ ହୋଇଗଲା । ବିଛଣାରେ ପଡ଼ିଗଲା ସେ ।

 

ରାଜୁବାବୁ ଟେବୁଲ ଉପରୁ ରାଇଟିଂ ପ୍ୟାଡ଼୍‌ଟା ଝିଙ୍କି ଆଣି ଲେଖିବାକୁ ଆରମ୍ଭ କଲେ । କିନ୍ତୁ ଚିଠିଟାକୁ ଆରମ୍ଭ କରିବ କିମିତି ଭାବରେ । ସମ୍ୱୋଧନଟା ଖୁବ୍ ଭଲ ହେବା ଦରକାର । ଏତେ ଚିଠି ଦେଲାଣି କିନ୍ତୁ ସମ୍ୱୋଧନଟା ତା ମୁଣ୍ଡକୁ ପଶୁନି । ଲେଖିବି–ରାଜକୁମାରୀ ମୋର.....ନାଁ ଏ ଠିକ୍ ହେବନି । –ପ୍ରିୟା ମୋର......ଆଦିମ ଯୁଗର ସାହିତ୍ୟ ଏ ଯୁଗକୁ ଶୋଭା ପାଇବନି । –ହଁ ଏଇନେ ମୁଣ୍ଡକୁ ପଶୁଛି । ହଁ... ହଁ ମିଳିଗଲା । କଳ୍ପନା ଲେଖି ସାରିବା ପରେ ଯଦିଚ ଚାରିଟା ଡଟ୍ ଦିଆଯାଏ କ’ଣ ସୁନ୍ଦର ହେବନି ? ଚାରିଟା dot ରହିଲାଣି ଯେତେବେଳେ କମା ହେବାର ଦରକାର ନାହିଁ । ବାଃ Very beautiful idea ତା ପଛପଟେ ଚିଠି ଲେଖା ଆରମ୍ଭ କରିବା ବେଳଠୁଁ ଭାଉଜ ଛିଡ଼ାହୋଇ ଏ ଅଭିନୟ ସବୁ ଦେଖି ମୋ ଠୋ ଠୋ ହୋଇ ହସିଉଠିଲେ, କହିଲେ କିହୋ ବାବୁ କାହାର ମନ ସରୋବାରୋରେ ଫୁଟୁଛି ପଦ୍ମଫୁଲ । କଳ୍ପନା....ପ୍ରିୟା…କେତେଜଣ ସମ୍ବୋଧନ କରିଯାଉଛ । ସବୁ ବିଗାଡ଼ିଦେଲ ଭାଉଜ, ସବୁ ବିଗାଡ଼ିଦେଲ ପ୍ରତିବନ୍ଧକ ପକାଇ ଦେଲ ମୋ ଭାବନା ସୁଅରେ; କି Beautiful idea ସବୁ ମୁଣ୍ଡରେ ପଶୁଥିଲା । ଗଲା...ଗଲା ସବୁ ବିଗିଡ଼ିଗଲା । ଆଉ ଟିକିଏ ଖଟରେ ଗଡ଼ପଡ଼ ନ ହେଲେ ଏ Idea କ’ଣ ମୁଣ୍ଡରେ ପଶିବ । ଆଉ କଣ ଲେଖି ପାରିବି ।

 

–ଆଉ ଥାଉ ତୁମର ବକୃତା, ଆଜି ଭାଇ ଆସନ୍ତୁ । ଭାବନା ମୁଣ୍ଡରେ ବେଶ୍ ପଶିବ, ଭୟରେ ରାଜୁ ଥରି ଉଠିଲା । କହିଲା; ଭାଉଜ ତମ ଗୋଡ଼ତଳେ ପଡ଼ୁଛି ମୋ ରାଣ ଭାଇଙ୍କ ଆଗରେ କହିବନି । ତମେ ଜାଣିଛ C.I.D ତମେ । ତମ ଚକ୍ଷୁରେ କ’ଣ ବାଦ ଯାଇପାରିବି । ହଁ, ହଁ ମୁଁ ସବୁଜାଣେ ରାଜୁ । ଲୁଚାଇ ଆଉ ଲାଭ ନାହିଁ । ଭାଇ ଆସନ୍ତୁ ମୁଁ ଏ ପ୍ରସ୍ତାବ ପକାଉଛି ।

 

ଆଛା କହିଲ, ଭାଉଜ ଏ ସମ୍ୱୋଧନଟା ଏକଦମ୍ up–to–date ହୋଇଛି ନୁହେଁ ? ଭାଉଜ ମନକୁ ଆସିଲାନି । ସେ କହିଲେ, ହୃଦୟର ରାଣୀ ଲେଖିଥିଲେ ଖୁବ୍ ଭଲ ହେଇଥାନ୍ତା । ମୁଁ କହିଲି, ବର୍ତ୍ତମାନ ଯୁଗରେ ଏ ସମ୍ବୋଧନ ଶୋଭା ପାଇବ ନାହିଁ ଭାଉଜ । ଏ ଯୁଗ ଯେପରି ଆଗେଇଛି, ଉପେନ୍ଦ୍ର ଭଞ୍ଜଙ୍କ ଲେଖା ଆମକୁ ଭଲ ଲାଗିବ ନାହିଁ ।

 

ତେବେ ତମେ କହିବାକୁ ଚାହଁ, ହୃଦୟର, ସ୍ୱପ୍ନର ନନ୍ଦନ ଉପବନର ଏଗୁଡ଼ାକ ତା’ ହେଲେ ଆଧୁନିକ ନୁହେଁ ।

 

ନିଶ୍ଚୟ….ନିଶ୍ଚୟ ଏଥିରେ ମୋର ଆଉ ଯୁକ୍ତି ଦେଖାଇବାର କ’ଣ ଅଛି । ଭାଉଜ । ଏହି ନାଟକ ଆରମ୍ଭହେବା ପରେ ତେଣେ ଭାତ ଯେ ବରଫ ପାଲଟି ଗଲାଣି । ଭାଉଜଙ୍କ ଅନୁରୋଧ ଏଡ଼ି ପାରିଲି ନାହିଁ । କହିବାକୁ ଇଚ୍ଛା ହେଉ ନ ଥାଏ ଯଦିଓ ବାଧ୍ୟ ହୋଇ ବସି ପଡ଼ିଲି ।

 

ମନ ହେଲାନି ଖାଇବାକୁ । ତରତର ହୋଇ କ’ଣ ଦି’ଟା ଖାଇ ତେଲ ଦେଇ ପୁଣି କଲମ ଧଇଲି । ତମକୁ ମୁଁ କି ବାହା କରିଚି ଚପଳା, ତମେ ହେବ ମୋ ଗୃହଲକ୍ଷ୍ମୀ । ଗୋପନରେ ଆଉ କେତେଦିନ ଦୁନିଆକୁ ଫାଙ୍କିବା । କଲେଜ ସାରା ଆଜି ଚହଳ ପଡ଼ିଚି ।

 

ହଁ ଆହୁରି ଗୋଟିଏ ବିଷୟ ଆଜି ଲେଖୁଛି; ରାଗିବନି । ହୃଦୟର ପ୍ରିୟତମ.....ଦେବତା-। ଛି ଛି ସମ୍ବୋଧନଟା ନିହାତି ବାଜେ । (Third class) The world is progression ଦୁନିଆ ଆଜି ଆଗେଇ ଯାଇଛି । କେବଳ ତମେ ହିଁ ପଛେଇ ଯାଇଛ ଚପଳା, କଲେଜରେ ପଢ଼ି ମଧ୍ୟ ପୁରୁଣା କାଳିଆ କଥାଟାକୁ ତମେ ବଦଳେଇ ପାରିଲନି । Form the very beginning, love letterଟାକୁ ସେ ତମେ ଏପରି ଭାବରେ ଆରମ୍ଭ କରିବ ମୋତେ କଳ୍ପନା ନ ଥିଲା । କେତେଥର ତମକୁ ଚିଠି ଦେଲିଣି ଅଥଚ ତମେ ମୋ ଲେଖାକୁ Follow କରୁନା । Catch କରୁନା, ପଦ ସେବିକାର ପ୍ରଣାମ ନେବ ଏପରି ନ ଲେଖି ତମେ ଯଦି ଲେଖିଥାନ୍ତ ପ୍ରୀୟାର ଚୁମ୍ବନ ନେବ । ମୁଁ ଯେ କେଡ଼େ ଖୁସି ହୋଇଥାନ୍ତି । ହଁ କାଲି ସଂଧ୍ୟା ଛଅଟାରେ ମୋଗଲ ଉଦ୍ୟାନରେ ମତେ ସାକ୍ଷାତ କରିବାକୁ ଯେପରି ଭୁଲି ନ ଯାଅ ।

 

ତୁମର ନୂତନ ପ୍ରେମିକ

ରାଜ୍‌

 

ଚପଳା ରଜୁବାବୁଙ୍କ ଠାରୁ ଚିଠିଟି ପାଇ ନ ହସି ରହି ପାରିଲା ନାହିଁ । ଛି’ ଛି ଏପରି ଫାଜିଲାମି ମରଦ ପୁଣି ଦୁନିଆରେ ଥାନ୍ତି । କେତେ ମଧୁମୟ ବସନ୍ତ ତାଙ୍କ ସହିତ ବିତିଯାଇଛି । ତଥାପି ତାଙ୍କର ମନର ତୃଷା ମେଣ୍ଟିନି । ଗଭାର ବାସୀଫୁଲକୁ ପୁଣି ଏଡ଼େ ଆଦର । ସମ୍ୱୋଧନ, କ’ଣ ମୋ ସ୍ନେହ ତୁଳନାରେ ଏତେ ମୂଲ୍ୟବାନ, ସେଥିରେ ପୁଣି ବାବୁଙ୍କର ଲେଖା ହୋଇଛି, ପ୍ରଗତିଶୀଳ ଦୁନିଆରେ ତମେ ପଛେଇ ଯାଇଛ । କଲେଜ ଛାତ୍ରୀ ହୋଇ ମୋ ଲେଖାକୁ Follow କରୁନା, ମୋ ଲେଖାକୁ Catch କରୁନା । ହଉବାବା ତାଙ୍କରି କଥାରହୁ ।

 

ମଫସଲି ଝିଅ ଆମେ । କ’ଣ ଜାଣୁ ସହରର ଆଧୁନିକ ସଭ୍ୟତା । ମୋ ସମ୍ବୋଧନାଟା ନିହାତି ବାଜେ Third class, ତେବେ ତାଙ୍କ ଲେଖାକୁ ମୁଁ Follow କରିବି । ଯିଏ ମୋର ଅତି ଆପଣାର । ଅତି ଆତ୍ମୀୟ ତାଙ୍କ ପାଖରେ ପୁଣି ଅଭିମାନ କ’ଣ ।

 

ହଁ....ସତେ, ସେ ମତେ କେତେ ଭଲପା’ନ୍ତି । ଚିଠିରେ ସେ ଲେଖିଛନ୍ତି, ମୁଁ ତମକୁ ବିବାହ କରିବି ଚପଳା । ସତେ କ’ଣ ମନର କଳ୍ପିତ ଆଶା ବାସ୍ତବର ରୂପ ନେଇଁ ହସି ଉଠିବ ଧରଣୀ । ସତେ କ’ଣ ଅମାନିଶୀ ଅନ୍ଧାରେ ଆଶାର ସଳିତା ଜଳିବ ।

 

ମୋଗଲ ଉଦ୍ୟାନ...... ।

 

ପକ୍‌କା ବେଞ୍ଚ ଉପରେ ଲଗାଲଗି ହୋଇ ବସିଛୁ ସେ ଓ ମୁଁ । ଆମ ଦୁହିଁଙ୍କ ମନରେ ନୂଆ ଚମକ, ନୂଆ ଶିହରଣ ସଞ୍ଚରି ଉଠୁଥିଲା । ରାଜୁ ବାବୁ ମୋ’ରି କଅଁଳ ହାତଟିକୁ ଧରି କହିଲେ, ଏହି ଚନ୍ଦ୍ର, ଏହି ନୀଳ ଆକାଶର ଜ୍ୟୋସ୍ନା ପୁଲକିତ ନକ୍ଷତ୍ର ମଣ୍ଡଳ ତଳେ ତୁମରି ହାତଧରି ଶପଥ କରୁଛି ଚପଳା, ଏଇ ଜନ୍ମ ଜନ୍ମାନ୍ତରେ ଗୋଟିଏ ଜୀବନର ପଣଧରି ତୁମରି ଛାଇ ଆଲୋକରେ ଜଳି ଉଠିବ ମୋ ସୁନାର ଭବିଷ୍ୟତ । ମୋ ମନର ଅନ୍ଧାର ଘୁଞ୍ଚିବ । ମୋ ତୂଳୀର ସୂକ୍ଷ୍ମ ପରଶ ଦେଇ ତୁମ ସୀମାନ୍ତରେ ବୋଳିଦେବି ହିନ୍ଦୁ ନାରୀର ଆଦର୍ଶ ସିନ୍ଦୁରର ଟୀକା । ମୁଁ ହସିଲି । ସେ ମଧ୍ୟ ହସିଲେ ।

 

ମୋଗଲ ପୁଷ୍ପୋଦ୍ୟାନର ଅତର ମହକା ବସନା ପବନର ସ୍ତରେ ସ୍ତରେ ଭାସି ଆସୁଛି । ମୁଁ ବସିଛି ତାଙ୍କରି ପାଖରେ । ଚନ୍ଦ୍ରର ସଫେତ୍ ଛାଇ ପଡ଼ିଛି ବିଛେଇ ହୋଇ । ପ୍ରଣୟର ଫୁଲ ଶେଯ ହୋଇ ଉଠିଛି ଗାଢ଼ ଆରକ୍ତ ସେ କହିଲେ–’ଚପଳା’ ଏପଟକୁ ସାମାନ୍ୟ ଘୁଞ୍ଚି ଆସ–ହଁ, ହଁ ସେହିପରି । ତାଙ୍କରି ଅମୃତ ସରୁ ଓଠ ଚୁମ୍ବିତ ସରାବି ନିଶାରେ ଆତ୍ମା ବିଭୋର ହୋଇ ହଜିଗଲି ସ୍ଵପ୍ନର ପାରିଜାତ ରଙ୍ଗମଞ୍ଚରେ । ସେ...କହିଲେ, କି ସୁନ୍ଦର ତମେ ଚପଳା । ମୋ ମନକୁ ଜୟ କରିବା ପାଇଁ କେତେ କଣ ପ୍ରଶଂସା କରିଗଲେ । ମୋର ରୂପ ସମ୍ପଦ ତାଙ୍କ ମନରେ ନୂଆ ଚମକ ଖେଳାଇ ଥିଲା ।

 

ତୋଫାନ ବେଗରେ ଝଡ଼ପରି ପ୍ରବୀର ଭାଇ ଆସି ପହଞ୍ଚିଗଲେ । ଆମେ ଦୁହେଁ ମୋଗଲ ଉଦ୍ୟାନ ପକ୍‌କା ବେଞ୍ଚ ଉପରେ ବସିଛୁ, ଲଗାଲଗି ହୋଇ । ସେ ଆମ ଦୁହିଁଙ୍କୁ ଏପରି ଅବସ୍ଥାରେ ଦେଖି ରାଗରେ ଜଳି ଉଠିଲେ । ଭଦ୍ରତା ଖାତିରରେ ରାଜୁ ବାବୁଙ୍କ ସାମନାରେ ସେ କିଛି କହି ପାରିଲେ ନାହିଁ । ଭାଇଙ୍କୁ ଦେଖି କଲିଜାଟା ମୋର ଥରିଗଲା । ମୋର ଛାତିରେ ଛନକା ପଶିଲା । କ’ଣ କରିବି ଭାବି କିଛି ଠିକ୍ କରି ପାରିଲିନି । ଭୟରେ ଦେହ ଥରୁଥାଏ । ଅଶାନ୍ତିର ବୋଝଧରି ଘରକୁ ଫେରିଲି ।

 

ପ୍ରବୀର ବାବୁ ଆଜି ଅଫିସ ଗଲେନି । ମନ ଭିତରେ ଅଶାନ୍ତିର ଚକ୍ର ଘୂରିବାକୁ ଲାଗିଲା-। ବିଲାତ ଫେରନ୍ତା ଡାକ୍ତର ପ୍ରବୀର ଦାସର ଭଉଣୀ ହୋଇ କ’ଣ କଲା ସେ ? ତାଙ୍କର ଏତେ ବଡ଼ ସମ୍ମାନକୁ ଧୂଳିସାତ କରିଦେଲା । ଯୁବକର ଘର କେଉଁଠି ବଂଶର ପରିଚୟ ଜଣାନାହିଁ । ଚପଳାକୁ ଫାଙ୍କିଦେଇ ଯଦି ସେ ଚାଲିଯାଏ । ତେବେ ତା’ର ଅବସ୍ଥା କ’ଣ ହେବ ? କଲେଜ ଜୀବନରେ ଏହିପରି କେତେ ଘଟଣା ଘଟେ । ମନକୁ ବୁଝାଇ ଖୁବ୍ ଧୈର୍ଯ୍ୟ ସହକାରେ–ଚପଳାଠାରୁ ସମସ୍ତ ଘଟଣା ଶୁଣି ପ୍ରବୀର ବାବୁ କହିଲେ, ତୋ ଆଖିରେ ଲୁହ ଦେଇ ମୋର ଲାଭ କଣ ! ମୁଁ ଏହାର ଉଚିତ୍ ସମାଧାନ କରି ଦେଉଛି । ତୋର ଉପଯୁକ୍ତ ସ୍ଵାମୀ ତୁ ନିଜେ ବାଛିଛୁ । ଏଥିରେ ମୁଁ କାହିଁକି ଅରାଜି ହେବି । ଉଚ୍ଚ ଶିକ୍ଷିତ, ତୋର ହିତାହତଜ୍ଞାନ ଅଛି । ତୋତେ ଯେଉଁଟା ସୁନ୍ଦର ଦିଶୁଛି କର–ମୁଁ କାହିଁକି ତୁମ ଦୁହିଁଙ୍କ ମଝିରେ ଶତ୍ରୁ ହୋଇ ଛିଡ଼ା ହେବି ।

 

ଅନ୍ଧାର ଘୁଞ୍ଚିଗଲା । ଭାଇଙ୍କ କଥାରେ ତା’ ମନର ରଙ୍ଗିନ୍ ସ୍ୱପ୍ନରେ ଭାସିଗଲା ସେ । ଧନ୍ୟ ତାଙ୍କର ସ୍ୱର୍ଗୀୟ ମନୋବୃତ୍ତି । ତାଙ୍କରି ଆଦର୍ଶ ବାଟ ତା’ ମନରେ ଆଣିଛି ଉନ୍ମାଦନା, ନୂଆ ଚମକ । ଭାଇଙ୍କର ତା’ ପ୍ରତି କି ସ୍ନେହ, କି ଆନ୍ତରିକତା ସତେ । ସେହି ଜୋସ୍ନା ପୁଲକିତ ରଜନୀରେ ନିତିଦିନ କେତେ ଫୁଲ ଫୁଟେ କୋଇଲି ଡାକେ । ଆଞ୍ଜୁଳା ଆଞ୍ଜୁଳା ହୋଇ ଝରିପଡ଼େ ପ୍ରଣୟର ସହସ୍ର ଫୁଲ । କେତେ ହସ, କେତେ କାନ୍ଦର ଉଛୁଳା ଢେଉ ମିଳି ଏକାକାର ହୋଇଯାଏ ତାପରେ ଗୋଟାଏ ଝାପ୍‌ସା ଛାଇପରି ତାର ଦୃଷ୍ଟି ପଥରୁ ସେ ଅପସାରିତ ହୋଇଯା’ନ୍ତି ।

 

ଯେଉଁଠି ରଚିଥିଲା ସେ ମିଳନର ସ୍ତମ୍ଭ । ସେ’ଇ ଚୋରା ପୀରତିର ମନ୍ଦିରକୁ ପଛରେ ପକାଇ ଏହି ରାଜଧାନୀରେ ଓସାରିଆ ପିଚୁ ରାସ୍ତା ଉପରେ ପ୍ରଣୟର ଜୟମାଲ୍ୟ ଧରି ସେ ଯିବ କୁଳ ବଧୂ ରୂପରେ ରାଜୁ ହେବ ତାର ଆରାଧ୍ୟ ଦେବତା । ଓଃ କି ସୁନ୍ଦର, କି ରୋମାଣ୍ଟିକ ପରିକଳ୍ପନା ।

 

ମୀନା ଆଜି ଭାବୁଛି । ତା’ର ଲୁହଭିଜା ଜୀବନର ଇତିହାସ ଭାଗ୍ୟରେ ଥିଲେ ଆର ଜନ୍ମରେ ଫୁଲ ହୋଇ ଫୁଟିବ ସେ ତାଙ୍କରି କୋଳରେ । ଭାବିଥିଲି ତାଙ୍କ ପାଇଁ ତୋଳିବ ସେ ସୁବର୍ଣ୍ଣ ନିଳୟ, କିନ୍ତୁ–ସେ ଆଶା ଆଉ ତା’ର ନାହିଁ । ଦିଗ୍‍ବଳୟର ମନମତାଣିଆ ଆକାଶର ତାରକା ଗହଳିରେ ସେହି ବିକ୍ଷୋଭିତ ସାଗରର ତରଙ୍ଗରେ ଭାସି ଭାସି ଚାଲି ଯିବ ସେ । ସତେ ସେ ଆସିବେ ସମ୍ବର୍ଦ୍ଧନା କରିବାକୁ । ସେହି ସାଗରତୀରରେ ତାଙ୍କରି ବାଟ ଚାହିଁ ବସିଥିବି ।

 

ତମେ କହିଥିଲନା.....ଆସୁଝଡ଼, ଆସୁଝଞ୍ଜା; ପୃଥିବୀ ଗର୍ଭରେ ପତିତ ହୋଇଯାଉ । ଯେତେଦିନ ଯାଏ ଏ ଚନ୍ଦ୍ର ଥିବ, ଏ ଦୁନିଆ ଥିବ, ଯେତେ ଦିନଯାଏ ପାଣି ପବନ ପିଇ ଦୁନିଆରେ ମୁଁ ବଞ୍ଚିଥିବି, ସେତେଦିନ ଯାଏ ତମେ ମୋର.....ଓଃ...ସେଦିନର କଥା ଭାବିଲେ ବୁକୁ ତା’ର ତିଳ ତିଳ ହୋଇ ଫାଟିଯାଏ । କାଳର କରାଳ ସ୍ରୋତରେ ଧୋଇ ପୋଛି ନିଶ୍ଚିହ୍ନ ହୋଇ ଯାଇଛି ସେଦିନର ଶପଥ ।

 

ମନର ଦେବତା ଆଜି ଦିଗ୍‌ବଳୟର ମନମତାଣିଆ ନୀଳ ଆକାଶର ତାରକା ଗହଳିରେ କେଉଁ ଏକ ସୁରଭି ଉଦ୍ୟାନର ସୁନ୍ଦର ରାତ୍ରି ଉପଭୋଗ କରୁଥିବେ । ଥରେ ଦେଖିଯାଅ ସାଥି ମୀନାର ଲୁହ ଆଜି ଶିଶିର ଭିଜା କାଳର ହୋଇ ପଡ଼ିଛି ତା’ ବିଛଣାରେ ।

 

ଏଇ ପ୍ରବୀର ବାବୁ ତାର ହୃଦୟର ଆଶା ଅଭିଳାଷ ଜାଳି ଦେଇଛନ୍ତି । ଗୋଟିଏ ଗରୀବ ମଫସଲି ଝିଅକୁ ଆଶାର ଲହଡ଼ିରେ ଭସାଇ କ’ଣ ସେ ପାଇଲେ କେଜାଣି । କଣ୍ଠ ତାର ରୁଦ୍ଧ ହୋଇ ଆସିଲା । ଭାବି ପାରିଲି ନାହିଁ ଆଗକୁ ।

 

ଗୋଟାଏ ସ୍ଵପ୍ନ ଲହଡ଼ିର ଛାଇ ପଛରେ ଗୋଡ଼ାଇ ଲାଭକଣ ମା’ ମନକୁ ଯାହା ଭଲ ଲାଗୁଛି ସେ କରୁ । କାହିଁକି ତା ମନରେ କଷ୍ଟ ଦେବି ।

 

ମା’ କହିଲା, କିଏ କାହାରଲୋ, ବଞ୍ଚି ଥାଉଁ ଥାଉଁ ତୋତେ ହାତକୁ ଦିହାତ କଲେ ମୁଁ ନିଶ୍ଚିନ୍ତ ହେବି ।

 

ମୁଁ ଉତ୍ତର ନ ଦେଇ ଚାଲିଗଲି ବାରିଆଡ଼କୁ । ପ୍ରବୀର ବାବୁଙ୍କ ପାଇଁ ମନରେ ଭାରି କୋହ ଉଠିଲା, କାନ୍ଦିଲି, ଭାବିଲି, ଆତ୍ମହତ୍ୟା କରିବି । ଛି, ଛି, କଣ ମୁଁ ଭାବୁଛି ? ଏହି କଣ ନାରୀର ଧର୍ମ ଏହି କଣ ଭଲପାଇବାର ଆଦର୍ଶ । ଆତ୍ମହତ୍ୟା କରିବା ମହାପାପ । ନାଁ ନାଁ ତାଙ୍କରି ସ୍ମୃତିକୁ ଝୁରି ଝୁରି ସେ ମରିବ । ସେଇ ପୌରାଣିକ ଯୁଗର କେଦାର ଗୌରୀଙ୍କ ପରି ରଖି ଯିବ ସେ ଅମର କୀର୍ତ୍ତି ।

 

ପ୍ରବୀର ବାବୁଙ୍କ ପାଇଁ ଆଖିରୁ ଲୁହଝରି ଆସିଲା । ସତରେ କ’ଣ ପରଘରକୁ ଯିବାକୁ ହେବ । ମା’ କହୁଥିଲା ଆଜିରିବାର ବାହାଘର; ଚମକି ଉଠିଲି, ନା, ନା ଏ ବାହାଘର ହୋଇପାରିବ ନାହିଁ । ଯାହାଙ୍କ ଚରଣ ତଳେ ମନପ୍ରାଣ ଢାଳିଦେଇଛି । ତାକୁ କ’ଣ ପର କରି ଦେଇ ହେବ କେବେ ।

 

ମନେଅଛି ଅତୀତର ଫଗୁଣ ଫୁଲର ରୋଷଣୀ.....

 

ତାଙ୍କରି କୋଳରେ ଲତାଟିପରି ଛନ୍ଦିହୋଇ କହିଥିଲି । ତମେ ଯଦି ନ ଆସ ତେବେ ସମାଜକୁ ଡରି ମତେ ଦିନେ ପରଘରକୁ ଯିବାକୁ ହେବ । ସେ ମୋର କଅଁଳ ଗାଲରେ ମୃଦୁ ଆଘାତ କରି କହିଥିଲେ–ତମେ ମୋର ମମତାକୁ ବଙ୍ଗୋପସାଗରରେ ଫିଙ୍ଗିଦେଇ ପରଘରକୁ ଯେଉଁଦିନ ଚାଲିଯିବ ସେଦିନ ହୁଏତ ମୁଁ ଏ ଦୁନିଆରେ ନଥିବି । ଆଖିମୋର ଛଳଛଳ ହୋଇ ଉଠିଥିଲା କାହିଁକି ଏତେବଡ଼ କଥା ମୋ ମୁହଁରେ ପ୍ରକାଶକଲି ତେଣୁ ନିଜର ଭୁଲପାଇଁ ଜୀବନକୁ ଶତ ଧିକ୍‌କାର କଲି । ଅଭୁଲା ଅତୀତର ଦିନଗୁଡ଼ିକ ମୋ ଆଖିଆଗରେ ଜୀବନ୍ତ ମୂର୍ତ୍ତି ହୋଇ ଠିଆହେଲା । ସେଦିନ ବିଦାୟର ଶେଷ ଲଗନରେ ମୋ ଆଖିର ଲୁହ ପୋଛି ଦେଇ କହିଥିଲେ–ବାପ, ମା, ଜ୍ଞାତି କୁଟୁମ୍ବକୁ ଭୁଲିଯାଇ ପାରେ ହେଲେ ତୁମରି ହିମାଳୟ ପରି ଭଲପାଇବାର ଆଦର୍ଶକୁ ଭୁଲି ପାରିବି ନାହିଁ । ଏ ଜୀବନଟା ତମର, ତାଙ୍କବିନା ମୋ ଜୀବନଟା ଶୂନ୍ୟ ଲାଗିଲା, ପ୍ରବୀର ବାବୁଙ୍କ କଥା କେଇପଦ ତା ମନଟାକୁ ଜଳାଇ ପୋଡ଼ାଇ ମାରିଲା । କେବେ କେଉଁଦିନ କ’ଣ ଘଟିଥିଲା, ଛୋଟବଡ଼ ସବୁକଥା ତା ଆଖି ଆଗରେ ନାଚିଗଲା, କେତେ କାନ୍ଦିଲି । ମୋର ମନେହୁଏ ତାଙ୍କବିନା ଯେପରି ଆଉ ବଞ୍ଚିବିନି ।

 

ଘର ପାଖରେ ପହଞ୍ଚି ଦେଖିଲି, ଆମରି ଦୁଆରେ ଲୋକଟିଏ ଛିଡ଼ା ହୋଇଛି । ତାଙ୍କୁ ଦେଖି ସରମରେ କବାଟ ଆଢ଼ୁଆଳରେ ନୁଚିଗଲି । ମା’ କହିଲା, ବାପା ତୋରି ନିର୍ଭରରେ ରହିଲି । ହେବା ନ ହେବା କଥା ଜଲଦି ଖବର ପଠାଇବୁ ।

 

ସେ କହିଲେ, ନ ହେବା କଥା ଆଉ କହୁଛ କାହିଁକି ? ଯୋଗାଡ଼ କରିବାକୁ ଯାହା ଡେରି-

 

ଝରି ପଡ଼ିଲା ମୋ ଆଖିରୁ ଲୁହ ଦି’ ଟୋପା, ଭିତରକୁ ଚାଲି ଆସିଲି । ବିଛଣାରେ ମୁହଁ ମାଡ଼ି କଇଁକଇଁ ହୋଇ କାନ୍ଦିଲି ।

 

ମା କହିଲା, ମୀନା ଲୋ, ପଛ କଥା ମନେ ପକାଇ ମନ ଦୁଃଖ କଲେ ଆଉ କ’ଣ ହେବ । ଆମେ ଗରୀବ । ଗରୀବ ଆମର ସଂସାର । ମତେ ଆଉ ଲୋକହସା କରନା । ପିଲାଟି ମାଟ୍ରିକ୍ ପାସ କରିଛି । ବାପର ଗୋଟିଏ ବୋଲି ପୁଅ ସେ । ଜମି ପାଞ୍ଚ ମାଣ ଚାଷ । ପିଲାଟି କିରାନୀ ଚାକିରୀ କରୁଛି । ଭଲରେ ଚଳେ । ମୁଁ ମରିବି । ତୋତେ ସାତଥର ମୋ ରାଣ । ଏ ମଲା ବୁଢ଼ୀଟାକୁ ଜଳାଇ ପୋଡ଼ାଇ ମାରିଲେ ତୋର କ’ଣ ମଙ୍ଗଳ ହେବ ।

 

ମୋ ମନରେ ଛନକା ପଶିଲା । ମତେ ହେଲା ଜ୍ଵର । ବିଛଣାରେ ପଡ଼ି ରହିଲି ମୁମୂର୍ଷ ହୋଇ । ମୋ ବାହାଘର ଆଉ ଚାରୋଟି ଦିନ । ମୋର ଏ ଅବସ୍ଥା ଦେଖି ମା କହିଲା, ମୀନା ଲୋ; ତୋର କ’ଣ ହେଲା । ମୁଁ କହିଲି, ତୋରି କଥା ରହୁ, ଦୁନିଆ କଥା ରହୁ, ମଥାରେ ସିନ୍ଦୁର ବୋଳି, ବୋହୂ ସାଜି ମୁଁ ଯିବି ପର ଘରକୁ । ହେଲେ, ମୋ ମନ ଭିତରେ ଯେପରି କହିଦିଏ । ମୁଁ ଆଉ ବଞ୍ଚିବିନି । ଦୁନିଆର କୌଣସି ଶକ୍ତି ଆଜି ମତେ ଅଟକାଇ ପାରିବ ନାହିଁ । ତୋରି କଥା ମୁଁ ରଖି ପାରିଲିନି । ତୋରି କୋଳ ଶୂନ୍ୟ କରି ଆଜି ମୁଁ ଚାଲି ଯାଉଛି । ଯାହା ଦୋଷ କରିଥିବି ମନରୁ ପାଶୋରି ଦେବୁ । ଦୁନିଆ ଚକ୍ଷୁରେ ହୋଇପାରେ ମୁଁ କୁଳଟା, ହେଲେ, ତୋ ଚକ୍ଷୁର ତାରକା ମୁଁ । ତୋରି ଆଖି ଲୁହରେ ମୁଁ ମରିଯାଏ । ତୋରି ରକ୍ତରେ ମୋ ଶରୀରର ନୂଆ ଜନ୍ମ । ତୋ’ର ବୁକୁର ରକ୍ତ ପିଇ ଦୁନିଆଁ ଦାଣ୍ଡରେ ଛିଡ଼ା ହେଲି । ମୀନା ଯେଉଁଦିନ ତା କୋଳରେ ନୂଆ ହୋଇ ପ୍ରତିଷ୍ଠା ହେଲା, ସେଦିନ ତା ମନରେ ଶୁଭଶଙ୍ଖ ବାଜି ଉଠିଥିଲା । ତାରି ଭବିଷ୍ୟତ ପାଇଁ କେତେ କ’ଣ କଳ୍ପନାର ଅଟ୍ଟାଳିକା ଗଢ଼ିଥିଲା ସେ । ମୀନା ତାର ମଣିଷ ହେବ । ବଂଶର ଆଭିଜାତ୍ୟକୁ ଉଜ୍ଜ୍ୱଳ କରିବ । ଦୁଃଖ ତାର ଫେରିବ, ଭଲଘରେ ବହାହେବ । ଜାତିର ଟେକ ରଖିବ । ଆଶାତାର ଆଶାରେ ମିଳେଇ ଗଲା, କେଉଁ ଅଶୁଭ ବେଳାରେ ଅଦୃଶ୍ୟ ସ୍ରଷ୍ଟା ତାକୁ ପଠେଇଥିଲେ କେଜାଣି, ବଂଶର ଆଭିଜାତ୍ୟକୁ ସେ ମାଟିତଳେ ପକାଇ ଦେଲା ।

 

ଆଜି ସେ ଯାଉଚି, ଏ ସୁନାର ସଂସାର ଛାଡ଼ି ଯିବା ପୂର୍ବରୁ ସେ ତା’ର କଳଙ୍କିତ ଦୂଷିତ ଆତ୍ମାଟାକୁ ଧୋଇପୋଛି ନିଶ୍ଚିହ୍ନ କରିଦେବା ପାଇଁ ମା’ର ପାଦଧୂଳି ତା’ର ଲୋଡ଼ା । ସେହି ମା’ର ପବିତ୍ର ପାଦଧୂଳି ତାକୁ ଶେଷ ରାସ୍ତାରେ ପହଞ୍ଚାଇ ପାରିବ । ଓଃ ଆଉ କିଛି ସମୟପରେ ଏ’ଇ ସୁନେଲି ଆକାଶର ସ୍ମୃତିହଜା ବାରୁଦନିଆଁରେ ଜଳିଯିବ ସେ ।

 

ଏ ସୁନ୍ଦର ଦୁନିଆର ମୋହଛାଡ଼ି ଚାଲିଯିବାକୁ କାହାର କେବେ ଇଚ୍ଛାହୁଏ । ମୋର ଏ ଅବସ୍ଥା ଦେଖି ମା’ ମୋର କାନ୍ଦି ଉଠିଲା । ମାନତଳେ ବିରାଟ ଆଶା ଚେଇଁ ଉଠିଥିଲା । ଆଶା କୁସୁମର ପାରିଜାତ ଆଜି ତାର ହଜିଯାଇଛି–ହଜିଯାଇଛି ସ୍ୱପ୍ନର ରଂଗିନ ନିଶା ! ଛାଡ଼ିଯାଇଛି ହୃଦୟର ବୀଣା ! ଏ’ଇ ତାର ପିଲା ଦିନର ଅତିପରିଚିତ ସେ ଆମ୍ବତୋଟା ତାର ହସ କାନ୍ଦ ସବୁ ଦେଖିଛି ଏଇ ତୋଟା । ନିଜଦୁଃଖରେ ନିଜେଥିଲି କାହାର ଦୟା ସହାନୁଭୂତି କେବେହେଲେ ଆଶା କରିନଥିଲି । ଏ ଭୁଲପାଇଁ ଦାୟୀ କେବଳ ମୁଁ ? ଏ କଳଙ୍କର ବୋଝକୁ ନିର୍ମଳ କରିବାକୁ ଏକ ମାତ୍ର ରାସ୍ତା ମରଣ......ହଉ ତମେ ଥାଅ ସାଥି । ବେଳ ଗଡ଼ିଗଲାଣି । ଜୀବନରେ ଯାହା ଦୋଷ କରିଥିବି ଦୂରରୁ ହାତ ଯୋଡ଼ି କ୍ଷମା ମାଗି ନେଉଛି । ସେହି ପୁଷ୍ପିତ ଦୁନିଆର ସେପାରିରେ ରହି କରିବ ସେ ତାଙ୍କରି ପୂଜା, ତାଙ୍କରି ସାଧନା । ସେଇଠି ପୂର୍ଣ୍ଣ ହେବ ତାର କୁମାରୀ ଜୀବନର ପବିତ୍ର କାମନା । ଶେଷଥରପାଇଁ ଥରୁଟିଏ ଦେଖିପାରିଲେ ଜୀବନ ତାର ସାର୍ଥକ ହୁଅନ୍ତା । ଦୁନିଆଁ ଚକ୍ଷୁରେ ସିନା ମୀନା ତାଙ୍କର ପର, ହେଲେ ତା ମନରେ ଦେବତା ସେ । କଳ୍ପନା କୁଞ୍ଜର ଆଲୋକ ସେ ଶଙ୍ଖ ମହୁରୀ ସିନା ବାଜିନି, ହେଲେ ତା ମନର ମହୁରୀ ବାଜିଛି । ପ୍ରଣୟର ଫୁଲଫୁଟି ତାଙ୍କର କୋଳରେ ମଉଳି ଯାଇଛି । ସେ ତାର ଚିରଦିନର ସାଥି, ଅତିଆପଣାର ସେ । ଗୋଟାଏ ବୃନ୍ତରେ ଦୁଇଟି ଅତୃପ୍ତ ପ୍ରାଣର ଭଲପାଇବା ମିଳି ଏକାକାର ହୋଇଛି ।

 

ସେଇ ସରଗର ସୁରଭି ଉଦ୍ୟାନରେ ଫୁଲହୋଇ ଫୁଟିବି–ସବୁଦିନେ ସେ ଆସିବେ । ମୋର ସମ୍ବର୍ଦ୍ଧନା କରିବାକୁ । ସେଇ ଶିଶିରଭିଜା ଶବ ପାଖେ ପଡ଼ିଥିବ ମୀନାର ଲୁହ,–ବସିଥିବି ମୁଁ ତାଙ୍କ ବାଟକୁ ଚାହିଁ । ମୁଁ ଜାଣେ ମତେ ଛାଡ଼ି ସେ ବେଶିଦିନ ରହି ପାରିବେ ନାହିଁ । ସତେ ସେ ଆସିବେ, ମରଣର ବରଫ ଲତା ତଳେ ଫୁଟିବ ମିଳନର ଫୁଲ ।

 

ପ୍ରବୀର ବାବୁ ଘରେ ନ ଥିଲା ବେଳେ ଇଞ୍ଜିନିୟର ମନୋଜ ଦାସ ଆମଘରକୁ ବହୁବାର ଆସନ୍ତି । ପ୍ରବୀର ବାବୁ ତାଙ୍କର ଅନ୍ତରଙ୍ଗ ବନ୍ଧୁ । ସେହି ହିସାବରେ ସେ ଆମଘରକୁ ଯିବାଆସିବା କରନ୍ତି । ତାଙ୍କୁ ଦେଖିଲେ ମନରେ ଖେଲିଯାଏ ନୂଆଁ ଚମକ–ନୂଆ ଶୀହରଣ । ତାଙ୍କର ସୁନ୍ଦର ମୁହଁଟି ଭାସିଉଠେ ନୟନ କୋଣରେ । ମନ ଉଚ୍ଛନ୍ନ ହୁଏ, ତାଙ୍କର ଓସାରିଆ ବକ୍ଷରେ ଥରୁଟିଏ ଆଉଜାଇ ହୋଇ ମନର ତୃଷ୍ଣା ମେଣ୍ଟାଇବା । ତାର ଅଭାବ କେବଳ ସେହି ମନୋଜ ଦାସ । ସତେ ସେ ତାଙ୍କୁ ପାଇବ ।

 

ମତେ ପାଇବାର ତାଙ୍କର କୌଣସି କାମନା ଥିଲା କି ନା, ତା ମୁଁ କହି ପାରୁନି, ତଥାପି ତା’ ଜାଣିବାରେ ସେ କୌଣସି ବସ୍ତୁକୁ ଉଦ୍ଦେଶ୍ୟହୀନ ଭାବେ ଚାହିଁବା ଭଳି ସେ ମତେ ଚାହୁଁଥିଲେ । ତା ପ୍ରତି ତାଙ୍କର ଶ୍ରଦ୍ଧା ଓ ସମ୍ମାନ ଥିଲା ।

 

ସେଦିନ ପ୍ରବୀର ବାବୁ ଘରେ ନାହାଁନ୍ତି । ଦୁଇଦିନ ହେବ ଗୋଟାଏ କାନ୍‌ସର ରୋଗୀର ଚିକିତ୍ସା କରିବାକୁ ସେ ବମ୍ବେ ଯାଉଛନ୍ତି । ତାର ରସାଣିତ ଭରା ଯୌବନକୁ ଖୁବ୍ ସୁନ୍ଦର ଭାବରେ ନିଜକୁ ସଜାଇ ସେ ଚାହିଁଛି ନୀଳ ଆକାଶର ତାରକା ପୁଞ୍ଜକୁ । ପବନର ସ୍ତରେ ସ୍ତରେ ଅତର ମହକା ବାସନା ଭାସି ଆସୁଛି । ଲହୁଣି ପରି କଅଁଳ ମନ ତାର ଆକୁଳେ ଚାହିଁଛି । କେଉଁ ସ୍ଵପ୍ନପୁରୀର ରାଜକୁମାରଙ୍କ ଆସନ୍ନ ଆକ୍ରମଣକୁ ।

 

କୋଠା ଉପରେ ବସି ଏଣୁ ତେଣୁ କେତେ କଥା ଭାବୁଛି । ରାତ୍ରି ନଅଟା । ଦେଖିଲି–କୋଠା ସାମନାରେ ଗୋଟାଏ ହର୍ଣ୍ଣ ବାଜି ଉଠିଲା । ହଠାତ୍ ମୋର ଦୃଷ୍ଟି ପଡ଼ିଲା, ମନୋଜ ଦାସଙ୍କ ଉପରେ । ତାଙ୍କୁ ଦେଖି ଲଜ୍ଜାରେ ଘର ଭିତରକୁ ପଶିଗଲି । ତଥାପି ମନ ବୁଝିଲାନି । ବାହାରକୁ ଆସି ଟିକିଏ ଚାହିଁଦେଲି । ସମସ୍ତେ ବାହାର କଥା ସିନା କହିବେ ହେଲେ,–ମୋ ଭିତର କଥା କିଏ ବୁଝିବ । ଖୁବ୍ ଧୈର୍ଯ୍ୟର ସହିତ ନିଜକୁ ସଂଜତ କରି ଲଜ୍ଜା ଓ ସଂକୋଚକୁ ବାହାରେ ପକାଇ ଖୁବ୍ ଭଦ୍ରତାର ସହିତ ମନୋଜ ବାବୁଙ୍କୁ ଘରକୁ ଡାକି ନେଲି । କେତେଥର ସେ ଆସନ୍ତି ଆମ ଘରକୁ । କିନ୍ତୁ ଆଜି କାହିଁକି ଅଜଣା ଆଶଙ୍କାରେ ମନର ଅଙ୍ଗନେ ଅଙ୍ଗନେ ସୃଷ୍ଟି କରୁଥିଲା ନୂଆ ଆଲୋଡ଼ନ ଓ ସ୍ପର୍ଶ ଜନିତ ଶିହରଣରେ ଦେହମୋର ଥରି ଉଠିଲା । ଗୋଟିଏ ଦିନ ତାଙ୍କୁ ନ ଦେଖିଲେ ମୋର ମନେହୁଏ ସତେ ଯେପରି କ’ଣ ଗୋଟାଏ ମୂଲ୍ୟବାନ ଜିନିଷ ମୁଁ ହରାଇ ବସିଛି । ଆଜି ତାକୁ ମୁଁ ଖୁବ୍ ନିରୋଳାରେ ପାଇଛି । ମୋ ମନଭିତରେ ଖେଳି ଯାଉଛି କେତେ ନୂଆ ସ୍ପନ୍ଦନ ।

 

ସେ ମୋ ପାଖକୁ ପାଖେଇଆସିଲେ । ସେ ଯେତିକି ପାଖେଇ ଆସୁଥାନ୍ତି, ମତେ କାହିଁକି ସେତିକି ଭାରି ଭଲ ଲାଗୁଥାଏ । ମତେ ପାଇବାର କୌଣସି କାମନା ଥିଲା ପରି ମନେ ହେଉଥିଲା, ତଥାପି ମତେ ତାଙ୍କର ଅତିନିକଟରେ ରଖି କଥାବାର୍ତ୍ତା କରିବାକୁ ସେ କାହିଁକି ବ୍ୟାକୁଳ ହୋଇ ଉଠିଥିଲେ । ମୁଁ ତାଙ୍କର ମନୋଗତ ଭାବନା ବୁଝିପାରି ତାଙ୍କର ଅତିନିକଟକୁ ପାଖେଇ ଆସିଲି ।

 

ସେ ମୋଠାରୁ ଦୂରେଇ ଯିବାକୁ ଚେଷ୍ଟାକଲେ, କହିଲେ,–ପ୍ରବୀର ବାବୁ ଘରେ ନାହିଁ ମୁଁ ଯାଉଛି ।

 

ସତେ ଯେପରି ଏ ନିରୋଳା ଚନ୍ଦ୍ରାଲୋକିତ ରଜନୀରେ ସରଗର ପାରିଜାତ ମୋ ଦୁଆରେ ବିଛେଇ ହୋଇ ପଡ଼ିଛି । ମୋର ରସାଣିତ ଭରା ଯୌବନ ଉନ୍ମାଦିନୀ ହୋଇ ଉଠିଲା । କଳ୍ପନାର ପଦ୍ମଫୁଲ ମୋର ହୋଇଉଠିଲା ଗାଢ଼ୁଆରକ୍ତ । ମନୋଜ ବାବୁଙ୍କୁ ଛାଡ଼ିବାବୁ ଇଚ୍ଛାମୋର ହେଉ ନ ଥାଏ । ସେ ଚାହିଁଛନ୍ତି ମତେ ଆଉ ମୁଁ ଚାହିଁଛି ତାଙ୍କୁ ।

 

ତାଙ୍କର ସେହି ଅସ୍ପଷ୍ଟ ସଂଳାପଭିତରେ କି କାମନା ନୁଚି ରହିଥିଲା, ତା ମୁଁ ବେଶ୍ ବୁଝିପାରିଲି । ଲଜ୍ଜାର ଅରୁଣିମା ଫୁଟାଇ ତାଙ୍କରି ଉଜ୍ଜ୍ୱଳ ମୁହଁକୁ ଚାହିଁ ଟିକିଏ ହସିଦେଲି । ସେ ମଧ୍ୟ ହସିଲେ । ସେ ମୋର ଅତିନିକଟକୁ ପାଖେଇ ଆସି କହିଲେ, ତମକୁ ମୁଁ ପ୍ରାଣଠାରୁ ଅତି ଭଲପାଏ ଗୀତା । ତୁମେ ମୋର ଦୀର୍ଘ ଦିନର ଅତୃପ୍ତ ଆଶା ମୋର ବାସ୍ତବରେ ପୂରଣ ହୋଇଛି । ତୁମକୁ ମୁଁ ନିରୋଳାରେ ପାଇଚି । ଏହା ଭଗବାନଙ୍କର ଦାନ । ଏହା କହି ମୋର କଅଁଳ ହାତଟିକୁ ଧରି ପକାଇବାକ୍ଷଣି ସ୍ପର୍ଶ ଜନିତ ଶୀହରଣ ଦେହସାରା ସଞ୍ଚରି ଉଠିଲା ବାତ କମ୍ପିତ ଲତାଟି ପରି ମୁଁ ଅବଶ ହୋଇ ବସି ରହିଲି ତାଙ୍କରି ପାଖରେ ।

 

ମନୋରମ ବସ୍ତୁଦ୍ୱରା ସୁସଜ୍ଜିତ ଏକ ମୂଲ୍ୟବାନ ପଲଙ୍କରେ ଦୁହେଁ ବସିଛୁ ଲଗା ଲଗି ହୋଇ । ରାତ୍ରିର ଏ ଆଲୋକ ମିଶା ରୋମାଞ୍ଚ କଅଁଳ ପାରିଜାତର ହିମା ସ୍ପର୍ଶରେ ଦେହ ମୋର ଶୀହରି ଉଠିଲା । ସେ କହିଲେ–ଗୀତା ମୋ ଆଡ଼େ ଚାହିଁଲ–ହଁ, ହଁ ସେହିପରି ତାପରେ ସେ ମୋ କଅଁଳ ଗାଲରେ ବୋଳିଦେଲେ ମମତାର...... ।

 

ତାଙ୍କର ସେହି ଅସ୍ପଷ୍ଟ ସଂଳାପ ଭିତରେ କି କାମନା ଥିଲା ମୁଁ ବୁଝି ପାରିଲି । ଏହି ଅବସରରେ ସେ ମତେ ତାଙ୍କର କୋଳକୁ ଟାଣି ନେବାକୁ ଚେଷ୍ଟା କଲେ ଓ ତାଙ୍କର ଏହି କାର୍ଯ୍ୟ ପ୍ରସଙ୍ଗରେ ମୁଁ ଯେପରି ସଚେତନ ନ ହେବି ସେଥିପାଇଁ ନିଷ୍ଫଳ ଚେଷ୍ଟା ମଧ୍ୟ କରୁଥିଲେ । ସେ ଏପରି କରିନଥିଲେ ବି ମୁଁ ଆପତ୍ତି କରି ନଥାନ୍ତି । କାରଣ ମୋର ବହୁଦିନର ଅତୃପ୍ତ ସାଇତାଦାନ ଛପି ରହିଥିଲା ତାଙ୍କରି ପାଇଁ । ତାପରେ ତାଙ୍କରି ରକ୍ତିମ ସରୁ ଓଠ ଚୁମ୍ବିତ ଆଲୋକରେ ଆଲୋକିତ ହୋଇ ହଜିଗଲି ସ୍ୱପ୍ନର ରଙ୍ଗିନ୍ ନିଶାରେ । ତାପରେ.....ତାପରେ ଦେଖିଲି ନୂଆ ଜଗତ । ସେଦିନର ମୁହୂର୍ତ୍ତ ଚିର ଆରାଧ୍ୟ ହୋଇ ରହିଲା ମୋ ହୃଦୟ ମନ୍ଦିରରେ ।

 

ସୁନ୍ଦର ସକାଳ । ଝରକା ସବୁ ଖୋଲା ଅଛି । ଖିଲ ଖିଲ ହସରେ ହସରେ ଜୁଆର ଉଚ୍ଛୁଳି ପଡ଼ୁଛି । ଧୀରେ ଧୀରେ ଅଗ୍ରସର ହେଲ ପ୍ରବୀର । ସେହି ତା’ର ପ୍ରିୟାର ଶୟନ କକ୍ଷକୁ । ଦେଖିଲା–ଗୀତା ଶୋଇଛି,–ଇଞ୍ଜିନିୟର ମନୋଜ ଦାସ କୋଳରେ । ମୁଣ୍ଡ ତା’ର ବାତଚକ୍ର ପରି ଘୂରିଲା । ମୁଣ୍ଡରେ ତାର ଶତ ବୃଶ୍ଚିକର ଜ୍ୱାଳା । ଦେହସାରା ଖେଳିଗଲା ଶତ ଶତ ନିଆଁ ହୁଳା । ଭାବିଲା, ଆଜି ଏ ଶଇତାନକୁ ଖୁନ୍ କରି ତାର ରକ୍ତରେ ରାକ୍ଷସୀ ଗୀତାର କଳଙ୍କ ଶରୀରଟାକୁ ଧୋଇ ପୋଛି ନିଶ୍ଚିହ୍ନ କରିଦେବ ସେ । ଖୁବ୍ ସାହସର ସହିତ ରିଭଲଭର ଧରି ଆଗେଇଲା । ଗୀତା ଏ ସବୁ ରହସ୍ୟ ଲକ୍ଷ୍ୟକରି ପ୍ରବୀର ସାମନାରେ ବୀର ନାରୀ ପରି ମରଣକୁ ଜୟମାଲ୍ୟ ସ୍ୱରୂପ ବରଣ କରି ଛିଡ଼ା ହୋଇଛି । ଓଃ....କି ଭୀଷଣ–କି ସାଙ୍ଘାତିକ ଏ ଗୀତା । ଖୁବ୍ ସାହସର ସହିତ ମୋ ଗୁଳିର ଆୱାଜ ଓ ରକ୍ତ ଚକ୍ଷୁକୁ ଫ୍ରୁତ୍‍କାରରେ ଉଡ଼ାଇ ଦେଇ କହିଲା–ତମେ ମତେ ଓ ମନୋଜ ଦାସ ଇଞ୍ଜିନିୟରକୁ ଗୁଳିରେ ମାରିବା ପୂର୍ବରୁ ତମେ ପ୍ରସ୍ତୁତ ହୁଅ ପ୍ରବୀର । ଗୀତାର ଏ ସାହାସ ଦେଖି ମନୋଜ ଦାସର ମଲା ରକ୍ତ ଜୀବନ୍ତ ହୋଇ ଉଠିଛି । ସେ ଖୁବ୍ ସାହସର ସହିତ ଧୂମକେତୁ ପରି ଦୁହିଁଙ୍କ ମଝିରେ ଛିଡ଼ା ହୋଇ ଜବାବ ଦେଇଛି ।

 

Prabir get ready before you shoot me. Do you think I will run away by the threat of your revolver, disappointed? Do you think your shoot can shift Red Eyes Engineer Manoj Das even by an inch ? You cannot shoot me. Prabir, you cannot shoot me. You do not have the courage for it. ‘Gita’ has brought me here I have spent many pleasant nights in the flowery lap of Gita’ She is a rose to me. She has brought me down to the earth in the dim light of the wet half moon. I have sought no shelter in her flowery favour for bade her intoxicated by the smell of her have and affection. Come ‘Gita’ Engineer Manoj Das is here before you. Allow me to pass away in your delicate soft hands. I have never asked for a favour from you, If you decide to shoot the engineer Manoj Das with your innocent looks, then I will willingly run in to your left and meet my end, My eyes are full with tears wet. I don’t know why for my Manoj I felt as if I stood as a barrier with all my courage against the shoots and the red eyes of Prabir, Get out Prabir, I courageously reported, I worship you but don’t poison the fountain of my love. He has come to this world to play the game of love with the youth. He does not want to pine a way inch by inch. Infatuated he will bestow his love on me. I have attracted countless young man, with my looks. suffers eye. I challenge you Prabir. I challenge if you can kill me, before you can lay your hands on Engineer Manoj Das. So that all your obstacle’s will be cleared.

 

ତମେ ମତେ ଗୁଳିରେ ମାରିବା ପୂର୍ବରୁ ତମେ ପ୍ରସ୍ତୁତ ହୁଅ ପ୍ରବୀର ତମେ କଣ ଭାବିଚ ଏଇ ରିଭଲଭର ଧମକରେ ମୁଁ ଚାଲି ଯିବି ହତାଶର ବୋଝ ଧରି । ତମେ କଣ ଭାବିଚ ତମର ଗୁଳିର ଆୱାଜ ତମର ରକ୍ତ ଚକ୍ଷୁ ମନୋଜ ଦାସ ଇଞ୍ଜିନିୟରକୁ ଗୋଟିଏ ଇଞ୍ଚ ଘୂଞ୍ଚାଇ ପାରିବନି ପ୍ରବୀର...ତମେ ମାରି ପାରିବନି । ସେ ସାହସ ତମର ନାହିଁ । ଗୀତା ମତେ ଏଠାକୁ ଆଣିଛି । ତାରି ଫୁଲପରି ନରମ କୁସୁମ କୋଳରେ–କେତେ ଚାନ୍ଦିନୀ ବିତି ଯାଇଛି । ସେ ମୋର ଏକଇ ଗୋଲାପ ଭିଜା ଅଷ୍ଟମୀ ଚାନ୍ଦର ପାଣ୍ଡୁର ଆଲୋକରେ ସେ ମତେ ଟାଣି ଆଣିଛି...ଧରାର ଭରା ବକ୍ଷକୁ । ତାରି ବୁକୁଭରା ସ୍ନେହ–ସୋହାଗ ତାରି କଅଁଳ ଫୁଳର ବାସନାରେ ମତୁଆଲା ହୋଇ ତାରି କୁସୁମ ଛାଇ ତଳେ ଆଶ୍ରୟ ନେବାକୁ ଆସିଛି । ଆସ ଗୀତା ମନୋଜ ଦାସ ଇଞ୍ଜିନିୟର ଛିଡ଼ା ହୋଇଛି ତମ ସାମନାରେ । ତମ ଫୁଲପରି ନରମ ହାତରେ ମୁଁ ମରିଯାଏ । ମୁଁ ତ କେବେହେଲେ ମାଗି ନ ଥିଲି ତୁମର ଦାନ । ତୁମର ସରଳ ଆଖିର ଚାହାଣୀ, ସରଳ ଆଖିର ସରାବି ନିଶାରେ ମତେ ଟାଣିନେଇ ତମେ ଯଦି ମନୋଜ ଦାସ ଇଞ୍ଜିନିୟରକୁ ମାରି ଦେଇ ଶାନ୍ତି ପାଇବ ତେବେ ହସି ହସି ଡେଇଁ ପଡ଼ିବି ତୁମର ମମତା ପରିଧିକୁ । ଆଖିମୋର ମନୋଜ ବାବୁଙ୍କ ପାଇଁ ଛଳଛଳ ହୋଇ ଉଠିଲା । ଆଖିରେ ଆଖିଏ ଲୁହ, ମନୋଜ ବାବୁଙ୍କ ପାଇଁ କାହିଁକି ପ୍ରାଣ ତା’ର ହାହାକାର ହୋଇ ଉଠିଲା । ପ୍ରବୀର ବାବୁଙ୍କ ରକ୍ତଚକ୍ଷୁ ଓ ଗୁଳିର ଆୱାଜକୁ ଫୁତ୍‌କାରରେ ଉଡ଼ାଇ ଦେଇ ଝଡ଼ପରି ମଝିରେ ଛିଡ଼ାହୋଇ ଖୁବ ସାହସର ସହିତ କହିଲା–ତମେ ଚାଲିଯାଅ ପ୍ରବୀର । ତମେ ହୋଇପାର ମୂର୍ତ୍ତିମନ୍ତ ପୂଜାର ଅକ୍ଷୟ ତା’ ବୋଲି ମୋ ଭଲ ପାଇବା ସୁଅ ମଝିରେ ବିଷ ଭରିବାକୁ ଚେଷ୍ଟା କରନା । ରଂଗିନ ଦୁନିଆର ରଂଗିନ ପଥରେ ରଂଗିନ ଯୁବକମାନଙ୍କ ସହିତ ଖେଳିବ ଖେଳ । ଗୋଟିଏ ପୁରୁଷର ଆଖିର ଆଲୋକରେ ଜୀବନକୁ ତିଳତିଳ କରି ଶରତ ସକାଳର ଝରାଫୁଲ ପରି ଝରିଯିବାକୁ ସେ ଚାହେଁନା । ପ୍ରଣୟର ରଂଗିନ ନିଶାରେ ରଂଗିନ ସୁରା ପାନକରି ଅଜାଡ଼ି ଦେବ ସେ ବୁକୁଭରା ସ୍ନେହ । ଏଇ ଫୁଲର ବାସନା, ଏଇ ଆଖିର ଚାହାଣୀରେ ଟାଣି ନେବ ସେ ଦୁନିଆର ଅଗଣିତ ଯୁବକମାନଙ୍କୁ । ମନୋଜ ବାବୁ ଇଞ୍ଜିନିୟରକୁ ମାରିବା ପୂର୍ବରୁ ତମେ ମତେ ମାରିଦିଅ ପ୍ରବୀର ତୁମ ବାଟରୁ କଣ୍ଟା ସାଫ୍ ହୋଇଯିବ । ବୁକୁର ମର୍ମ୍ମଭେଦି ଦୁଃଖକୁ ଚାପିରଖି–ହତାଶାର ଦୀର୍ଘଶ୍ଵାସ ଛାଡ଼ି–ପ୍ରବୀର ଫେରିଗଲା ।

 

ଯିଏ ମୋର କୋମଳ ପରାଣ ତଳେ ତୋଳିଥିଲା ଅମର ମନ୍ଦାକିନୀ । ଯିଏ ମୋର ସୁଖ ଶାନ୍ତି ପାଇଁ ପୂଜାର ଜାଗର ଜାଳି ଆକୁଳ ନୟନରେ ମୋ ବାଟ ଚାହିଁଛି । ଯାହାର ରସାଣିତ ଭରା ଯୌବନର ଛାଇତଳେ ମତୁଆଲା ହୋଇ ସୃଷ୍ଟି ହୋଇଥିଲା ପ୍ରବୀର ଦାସର ନୂଆଜନ୍ମ । ଯିଏ ତାର ହୃଦୟରେ ପ୍ରତ୍ୟେକ ଅଣୁ କୋଣରେ ବୋଳି ଦେଇଥିଲା ମମତାର ଚନ୍ଦନ, ଯିଏ ତାର ପୂଜାର ଚୁମ୍ବନ ପିଆସୀ, ଯିଏ ତାର ସ୍ମୃତିରତାଜ, ଯିଏ ତା’ର ସରଗ । ତମେ କେଉଁଠି ଅଛ ମୀନା ? ମୋତେ ଏ ଦୁର୍ଦ୍ଦିନରେ ସାହାଯ୍ୟ କର । ତମେ ଯେଉଁ ଦୁଃଖ ନୈରାଶ୍ୟ ଦୁନିଆରେ ବଞ୍ଚିରହି ଯେଉଁ ଲୁହ ଢାଳୁଛ, ସେ ଲୁହ ନୁହେଁ ମୀନା । ସେ ତୁମର ବୁକୁର ନିଗଡ଼ା ରକ୍ତ । ତମରି ଲୁହରେ ଆଜି ସୁନାର ସଂସାର ମୋର ହୋଇଛି ରକ୍ତାକ୍ତ । ଇସ୍‌.....କି ଭୀଷଣ । କି ଭୟାବହ ଏ ରାକ୍ଷସୀର ଚକ୍ରାନ୍ତ । ହେ ଅଦୃଶ୍ୟ ଦେବତା ତମେ ଆଜି କେଉଁଠି ? ମତେ ଏ ନରକରୁ ଉଦ୍ଧାର କର । ମନ ଭିତରେ ଯେପରି କିଏ ଶତ ସହସ୍ର ନିଆଁ ମଶାଲ ଗୁଞ୍ଜିଦିଏ । ପ୍ରାଣ ମୋର ବିକଳେ ହାଃ–ହାଃ କାର ହୋଇ ଉଠିଲା । ଜଗତଟା ଯେପରି ମୋ ଚାରିପଟେ ଘୂରୁଛି ।

 

ତାଙ୍କର ପାଦତଳେ ପଡ଼ି ତା ଭୁଲର ପ୍ରାୟଶ୍ଚିତ କରିବ ସେ । ପ୍ରବୀର ଗୋଡ଼ତଳେ ପଡ଼ି କେତେ କାକୁତି ମିନତିରେ ଲୋଟି ଗଲା, କିନ୍ତୁ ସେ ଅଟଳ । ଗୀତାକୁ ଗୋଡ଼ରେ ଆଡ଼େଇ ଦେଇ ସେ କହିଲା ‘ରାକ୍ଷସୀ’ ଆଜି ତୋର ଜଳନ୍ତା ନିଆଁରେ ଝାସଦେଇ ମୋ ସୁନା ଘରକୁ ଚୂନା କରିଛି । ଆଜି ପ୍ରବୀର ଦାସର ପାଦତଳେ ପଡ଼ି ଭୁଲ ମାଗିବାକୁ ଲଜ୍ଜା ଆସୁନାହିଁ । ତୁମର ସୁଖ ଶାନ୍ତିପାଇଁ ଜ୍ଞାତିକୁଟୁମ୍ବକୁ ପର କରିଦେଲି । ଅନ୍ତରରେ ହଳାହଳ ବିଷ ରଖି, ହୃଦୟରେ କପଟତା ଭରି, ଓଠରେ ଅମୃତ ଭାଷାପ୍ରୟୋଗ କରି ମୋ ସହିତ ପୁଣି ତମର ଏ କୂଟ ଚକ୍ରାନ୍ତ । ଦୂରେଇ ଯାଅ ମୋ ସାମନାରୁ । ତୁମ ପାଇ ମନୋଜ ଦାସର ପ୍ରଣୟ କବାଟ ଖୋଲାଅଛି । ସେଇ ତମକୁ ଶେଷ ରାସ୍ତାରେ ପହଞ୍ଚାଇ ପାରିବ । କି ଭୀଷଣ, କି ସାହସ ତମର । ଏତେ ଭୁଲ କରି ସୁଦ୍ଧା ତମେ ଆଜି ମୋ ନିକଟରେ ଛିଡ଼ା ହୋଇଛ । ଛି, ଛି ଅନ୍ୟ କେହି ହୋଇଥିଲେ ଏହି ମହଲ ଉପରୁ ଡେଇପଡ଼ି ପ୍ରାଣ ହରାଇ ଦେଇଥାନ୍ତା ।

 

ଫେରି ଆସିଛି ସେ ବାସ୍ତବ ଦୁନିଆଁକୁ । ଖୋଜି ବୁଲିଲା ମୀନାର ଭଲ ପାଇବାର ଆଦର୍ଶ । ଚିତ୍କାର କରି ଉଠିଲା ସେ । ସେଇ ତା’ର ଚିରପରିଚିତ ଆମ୍ବତୋଟା । ସେଇ ଭଙ୍ଗାକୁଡ଼ିଆର ଛାଇତଳେ କେତେ ହସକାନ୍ଦର ନଈ ବହି ଯାଇଛି । ସବୁ ଦେଖିଛି ସେଇ ଆମ୍ବତୋଟା । ଭଙ୍ଗା କୁଡ଼ିଆ ସେ ନୁହେଁ, ସେଇ ତାର ମିଳିତ ଜୀବନର ସ୍ମୃତିର ମନ୍ଦିର ।

 

ଆଜି ଚପଳାର ବାହାଘର । କୁଳର ପ୍ରଥା ଅନୁସାରେ ଜନ୍ମମାଟିର ମମତା ଛାଡ଼ି ସେ ଯିବ ପରଘରକୁ । ସେଇ ତା’ର ପୂଜାର ଦେବତାଙ୍କ ଚରଣ ତଳେ ଥୋଇଦେବ ମମତାର ଜୟ ମୂଲ୍ୟ । ନିତିଦିନ ତାଙ୍କରି କୋଳରେ ଫୁଲ ହୋଇ ସେ ଫୁଟିବ । ରାଜୁ ହେବ ତାର ଚିରଦିନର ଦେବତା । ସେଇଠି ପୂର୍ଣ୍ଣ ହେବ ତା’ର କୁମାରୀ ମନର ସାଧନା ।

 

ପ୍ରବୀର ଆଜି କେତେ କ’ଣ ଭାବି ଯାଉଚି । ତା’ ମୀନା ଯଦି ପାଖରେ ଥାନ୍ତା କେଡ଼େ ଖୁସି ହେଉଥାନ୍ତା ସେ । ପ୍ରବୀର ଆଖିରୁ ଝରି ପଡ଼ିଲା ଲୁହ କେଇ ଧାର । ମନ ଭିତରେ ଉଠିଲା ଝଡ଼ । ଆତ୍ମା ତାର ବିଳପି ଉଠିଲା । ପୀରତିର ଜାଗର ଜାଳି ପ୍ରବୀରର ସୁଖ ଶାନ୍ତି ପାଇଁ ଦେବତାଙ୍କ ଚରଣ ତଳେ ସଞ୍ଜ ସକାଳେ ଯିଏ ଭକ୍ତିରେ ଚଢ଼ାଉ ଥିଲା ସହସ୍ର ପଦ୍ମଫୁଲ । ଯାହାର ରସପାନକରି ସେ ବଞ୍ଚିଥିଲା । ଯାହାର ପାଇଁ କୋମଳ ଶରୀର ପୃଷ୍ଠ ହୋଇଛି । ଯାହାର କୁସୁମ ଲତିକା ତଳେ ଝରିଥିଲା ଅମୃତର ସ୍ୱେଦବିନ୍ଦୁ । ସେ ଆଜି ତାର ମମତାକୁ ଖୁନ୍‌ କରିଛି । ତାରି ନିରୀହ କୋମଳ ପରାଣ ତଳେ ଭରି ଦେଇଛି ବିଷ । ଦୁହିଁଙ୍କ ମନ ରଚିଥିବା ଅମର ମନ୍ଦାକିନୀଙ୍କୁ ତୀରରେ କାଟିଦେଇ ଚାଲି ଆସିଛି ।

 

ଶେଷ ଥର ପାଇଁ ମୀନା ଲେଖିଛି ଚିଠି ।

 

ଦେବତା.....ଲୁହଭିଜା ଶେଷ ସମ୍ବର୍ଦ୍ଧନା ନେବ ।

 

ମଉଳା ଆଖିର ଲୁହବୋଳା ସଞ୍ଜରେ ବିଛଣାରେ ବସି ଭାବୁଛି, ଆଜିର ଏ ସାଥିହରା ଗୋଧୂଳିର ବୁକୁଫଟା ଅରଣ୍ୟର କ୍ରନ୍ଦନ । ଝଡ଼ ଆସିବ–ମୁଁ ଝଡ଼ିପଡ଼ିବି ଦୁନିଆର ମାଟି ବୁକେ । ସେଇ ସରଗର ଅମରାବତୀରେ ମୁଁ ଫୁଲ ହୋଇ ଫୁଟିବି । ଆଉ ସେହି ମରଣର ବରଫ ଲତା ତଳେ, ସବୁଜ ଘାସ ଉପରେ ପଡ଼ିଥିବ ମୋ ଲୁହ ମୁକୁ‍ତା ହୋଇ ତମେ ଆସିବ ପ୍ରବୀର । ମତେ ସମ୍ବର୍ଦ୍ଧନା କରିବାକୁ ଢାଳିଦେବ ଲୁହ କେଇଧାର । ଆଉ ସେଇଥିରେ ହିଁ ମୋର ତୃପ୍ତି; ସେଇ ହେବ ମୋର ଗର୍ବ, ଗୌରବ, ଭଲ ପାଇବାର ଆଦର୍ଶ । ସତରେ ମୋ ମନର ଆକୁଳତା, ଏ ଆତ୍ମାର ବ୍ୟାକୁଳତା ଆଉ ପ୍ରାଣର ଉଦ୍‌ବେଗ ତମର ଆଶାର ବନ୍ଦରରେ ପହଞ୍ଚିବ କେଜାଣି । ଏ ମାର୍ମ୍ମିକ ଉଦ୍‌ବେଳନକୁ ତୁମେ ଯଦି ପ୍ରାଣ ଦେଇ ନ ବୁଝ ତେବେ ମତେ ଆଉ ସାରାଜୀବନ ପାଇ ପାରିବନି ପ୍ରବୀର ବାବୁ । ରହିଲି.......

 

ତୁମର ମୀନା

 

ପ୍ରବୀର ପଢ଼ିଲା ଓଃ କି ଦରଦୀ ସେ ଚିଠି । ଏତେ ଦିନକେ ପୂର୍ବସ୍ମୃତି ତାର ହୃଦୟକୁ ଆଲୋଡ଼ିତ କରିଛି । ମୀନା ପାଇଁ ମନ ତାର ବ୍ୟାକୁଳ ହୋଇ ଉଠୁଛି, ସତେ ସେ ନରକର କୀଟ ପାଖରୁ ଯାଇ ପୂର୍ଣ୍ଣତୋୟା ଗଙ୍ଗାରେ ସ୍ନାନ କରିବ ଏ ଆଶା ତାର ନାହିଁ । ହାୟଃ ଭଗବାନ ତୁମକୁହିଁ ସବୁ ଜଣା । ଦୁର୍ଭାଗ୍ୟ ତାର ଦେବ ନାରୀକୁ ପଦାଘାତ କରିବାର ବିଳାସିନିର କୁହୁକ ନିଆଁରେ ଡେଇଁପଡ଼ିଥିଲା ସେ । ବୁଝିବାକୁ ଚେଷ୍ଟା କରି ନଥିଲା ସେ’ ଶେଷ ଅବସ୍ଥାରେ ତା’ର କଣହେବ । ଠୋକର ପାଇଲା ପରେ ଆଜି ଭାବୁଛି ସେ, ଗୀତାର ଆଲୋକରେ ସେ କେବଳ ସାରାଜୀବନ ଜଳି ପୋଡ଼ି ଦଗ୍‌ଧିଭୂତ ହୋଇ ମରିବା ସାରା ହେଲା । ଆଉ ଜଣକୁ ମଧ୍ୟ ଝୁରି ଝୁରି ମରିବାର ବାଟ ସଫା କରିଦେଲା ! ଦୁର୍ଭେଦ୍ୟ କୁହେଳିକା ହତଭାଗାସେ । ତା ଭାଗ୍ୟ ରବି ଅସ୍ତମିତ ହୋଇଯାଇଛି । କାଳକରାଳ ବିସ୍ମୃତି ଗର୍ଭରେ । କଳ୍ପନା ଆଉ ବାସ୍ତବକୁ ଫେରିବ ନାହିଁ । ଖାଲି ଭାବିଭାବି ଝୁରିଝୁରି ମରିବା ଭଗବାନଙ୍କର ତା ପ୍ରତି ଚରମ ଆଶୀର୍ବାଦ । ଆଉ ଭାବି ପାରିଲା ନାହିଁ ପ୍ରବୀର । ମୀନା ପାଇଁ ଆଖିରୁ ଝରି ପଡ଼ିଲା ତାର କେଇଧାର ତତଲା ଲୁହ । ସେଇ ଲୁହରେ ସେ ଯେପରି ତାର ପୂର୍ବକର୍ମର ପ୍ରାଯଶ୍ଚିତ ଧୋଇପୋଛି ନିଶ୍ଚିହ୍ନ କରି ତାକୁ ଭଲବାଟକୁ ଫେରାଇ ଆଣିବ । ଆଗକୁ ଆଉ କିଛି ଭାବି ପାରିଲାନି ପ୍ରବୀର । ଶେଷକୁ ସେ ସିଦ୍ଧାନ୍ତ ଗ୍ରହଣ କଲା ଘରକୁ ଫେରି ଯାଇ ମୀନାଠାରୁ ସବୁଦୋଷ ମାଗିନେବ । କ୍ଷମା ଦେବତ ? ହଁ ହଁ ନିଶ୍ଚୟ କ୍ଷମା ଦେବ, କ୍ଷମାର ଅବତାର ସେ ।

 

ଫୁଟନ୍ତା ଗୋଲାପ ଆଜି ଆକୁଳନୟନରେ ବାଟ ଚାହିଁ ଚାହିଁ ଶୁଖି ଝଡ଼ି ପଡ଼ିବ ସିନା । ତାରି ଅନ୍ତରତଳେ ଭରି ଦେଇଛି ଅଶାନ୍ତିର ବିଷ । ତାରି ଲୁହ ମତେ ପଡ଼ିଲା, ତାରି ଲୁହରେ ହସିଲା ସଂସାର ତାର ପୋଡ଼ି ପାଉଁଶ ହୋଇ ଯାଇଛି । ସେଇ ତା’ର ମମତାମନ୍ଦିର ତୋଳିଥିଲା । ପୀରତିର ଅଞ୍ଜନା ବୋଳି ଢଳିଥିଲା ପ୍ରେମର ଐଶ୍ଚର୍ଯ୍ୟ । ଗଢ଼ିଥିଲା ଆଶାର ସୌଧ । ଆଶା ତା’ର ମରି ଯାଇଛି । ଛିଡ଼ି ଯାଇଛି ହୃଦୟର ବୀଣା । ମଉଳି ଯାଇଛି ମନର ଫୁଲ । ଓଃ ହିମାଳୟ ପରି ଅଟଳ ପ୍ରତିଜ୍ଞାକୁ ସେ ଆଜି ଭୁଲିଯାଇ ରାକ୍ଷସୀ ଗୀତାର ପ୍ରେମ ଜାଲରେ ପଡ଼ି ତା’ର ସୁନାର ଭବିଷ୍ୟତ ଛାରଖାର କରି ଦେଇଛି । ସତେ ଆଉ କଣ ସେଦିନ ଆସିବ କେଜାଣି ।

ମୀନା ପାଇଁ ଚିତ୍କାର କରି ଉଠିଲା ?

କାନ୍ଦିଲା–ଚେତାଶୂନ୍ୟ ହୋଇ ପଡ଼ିଗଲା ଗଛ କାଟିଲା ଭଳି ଦୁନିଆଟା ତାକୁ ଅନ୍ଧାର ଦିଶିଲା ।

ପ୍ରେତପୁରୀରୁ ସେ ବାସ୍ତବ ଜଗତକୁ ଫେରିଆସିଛି । ଯେଉଁ ମାଟି ବୁକେ ସେ ଜନ୍ମ ହୋଇଥିଲା ସେଇ ମାଟିକୁ ସେ ଫେରିଛି । ଟ୍ରେନରେ ବସିଛି, ଆଖିରେ ତା’ର ନାଚି ବୁଲୁଛି କେତେକଣ ଅମଙ୍ଗଳ ପ୍ରଶ୍ନ । ତେବେ କ’ଣ ମୀନା ଆଉ ଦୁନିଆରେ ନାହିଁ । ଆଖିରୁ ଲୁହଝରୁ ଥାଏ-। ଲୁହ ପୋଛିବାକୁ ଇଚ୍ଛା ହେଉ ନ ଥାଏ । ମୀନାପ୍ରତି ସେ ଯେଉଁ ଭୁଲ କରିଛି, ଏହି ଲୁହହିଁ ତା’ର ପାପର ପ୍ରାୟଶ୍ଚିତ ।

ଗାଡ଼ି ଆସି ପୁରୀ ଷ୍ଟେସନ ଧରିଲା । ସେ ଗାଡ଼ିରୁ ଓହ୍ଲାଇ ଗଣ୍ଠିଲିପତ୍ର ଧରି ରିକ୍‌ସାରେ ବସିଲା । ରିକ୍‌ସା ପବନ ବେଗରେ ବୋହିନେଲା ତାର ସେ ପୁରୁଣା ପରିଚୟ ଆମ୍ବ ତୋଟାକୁ । ଓଃ ମର୍ମାନ୍ତୁଦ ବିକଟାଳ ସେ ଦୃଶ୍ୟ, ମୀନାର ପୁରୁଣା କାଳିଆ ଭଙ୍ଗା ଛାତ ଆଉ ନାହିଁ । ବ୍ୟାକୁଳ ହୋଇ ଡାକିଲା–ସେ ମୀନା–ତମେ କେଉଁଠି ଅଛ ତମର ପିଶାଚ ପ୍ରବୀର ଆଜି ବହୁଦିନ ପରେ ।

ଦିନର ଆଲୁଅ ଲିଭିଯାଇଛି, ମୀନା କାନରେ ବାଜିଲା କିଏ ଯେପରି ଥରିଲା ସ୍ୱରରେ ଡାକୁଛନ୍ତି, ମୀନା ମୀନା, ମନ ଅନ୍ଧାର ଭିତରେ ଝଡ଼ ତୋଫାନ ମଝିରେ ସେଇ ପୁରୁଣା ପରିଚୟ ଡାକଟି ଶୁଣି ଚମକିଉଠିଲା ସେ ତେବେ କ’ଣ ସ୍ୱପ୍ନ ନାଁ ବାସ୍ତବ ?

ପୁଣି ଡାକିଲେ ମୀନା, ମୀନା ? ସେହି ପ୍ରବୀର ବାବୁଙ୍କ ସ୍ଵର । ନାଁ ଭ୍ରମ ନୁହେଁ ସେ ଆସିଛନ୍ତି, ଅସ୍ତବ୍ୟସ୍ତ ହୋଇ ଉଠିଲା ସେ–ତାକୁ ଭୀଷଣ ଜ୍ଵର । ସେତେବେଳେ ଉଠିବାର ଶକ୍ତି ତାର ନଥିଲା । ଦେଖିଲା ତା ମନର ଦେବତା ତା ଦୁଆରେ ଛିଡ଼ା ହୋଇଛନ୍ତି । ଉଦ୍‌ବିଘ୍ନତା ସହି ନପାରି ଆକୁଳ ହୋଇ ଉଠିଲା ସେ–ତମେ ଆସିଛ ପ୍ରବୀର ! ଏତେ ଦିନକେ ମନେ ପଡ଼ିଲା । ମୋରି ଏ ଦୁର୍ଦ୍ଦଶା ଦେଖି ଖଟ ପାଖରେ ବସି କାନ୍ଦି ଉଠିଲେ । କହିଲେ, ତୁମ ଦେହ କ’ଣ ହୋଇଛି ମୀନା ?

 

ଅପରାଧୀ ଆଜି ତମନିକଟରେ ଛିଡ଼ା ହୋଇଛି ମୀନା । ମାରିଦିଅ ମତେ, ମୋରି ରକ୍ତରେ ଧୋଇଦିଅ ତୁମର ଅବସାଦ ଆତ୍ମାକୁ । ତମପରି ସତୀ ସାବିତ୍ରୀକୁ ଛାଡ଼ି ରାକ୍ଷସୀ ଗୀତାର ପ୍ରେମ ଜାଲରେ ପଡ଼ି ତମର ସର୍ବନାଶ କରିଛି ।

 

ପ୍ରବୀର ବାବୁଙ୍କ ପାଇଁ ମୋ ଆଖିରେ ଲୁହ ଭରିଗଲା । ମନେ ମନେ କେତେ କାନ୍ଦିଲି, କହିଲି, ତମେ ମୋର ଦେବତା । ତମକୁ ପୁଣି ମୀନା ଖୁନ୍‌ କରିବ । ଏ କଥା ତମେ କହିପାରିଲ, ମୋ କୁମାରୀ ମନର କଳ୍ପିତ ଆଶା ଆଜି ବାସ୍ତବରେ ରୂପ ନେଇଛି । ଆଜି ମୋର ଏ ଶେଷ ଅବସ୍ଥାରେ ମରଣର ବରଫଲତା ତଳେ ମୋରି କୁସୁମ ବକ୍ଷରେ ରଖିଦିଅ ତମର ନରମ ହାତଟି । ସେହି ମରଣର ଉଷ୍ଣ ପରଶ, ବିଦାୟର ଅନ୍ତିମ ସମୟରେ ପୂର୍ଣ୍ଣହେବ ମୋ ମନର ବାସନା । ମୋ ମନର ଦେବତା ଆଜି ଭଲ ବାଟକୁ ଫେରି ଆସିଛନ୍ତି । ତମରି କୋଳରେ ଫୁଟିଥିଲା ମୋର ପ୍ରଣୟର ଫୁଲ । ତମେ ଶିଖାଇଥିଲ ଭଲପାଇବାର ଆଦର୍ଶ । ତମରି କୋଳରେ ମରିବା ଏହାଠାରୁ ବଳି ଆଉ କ’ଣ ଅଛି କହିଲ । ସେଇ ମୋର ଭଲପାଇବାର ଚିହ୍ନ । ସେଇ ମୋର ସରଗ ।

 

ମହାକାଳ ଆଖିସାମନାରେ ଛିଡ଼ାହୋଇ ଡାକୁଛି, କଣ କରିବି ସାଥି ! ତମକୁ ଛାଡ଼ି ଚାଲିଯିବାକୁ ଇଛା ହେଉନି । ଯେତେବେଳେ ମୋର ଭରାଯୌବନ ଫୁଟିଥିଲା ! ମଧୁ ପରିପୂର୍ଣ୍ଣ ଥିଲା ! ତମେ ଆସିଲନି ପ୍ରବୀର ବାବୁ ! ପିଆସୀ ପ୍ରାଣମୋର ତମରି ବାଟ ଚାହିଁ ଚାହିଁ ଶୁଖି ଝଡ଼ି ପଡ଼ିଲାସିନା, ମୋର କିଛି ନାହିଁ । ଅଛି କେବଳ ଏଇ ମୋର ଆଖିର ଲୁହ କେଇଧାର । କେଇଧାର ଲୁହ ତମରି ପାଦପଦ୍ମ ତଳେ ଥୋଇଦେଇ ଆଜି ଯାଉଚି ଦେବତା । ମୋ ଉପରେ ରାଗ କରିବନି । ମୋ ରାଣ......ଜୀବନରେ କେତେ ବଡ଼ ଆଶାର ମୀନାର ତୋଳିଥିଲି ତମରି ଆଖିର ଆଲୋକରେ ମୋ ମନର ଅନ୍ଧାର ଘୁଞ୍ଚାଇଥାନ୍ତି ।

 

ମୁଁ ତୁମକୁ ବହୁତ ଖୋଜିଛି, ତୁମର ରକ୍ତ ମାଂସର ସ୍ଥୂଳ ଶରୀରକୁ ନୁହେଁ ପ୍ରବୀର ବାବୁ । ତୁମ ମନ ଓ ଆନ୍ତରିକତାକୁ । ଦିଗ୍‌ବଳୟର ମନ ମତାଣିଆ ଆକାଶର ତାରକା ଗହଳିରେ ସେହି ବିକ୍ଷୋଭିତ ସାଗରର ତରଙ୍ଗରେ ମୋର ଚକ୍ଷୁ ଚାହିଁଛି,–ଗୋଟାଏ ସ୍ଥିତିହରା ସ୍ଵପ୍ନର ମଧୁର ଆବେଗରେ । ଗୋଟାଏ ସୁନେଲି କଳ୍ପନାର ଭାବ ବିହ୍ଵଳ ଆଶାର ଭିତରେ ଆଜି ମଉଳି ଯାଇଚି ମନର ଭାବନା । ପ୍ରତ୍ୟେକ ଅଣୁ ପରମାଣୁରେ ଦେଖିଛି ତମରି ଛବି । ମୋ ହୃଦ ବେଳାଭୂମିରେ ମୋ ମନର ଉପକୂଳରେ ସାଇତି ରଖିଛି ତମରି ଉଜ୍ଜ୍ୱଳ ସ୍ମୃତି । ହଜିଛି ଅତୀତ–ହଜିଛି ସେ ଦିନର ମଧୁର ବେଳା । ଏଇ ହୃଦୟର ଅତଳ ହ୍ରଦରେ ସେଇ ନୀଳ ଗରଳର ଢେଉତଳେ ସାରା ଜୀବନ ମୁଁ କାନ୍ଦୁଥିବି ପ୍ରାୟ ଅସହାୟ ହୋଇ, ମୋ କାନ୍ଦଣା କେବେ ଶେଷ ହେବନି । ଭାବୁଛି ମୁଁ ସେଦିନର ସନ୍ଧ୍ୟା ଆଉ ଆଜିର ଏ ବୁକୁଫଟା ବ୍ୟଥା । ଭାବିଥିଲି କେତେ କଣ ଆକାଶ କୁସୁମ ? ଭାବିଥିଲି ତୁମକୁ ପାଇ ତୋଳିବି ମୁଁ ସୁବର୍ଣ୍ଣ ନିଳୟ, କିନ୍ତୁ ବସନ୍ତର ହିମ ସ୍ପର୍ଶ ମୋ ହୃଦ କୋଳାହଳ ବେଳାଭୂମିରେ ଆତଙ୍କ ସୃଷ୍ଟି କରିଛି, ଆଜି ମୁଁ ହାରି ଯାଇଚି ପ୍ରବୀର ବାବୁ ତମ ନିକଟରେ । ମତେ କ୍ଷମା ଦେବ ଭୁଲ ବୁଝିବନି । ଦେଶ ବିଦେଶ ବୁଲି ଥାନ୍ତି । ଚାହିଁ ଚାହିଁ ଭରା ଯୌବନ ମୋର ସାଗର ବକ୍ଷରେ ସମାଧି ହୋଇ ଯାଉଛି । ଦୁନିଆ ଚକ୍ଷୁରେ ମୁଁ ବଞ୍ଚିଛି, ହେଲେ ମୀନା ତମର ବହୁତ ଦିନରୁ ମଲାଣି । ଆଜି ତମକୁ ଅସହାୟକରି ଛାଡ଼ି ଚାଲି ଯାଉଛି । ମୋପରି ଅଲୋଡ଼ା ନିରିମାଖି ହଜାର ଗଣ୍ଡା ଝିଅ ଯଦି ମରିଯାନ୍ତି ତେବେ କାହାର କିଛି କ୍ଷତି ହୋଇ ଯିବନାହିଁ । ତମେ ବିବାହ କର ପ୍ରବୀର ବାବୁ । ମୋ କଥା ମନେ ପକାଇ ମନ ଖରାପ କରିବ ନାହିଁ ? ତମେ ମତେ ଶିଖାଇଥିଲ ଭଲପାଇବାର ମୋହ ଉତ୍ତେଜନା । ଭଲପାଇବାର ଆଶାର ଲହଡ଼ିରେ ଭସାଇ, ମତେ ଆଲୋକ ପଥରେ ଟାଣିନେଇ ଶେଷରେ ଏଇ ମହାକାଳ ଜମ ମୁହଁରେ ମତେ ଛାଡ଼ିଦେଲ ସାଥି । ନିରୀହ ଝିଅ ମୁଁ । କ’ଣ ମୁଁ ତୁମର ଅପରାଧ କରିଥିଲି କହିଲ । ତମକୁ ମୁଁ କିଛି ମାଗି ନ ଥିଲି, ଚାହିଁ ନଥିଲି ତମର ଦାନ । ତମେ ଛାଇପରି ମୋ ପିଛା ଧରିଲ, ଶେଷରେ ହାରିଗଲି ମୁଁ ତମରି ପାଖରେ-। ଢାଳିଦେଲି ତମରି ଚରଣତଳେ ଜୀବନର ସବୁ କିଛି ।

 

ଅତି ନିକଟରେ ପାଇ ତମକୁ ଯେ ମୁଁ ଦେଖି ପାରୁନି ପ୍ରିୟତମ ଧର, ଧର, ମୋ ଦେହଟା କ’ଣ ହୋଇ ଯାଉଛି । କାଳକୃତାନ୍ତଙ୍କ ଜନ୍ତୁ ରାଜର ଡକରା ଆସିଗଲାଣି ଆଉ ଏ ଜନ୍ମରେ ଭେଟ ନାହିଁ ପ୍ରିୟ ଆର ଜନ୍ମରେ । ଚାହୁଁ ଚାହୁଁ ମୀନାର ସ୍କୃତି ହଜିଗଲା ସରଗର କେଉଁ ଅଦୃଶ୍ୟ ତାରକା ପୁଞ୍ଜରେ । ସବୁ ଶେଷ, ସବୁ ଅନ୍ଧକାର । ମୀନାର ଆତ୍ମା ଉଡ଼ିଗଲା କାହିଁ କେତେ ଦୂର ଅଫେରା ରାଇଜକୁ.....

 

ସବୁ ଶୂନ୍ୟ.....

 

ପ୍ରବୀର କାନ୍ଦି କାନ୍ଦି ପାଗଳଙ୍କ ପରି ବସି ରହିଲା ମୀନାର ସମାଧି ପାଖରେ । ଖୋଜି ବୁଲିଲା ମୀନାର ଆତ୍ମାର ଡାକ । ତା’ରି ସମାଧି ତୀରରେ ବସି ପ୍ରବୀର ଲୁହର ଶ୍ରାଦ୍ଧ ଦେଲା । ସେଇ ଅତୀତର ହସ କାନ୍ଦ ମନତଳେ ନାଚି ଉଠିଲା, କହିଲା–ଆହା ! ଲକ୍ଷ୍ୟ ତା’ର ଅପୁରା ରହିଲା-। ସୁନାର ସଂସାର ମୋହ ତୁଟାଇ ଚାଲିଯିବାକୁ କିଏ କେବେହେଲେ ଇଚ୍ଛା କରେନା । ତା’ର ମୃତ୍ୟୁ ପାଇଁ ଦାୟୀ କେବଳ ପ୍ରବୀର । ଯେ ତା’ର ସର୍ବନାଶ କରିଛି । ତା’ର ନାରୀତ୍ଵକୁ ଉପହାସ କରିଛି । ତା’ ଆଖିରେ ଲୁହ ଦେଇଛି ପ୍ରବୀର ତା’ର କାଳଗ୍ରହ । ପ୍ରବୀର ଆଜି ନରହନ୍ତକ ରାକ୍ଷାସ–ପିଶାଚ ସବୁକିଛି ।

 

ଯେଉଁ ମାଟି ବୁକେ ସେ ଜନ୍ମ ହୋଇଥିଲା, ଜନନୀ ହୃଦୟରେ ଶୁଭଶଙ୍ଖର ସେହେନାଇ ବାଜି ଉଠିଥିଲା । କେଉଁ ଅଦୃଶ୍ୟ ସ୍ମୃତିହଜା ପାରିଜାତ ଉଦ୍ୟାନରେ ଫୁଲ ହୋଇ ସେ ଫୁଟିଥିବ । ଯେଉଁ ଦୁନିଆକୁ ମଣିଷ ଚାହିଁ ପାରେନା ସେଇଠି ସେ ଅଛି । ଉଡ଼ିଯାଇଛି ମନର ମୟୂର । ମନର ଫୁଲ ଲକ୍ଷ ଲକ୍ଷ ଜନତାର ପଟୁଆର ଚକ୍ଷୁରେ ଆଜି ପଡ଼ିଛି ଜ୍ୱଳନ୍ତ ଚିତାର ପାଉଁଶ ତା ପାଇଁ କାହାର ଅନ୍ତର ତରଳି ନାହିଁ । ଗୋଟିଏ ଥର ପାଇଁ ‘ଆହା; ବୋଲି କାହାର ମୁହଁରୁ ମୁଁ ଶୁଣୁନି । ଏଇତ ଦୁନିଆଁ !

 

ଏଇ ଭଙ୍ଗା କୁଡ଼ିଆର ଛାଇତଳେ କେତେ ମିଳନର ସଞ୍ଜ କଟିଛି । ସୁରଭି ଛୁଟିଛି । ଦୁଇଟା ଅତୃପ୍ତ ପ୍ରାଣର କେତେ ଅଫୁରନ୍ତ ଚିନ୍ତା । କେତେ ଉତ୍ତେଜନା, କେତେ କାନ୍ଦ, କେତେ ହସର ଲହରୀ ମିଳି ଏକାକାର ହୋଇଛି । ତାଙ୍କର ମାନ ଅଭିମାନ ସବୁ ଦେଖିଛି ଏ’ଇ ଗଛଟି । କେତେ ମିଳନ ଚାନ୍ଦ ଉଇଁଛି, କୋଇଲି ଡାକିଛି, ପୀରତିର ନଈ ବହି ଯାଇଛି । ଗୋଡ଼ ଅଟକିଗଲା-। ତାରି ମୂଳରେ ଠିଆହୋଇ ଆଖିର ତତଲା ଲୁହ ଢାଳି ଦେଲା ସେ । ପ୍ରାଣ ତା’ର ଚିତ୍କାର କରି ଉଠିଲା, ମୀନା ତୁମେ କୁଆଡ଼େ ଗଲ ? ଖୋଜି ବୁଲିଲା ମୀନାର କଅଁଳ ଡାକ । ଆଖି ପଡ଼ିଲା ଦୂରରେ । ସେ ତାକୁ ହାତଠାରି ଡାକୁଛି । କଲିଜା ଫଟା ଶୁଖିଲା ବାଳିରେ ଦଉଡ଼ିଲା ସେ ଦିଗଶୂନ୍ୟ ହୋଇ । ତାରି ସମାଧି ମଥାରେ ଥୋଇ ଦେଲି ସେ ମମତାର କୁସୁମ । ଲୁହଭାରା ଛଳ ଛଳ ଆଖିରେ ଆକାଶକୁ ଚାହିଁଲି, ଖାଲି ଛାଇଟିଏ ଘୂରୁଛି ତା’ର ଚାରିପଟେ । ମୀନା ଡାକୁଛି । ଆସ, ଆସ ପ୍ରିୟତମ ଏ’ଇ ସାଗର ତୀରରେ ତମର ବାଟକୁ ଚାହିଁ ବସିଛି । ସମ୍ବର୍ଦ୍ଧନା ଜଣାଉଛି । କିଏ ମୀନା, ତମେ ଏଇଠି । ହଁ ପ୍ରିୟତମ ମୁ ମରି ଯାଇଛି । ହେଲେ ମୋର ଆତ୍ମା ତମରି ପାଖେ ପାଖେ ଅଛି । ଆସ କାଳ ବିଳମ୍ବ କରନା । ଆତ୍ମା ମୋର ବିକଳେ ଚାହିଁଛି ତୁମ ଶୁଭ ଆଗମନକୁ । ପ୍ରବୀର ଆଉ ଶୁଣି ପାରିଲା ନାହିଁ ଛାୟାର ଡାକ–ଆତ୍ମ ବିସ୍ମୃତ ହୋଇ ଡେଇଁ ପଡ଼ିଲା ସାଗର ବକ୍ଷକୁ.....

Image